ଜଗତସିଂହପୁର ୨୩।୦୪ : ଜଗତସିଂହପୁର ସସ୍ମିତା ଦାସ ହତ୍ୟାକାଣ୍ଡ ଘଟଣା । ଜାମସେଦପୁରରୁ ମୁଖ୍ୟ ଅଭିଯୁକ୍ତ ତଥା ପ୍ରେମିକକୁ ଗିରଫ କଲା ଜଗତସିଂହପୁର ପୋଲିସ । ବୁଧବାର ରାତିରେ ଜାମସେଦପୁରରୁ ଗିରଫ କରିଛି ଜଗତସିଂହପୁର ପୋଲିସର ସ୍ପେଶାଲ ସ୍କ୍ୱାଡ୍। ପୋଲିସ ଅଭିଯୁକ୍ତକୁ ଅଧିକ ପଚରା ଉଚରା କରିବା ସହିତ ସିନ୍ ରିକ୍ରିଏସନ କରିବ ।

ଅନ୍ୟ ଜଣେ ଯୁବକଙ୍କ ସହ ନିର୍ବନ୍ଧ ହେବା ପରେ ସସ୍ମିତାଙ୍କୁ ମୁଗ ବିଲ ନିକଟରକୁ ଡାକି ତାର ପୂର୍ବ ପ୍ରେମିକ ଅତି ନିର୍ମମ ଭାବରେ ହତ୍ୟା କରିଥିବାର ଅଭିଯୋଗ ହୋଇଥିଲା। ମୃତ ସସ୍ମିତାଙ୍କର ଗତ ୧୯ ତାରିଖରେ ଅନ୍ୟତ୍ର ନିର୍ବନ୍ଧ ହେବାପରେ ୨୦ ତାରିଖ ସନ୍ଧ୍ୟାରେ ପଡିଶା ଘରକୁ ବୁଲିବାକୁ ଯାଇ ଆଉ ଘରକୁ ଫେରିନଥିଲେ। ପରିବାର ଲୋକେ ବହୁ ଖୋଜାଖୋଜି ପରେ ୨୧ ତାରିଖ ଦିନ ମୁଗ ବିଲରୁ ତାଙ୍କର ମୃତଦେହ ପାଇଥିଲେ ।

Also Read:-Bhanjanagar businessman Death: ବ୍ୟବସାୟୀଙ୍କ ମୃତ୍ୟୁ ପଛରେ ବଡ଼ ରହସ୍ୟ ! ଛାଡ଼ିବାକୁ ୨ କୋଟି ଡିମାଣ୍ଡ, ସ୍ତ୍ରୀଙ୍କୁ ଆସିଥିଲା ନିର୍ଯାତନାର ଭିଡିଓ

ସେପଟେ ଖବର ପାଇ ଜଗତସିଂହପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଚଳାଇଥିଲା। ବିଭିନ୍ନ ସ୍ଥାନରେ ଚଢାଉ ଏବଂ ଛାନ୍ଭିନ୍ ପରେ ବି ଅଭିଯୁକ୍ତ କିମ୍ବା କିଏ ହତ୍ୟା କରିଛି । ସେନେଇ କୌଣସି ତଥ୍ୟ ମିଳିନଥିଲା । ଶେଷରେ ବୁଧବାର ରାତିରେ ପୋଲିସକୁ ମିଳିଥିଲା ସଫଳତା । ସସ୍ମିତାଙ୍କ ପ୍ରେମିକକୁ ଗିରଫ କରିବାରେ ସଫଳ ହୋଇଛି । ଜାମସେଦପୁରରୁ ମୁଖ୍ୟ ଅଭିଯୁକ୍ତକୁ ପୋଲିସ ଗିରଫ କରିବାରେ ସକ୍ଷମ ହୋଇଥିବା ବେଳେ ଏଥିରେ ଆଉ କେହି ସହଯୋଗୀ ଅଛନ୍ତି କି ନାହିଁ ପୋଲିସ ତାର ତଦନ୍ତ କରୁଛି ।