କେନ୍ଦ୍ରାପଡ଼ା ୧୪।୬: କେନ୍ଦ୍ରାପଡା ଜିଲ୍ଲାପାଳ ଓ ଏସ୍‌ପିଙ୍କୁ ଭେଟିଲେ ବିଜେଡିର ପ୍ରତିନିଧି ଦଳ l ବିଜେଡି ରାଜ୍ୟ ନେତୃବୃନ୍ଦ ଓ ସ୍ଥାନୀୟ ନେତା ମିଳିତ ଭାବରେ ଜିଲ୍ଲାପାଳ ଓ ଏସ୍ପିଙ୍କୁ ଭେଟି ଗିରଫ ସରପଞ୍ଚ ଚାମେଲି ଓଝାଙ୍କ ଗିରଫଦାରୀ ସମ୍ପର୍କରେ ଆଲୋଚନା କରିଥିଲେ l ଛାତ୍ର ବିଜେଡି ନେତ୍ରୀ ଇପସିତା ସାହୁ, ରାଜ୍ୟ ପୂର୍ବତନ ମହିଳା କମିଶନର ମୀନତି ବେହେରା, କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ଵର ବେହେରା ଚାମେଲିଙ୍କ ଗିରଫଦାରୀକୁ ବେଆଇନ ଦର୍ଶାଇବା ସହ ତାଙ୍କ FIR ଉପରେ କାହିଁକି କାର୍ଯ୍ୟାନୁଷ୍ଠାନ ହୋଇନାହିଁ ବୋଲି ପ୍ରଶ୍ନ କରିଛନ୍ତି l ଏ ନେଇ ବିଜେଡି କେନ୍ଦ୍ରାପଡ଼ା ପ୍ରଶାସନ ଆଗରେ ୪ ଗୋଟି ଦାବି ରଖିଛି l ଚାମେଲିଙ୍କ ବିରୁଦ୍ଧରେ ଲାଗିଥିବା ଦଫା କୋହଳ କରିବା, ତାଙ୍କୁ ଉନ୍ନତମାନର ଚିକିତ୍ସା ଯୋଗାଇ ଦେବା, ଚାମେଲିଙ୍କ FIR ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଓ ପୋଲିସ ଓ BDOଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛି BJD l ଏହି ପ୍ରତିନିଧି ଦଳରେ କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରା, ମ୍ୟୁନିସିପାଲଟି ଚେୟାରମ୍ୟାନ ସରିତା ସାହୁ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଲିଲିତା ଦାସ, ସ୍ଵରାଜ ଲକ୍ଷ୍ମୀ ସାମଲ ପ୍ରମୁଖ ସାମିଲ ହୋଇଥିଲେ l

ହସ୍ପିଟାଲ ବେଡ୍‌ରେ ଥାଇ ସଂଘର୍ଷ କରୁଥିବା ଚାମେଲି ଓଝାଙ୍କ ପାଇଁ ନୂଆ ଡ୍ରେସ୍ ଆଣିଛନ୍ତି ତାଙ୍କ ମାଆ ଭାରତୀ ଓଝା l ପ୍ରଥମ ରଜରେ ହସ୍ପିଟାଲରେ ନୂଆ ଡ୍ରେସ୍ ପିନ୍ଧିଛନ୍ତି ଚାମେଲି l ରଜ କଥା ପଚାରିଲେ ମୁହଁରେ ତାଙ୍କର ହସ ଖେଳି ଯାଇଥିଲା l

Also Read:- ପହିଲି ରଜରେ ଚାଲିଗଲା ୨ ଭାଇଙ୍କ ଜୀବନ, ଅଜଣା ଗାଡ଼ି ଧକ୍କାରେ ବାଇକ୍ ଚୁରମାର

ଗତ ୧୦ ତାରିଖରେ ନିଜ ପଞ୍ଚାୟତର ବିଭିନ୍ନ ସମସ୍ୟା ନେଇ ଚାମେଲି ଓଝା ମହାକାଳପଡ଼ା BDOଙ୍କୁ ଭେଟିବା ପାଇଁ ଯାଇଥିଲେ l BDOଙ୍କ ସହିତ ଆଲୋଚନା ଚାଲିଥିଲା ବେଳେ ଚାମେଲିଙ୍କ ଭାଇ ଏହାର ଭିଡ଼ିଓ କରିବାକୁ ନେଇ ଆରମ୍ଭ ହୋଇଥିଲା ବିବାଦ l BDOଙ୍କ ଚାମ୍ବର ଥିବା କିଛି ରାଜନୈତିକ ବ୍ୟକ୍ତି ଚାମେଲିଙ୍କୁ ଦୁର୍ବ୍ୟବହାର କରିଥିବା ସେ ଅଭିଯୋଗ କରିଛନ୍ତି l ମହାକାଳପଡ଼ା ପୋଲିସ ମ ତାଙ୍କୁ ମାଡ ମାରିଥିବା ଚାମେଲି ଅଭିଯୋଗ କରିଥିଲେ l ତେବେ ମହାକାଳପଡ଼ା BDO ଓ ପୋଲିସର ଅଭିଯୋଗ ଆଧାରରେ ଚାମେଲି ଓଝା ଏବଂ ତାଙ୍କ ଭାଇ ସୂର୍ଯ୍ୟକାନ୍ତ ଓଝାଙ୍କୁ ଗିରଫ କରିଛି ପୋଲିସ l ଅନ୍ୟପକ୍ଷରେ ଏହି ଘଟଣାର ନ୍ୟାୟିକ ତଦନ୍ତ ଦାବି କରିଛନ୍ତି ଚାମେଲି ଓଝା l

ପୂର୍ବ ଅପେକ୍ଷା ଚାମେଲିଙ୍କ ସ୍ୱାସ୍ଥ୍ୟାଅବସ୍ଥା ଭଲ ଥିବା ସେ କହିଛନ୍ତି l ତେବେ ଚାମେଲି FIRକୁ ଆଧାର କରି ଅଭିଯୁକ୍ତ ମାନଙ୍କ ବିରୁଦ୍ଧରେ କେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ତା ଉପରେ ସମସ୍ତଙ୍କ ନଜର ରହିଛି l