ନୂଆଦିଲ୍ଲୀ, ୧୧।୧୧ : ବାପା ଯେମିତି ପୁଅ ବି ସେମିତି । ବାପା ଯେପରି ଦମଦାର ବ୍ୟାଟିଂ କରୁଥିଲେ ପୁଅ ବି ଏବେ ସେମିତି ବ୍ଯାଟିଂ କରୁଛନ୍ତି । ଯାହା ଦେଖିବାକୁ ମିଳିଛି ଅଣ୍ଡର୍-୧୯ ଏସିଆ କପରେ । ବିରେନ୍ଦ୍ର ସେହ୍ୱାଗଙ୍କ ପୁଅ ଆର୍ଯ୍ୟବୀର ସେହ୍ୱାଗ ନିଜ ବ୍ୟାଟିଂରେ ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଛନ୍ତି । ଏପରିକି ସେ ଶତକ ଅର୍ଜନ କରି ନିଜର ଦମ୍ ଦେଖାଇଛନ୍ତି ।

Also Read :- ବଡ଼ ଧରଣର ଟ୍ରେନ୍ ଦୁର୍ଘଟଣା, ଟ୍ରାକକୁ ଖସିଗଲା ଏକ୍ସପ୍ରେସର ୭ ବଗି

ଏସିଆ କପରେ ପ୍ରଥନେ ନେପାଳ ବିପକ୍ଷରେ ଜୁନିଅର ସେହ୍ୱାଗ ୭୦ ରନର ପାଳି ଖେଳିଥିଲେ । ତେବେ ପାକିସ୍ତାନ ବିପକ୍ଷରେ ମାତ୍ର ୨୨ ରନ୍ କରି ଆଉଟ୍ ହୋଇଥିଲେ । କିନ୍ତୁ ୟୁଏଇ ବିପକ୍ଷରେ ସେ ୧୬୦ ରନର ପାଳି ଖେଳିଥିଲେ । ଏହି ଇନିଂସରେ ସେ ୭ଟି ଛକା ଏବଂ ୧୭ଟି ଚଉକା ମାରିଥିଲେ । ଫଳରେ ଭାରତ ୩୦୯ ରନ୍ କରିବାରେ ସଫଳ ହୋଇଥିଲା । ଏହାସହ ମୁକାବିଲାକୁ ମଧ୍ୟ ଟିମ୍ ୭୦ ରନରେ ଜିତି ନେଇଛି ।

ନିଜର ଦମଦାର ଇନିଂସକୁ ନେଇ ଆର୍ଯ୍ୟବୀର କହିଛନ୍ତି ଯେ, ସେ ଆଜି ଶପଥ ନେଉଥିଲେ । ଏପରିକି ବଡ ସ୍କୋର କରିବେ ବୋଲି ଜଣଙ୍କୁ କଥା ଦେଇଥିଲେ । ଯାହାକୁ ସେ ପୂରଣ କରିଛନ୍ତି । ତେବେ ସେ ବାପାଙ୍କୁ ଶତକ କରିବେ ବୋଲି କହିଥିଲେ । ତାଙ୍କ ଲିଗାସୀକୁ ଆଗକୁ ନେବେ ବୋଲି କଥା ଦେଇଥିଲେ । କାରଣ ବାପା କେବଳ ଶତକ ପସନ୍ଦ କରନ୍ତି ବୋଲି ଜୁନିଅର ସେହ୍ୱାଗ କହିଛନ୍ତି ।

ତେବେ ମୁକାବିଲାରେ ଆର୍ଯ୍ୟବୀର ଆରମ୍ଭରୁ ଧିମା ଖେଳିଥିଲେ । ସେ ୬୯ ବଲରୁ ୫୦ ରନ୍ କରିଥିଲେ । ଏହାପରେ ୧୩୧ ବଲରୁ ଶତକ ଅର୍ଜନ କରିଥିଲେ । କିନ୍ତୁ ତାଙ୍କର ସଟ୍ ଖେଳିବା ଷ୍ଟାଇଲ୍ ପୂରା ସେହ୍ୱାଗଙ୍କ ଭଳି ଥିଲା । ବାପଙ୍କ ଭଳି ଧୂଆଁଧାର ଅନ୍ଦାଜରେ ତାଙ୍କ ବ୍ୟାଟରୁ ସଟ୍ ବାହାରୁଥିଲା ।