ବାଂଶପାଳ ୧୪।୬: କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ୍ କାଞ୍ଜିପାଣି ଥାନା ଏନଏଚ ୪୯ କୁଆଁର ଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଅଜଣା ଗାଡି ଧକ୍କାରେ ୨ ଭାଇଙ୍କ ମୃତ୍ୟୁ ।

ସୂଚନାଯୋଗ୍ୟ ଯେ, ରଜରେ ବାୟା ପାଣ୍ଡାଧାର ଆଡୁ ନିଜ ଗାଁ କୁଆଁରକୁ ଫେରୁଥିବା ବେଳେ ଏକ ଅଜଣା ଗାଡି ତାଙ୍କୁ ଧକ୍କା ଦେଇଥିଲା । ମୃତକ କୁଆଁର ଗାଁର ଲକ୍ଷ୍ମଣ ସନଙ୍ଗି ଓ ବିଛି ସନଙ୍ଗି । ଦୁଇ ଭାଇ କୌଣସି କାମରେ ଯାଇ ବାୟା ପଣ୍ଡାଧାର ଆଡୁ ଘରକୁ ଏକ ବାଇକ୍‌ରେ ଫେରୁଥିବା ବେଳେ କୁଆଁର ଢ଼ାବା ନିକଟରେ ଅଜଣା ଗାଡି ଧକ୍କା ଦେଇଥିଲା । ଘଟଣାସ୍ଥଳରେ ହିଁ ଦୁଇ ଜଣ ପ୍ରାଣ ହରାଇଥିଲେ ।

Also Read:- ଚାମେଲିଙ୍କ ସ୍ବାସ୍ଥ୍ୟାବସ୍ଥାରେ ଆସୁଛି ସୁଧାର, ରଜ ଆଣିଦେଲା ମୁହଁରେ ହସ

କାଞ୍ଜିପାଣି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି । ପୋଲିସ ଦୁର୍ଘଟଣା ଘଟାଇଥିବା ଗାଡିକୁ ଧରିବାକୁ ଛାନଭିନ ଚଳାଇଛି । ଦୁଇ ଭାଇଙ୍କ ମୃତ୍ୟୁ ଘଟଣାରେ ଗ୍ରାମରେ ଶୋକର ଛାୟା ଖେଳିଯାଇଛି ।