ଭୁବନେଶ୍ୱର ୨୩।୦୪ : ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ବଡ଼ ବୟାନ। ସ୍କୁଲ ଛୁଟି ନେଇ ଗୁରୁବାର ଦିନ ନିଆଯିବ ନିଷ୍ପତ୍ତି । ଏସଆରସିଙ୍କ ସହ ବୈଠକ ପରେ ପରବର୍ତ୍ତୀ ନିଷ୍ପତ୍ତି ନେବ ଗଣଶିକ୍ଷା ବିଭାଗ । ଏନେଇ ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ରାଜ୍ୟରେ ଏବେ ଖରାର ପ୍ରକୋପ ଜାରି ରହିଛି । ଯାହାକୁ ରାଜ୍ୟରେ ଅନେକ ଜିଲ୍ଲାର ସ୍କୁଲକୁ ଛୁଟି ଘୋଷଣା କରାଯାଇଛି । ତାପମାତ୍ରା ବଢୁଥିବା ଲାଗି ୧୮ରୁ ଅଧିକ ଜିଲ୍ଲାରେ ଛୁଟି ଘୋଷଣା ହୋଇସାରିଲାଣି । ଏପିରିକି କିଛି କିଛି ଜିଲ୍ଲା ମଧ୍ୟ ନିଜ ନିଜ ଅଞ୍ଚଳରେ ଛୁଟି ଅବଧିକୁ ବୃଦ୍ଧି କରୁଛନ୍ତି ।

Also Read:-jagatsinghpur murder case : ପ୍ରେମିକକୁ ବାଧିଲା ପ୍ରେମିକାର ନିର୍ବନ୍ଧ, ବାହାଘର ପୂର୍ବରୁ ନେଇଗଲା ଜୀବନ

ତେବେ ରାଜ୍ୟରେ ସମସ୍ତ ସ୍କୁଲକୁ ଛୁଟି ଘୋଷଣା ନେଇ ଗୁରୁବାର ଦିନ ନିଆଯିବ ନିଷ୍ପତ୍ତି । ଗୁରୁବାର ଦିନ ଏସଆରସିଙ୍କ ସହିତ ଗଣଶିକ୍ଷା ବିଭାଗର ଏକ ବୈଠକ ବସିବ । ଯେଉଁଥିରେ ସ୍କୁଲ ଛୁଟି ନେଇ ନିଷ୍ପତ୍ତି ହୋଇପାରେ । ସେହିପରି ସ୍କୁଲ ଛୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା ହୋଇଛି ।