ନୂଆଦିଲ୍ଲୀ, ୧୧।୧୧ : ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଛି ଦିନିକିଆ ସିରିଜ୍ । ଏହାପରେ ଟେଷ୍ଟ୍ ସିରିଜ୍ ଆରମ୍ଭ ହେବ । ନଭେମ୍ବର ୧୯ରୁ ଦୁଇ ଦେଶ ଧଳା ଜର୍ସିରେ ମୁହାଁମୁହିଁ ହେବେ । ତେବେ ସିରିଜ୍ ପୂର୍ବରୁ ନ୍ୟୁଜିଲାଣ୍ଡ ଟିମ୍ ୧୪ ଜଣିଆ ଦଳ ଘୋଷଣା କରିଛି ।

ଅଧିନାୟକ ଟମ୍ ଲାଥମଙ୍କ ନେତତ୍ୱରେ ଦଳରେ ଅନେକ ଷ୍ଟାର୍ ଖେଳାଳିଙ୍କୁ ସାମିଲ କରାଯାଇଛି । ଦଳ ମଜବୁତ ପ୍ରସ୍ତୁତି କରି ପଡିଆକୁ ଓହ୍ଲାଇବାକୁ ଲକ୍ଷ୍ୟ ରଖିଛି । ଯାହା ଭାରତ ପାଇଁ ଏକ ବଡ ଚ୍ୟାଲେଞ୍ଜ୍ ହୋଇପାରିବ ।

ଆହତ ଜନିତ ସମସ୍ୟାର ସାମ୍ନା କରୁଥିବା ରଚୀନ ରବୀନ୍ଦ୍ର ଏବଂ ଡିଭନ୍ କନଓ୍ୱେ ଫିଟ୍ ହୋଇଛନ୍ତି । ସେମାନଙ୍କୁ ଟେଷ୍ଟ୍ ଦଳରେ ସାମିଲ କରାଯାଇଛି । ରଚୀନ ଟି୨୦ ସିରିଜରେ ଆହତ ହୋଇଥିଲେ । ସେହିପରି କନଓ୍ୱେ ପ୍ରଥମ ଦିନିକିଆରେ ଆହତ ହୋଇ ବାହାରେ ବସିଥିଲେ । ଏବେ ଉଭୟ ସୁସ୍ଥ ଅଛନ୍ତି ।

ଏହି ଦୁଇ ଖେଳାଳି ଦଳରେ ସାମିଲ ହେବା ପରେ କିଓ୍ୱିର ଟପ୍ ଅର୍ଡର ଅଧିକ ମଜବୁତ ହେବ । ସେମାନଙ୍କ ବ୍ୟତୀତ ଜ୍ୟାକବ୍ ଡଫି ମଧ୍ୟ ପ୍ରତ୍ୟାବର୍ତ୍ତନ କରିଛନ୍ତି । ଫଳରେ ଦଳର ପେସ୍ ଆଟାକ୍ ଅଧିକ ଶକ୍ତିଶାଳୀ ହେବ । ଅନ୍ୟ ଦିଗରେ ଅବସର ନେଇଥିବା କେନ୍ ଓ୍ୱିଲମସନ୍ ଅବସର କାରଣରୁ ଦଳରେ ସାମିଲ ହେବେନାହିଁ । ଯାହା ଦଳକୁ ଏକ ଝଟକା ହୋଇପାରେ ।

Also Read :- 'ଶତକ ନ ମାରିଲେ ମୁଁ'... : ବାପା ସେହ୍ୱାଗଙ୍କୁ କଥା ଦେଇଥିଲେ ଆର୍ଯ୍ୟବୀର, ସେଞ୍ଚୁରୀ ମାରି କହିଲେ ବଡ଼ କଥା

ନ୍ୟୁଜିଲାଣ୍ଡ ଟିମ୍

ଟମ୍ ଲାଥାମ୍, ଟମ୍ ବ୍ଲୁନଡେଲ୍, ଡେଭନ୍ କନଓ୍ୱେ, ଜ୍ୟାକବ୍ ଡଫି, ମ୍ୟାଟ୍ ହେନରି, କାଏଲ ଜାମିସନ୍, ଡାରିଲ୍ ମିଚେଲ, ହେନରି ନିକୋଲାସ, ଗ୍ଲେନ୍ ଫିଲିପ୍ସ, ରଚୀନ ରବୀନ୍ଦ୍ର, ମିଚେଲ ସାଣ୍ଟନର, ନାଥାନ ସ୍ମିଥ, ବ୍ଲେୟାର ଟିକନର, ଓ୍ୱିଲ୍ ୟଙ୍ଗ