ଭୁବନେଶ୍ଵର: ବାଲିଅନ୍ତାରେ ଯୁବକଙ୍କୁ ପିଟିପିଟି ବର୍ବର ହତ୍ୟା ଘଟଣାରେ ଅଟକ ୪ ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି। ଅନ୍ୟ ଅଭିଯୁକ୍ତଙ୍କୁ ଧରିବା ପାଇଁ ଉଦ୍ୟମ ଚାଲିଛି। ପୋଲିସ ପୋଲିସ କମିଶନର ଏସ୍ ଦେବଦତ୍ତ ସିଂ ଗୁରୁବାର ଏହି ସୂଚନା ଦେଇଛନ୍ତି। ଅଭିଯୁକ୍ତମାନେ ଆଇନକୁ ହାତକୁ ନେଇଛନ୍ତି।ସେପଟେ ମୁଖ୍ୟମନ୍ତ୍ରୀ ଘଟଣାର ସମ୍ବେଦନଶୀଳତାକୁ ଦୃଷ୍ଟିରେ ରଖି ଘଟଣାରେ ମହିଳା କମିଶନଙ୍କୁ ସତ୍ୟତା ଯାଞ୍ଚ ପାଇଁ ପରାମର୍ଶ ଦେଇଛନ୍ତି। ବାଲିଅନ୍ତା ଯାଇ ଅନୁଧ୍ୟାନ କରିବେ ମହିଳା ଅଧ୍ୟକ୍ଷା। ସଂପୃକ୍ତ ମହିଳାଙ୍କ ସହ ଆଲୋଚନା କରିବେ ଅଧ୍ୟକ୍ଷା।

ବାଲିଅନ୍ତା ଯୁବକଙ୍କ ମୃତ୍ୟୁ ଘଟଣାରେ ପ୍ରତିକ୍ରିୟା ରଖିଲେ ପୋଲିସ କମିଶନର ଏସ ଦେବଦତ୍ତ ସିଂ। ପୁରା ଘଟଣାରେ ୨ଟି ମାମଲା ରୁଜୁ କରାଯାଇଛି।ଜଣେ ଯୁବତୀଙ୍କୁ ଅସାଦାଚରଣ ଅଭିଯୋଗରେ ଏକ ଦୁଷ୍କର୍ମ ଉଦ୍ୟମ ମାମଲା ଓ ଅନ୍ୟପଟେ ସୌମରଞ୍ଜନଙ୍କ ମୃତ୍ୟୁ ନେଇ ଏକ ହତ୍ୟା ମାମଲା ରେଜିଷ୍ଟର ହୋଇଛି। ଅସାଦାଚରଣ ନେଇ ଅଭିଯୋଗ ପାଇବା ପରେ ଘଟଣା ସ୍ଥଳରେ ପିସିଆର ପହଞ୍ଚିଥିଲା। ଯୁବତୀଙ୍କ ସମେତ ଏକାଧିକଙ୍କ ବୟାନ ରେକର୍ଡ କରାଯାଇଛି। ମୋଟ ୪ ଜଣଙ୍କୁ ବର୍ତ୍ତମାନ ସୁଦ୍ଧା ଗିରଫ କରାଯାଇଛି।

Also Read: ​​​​​​​ଟାଙ୍ଗିଆ ଚୋଟରେ ଗଲା ଗର୍ଭବତୀ ମହିଳାଙ୍କ ଜୀବନ, ନ୍ୟାୟ ପାଇଁ ପ୍ରେମିକ ଘର ଆଗରେ ଧାରଣାରେ ବସିଥିଲେ

ଏହି ଘଟଣାରେ ପୋଲିସ ବର୍ତ୍ତମାନ ସୁଦ୍ଧା ୪ ଜଣଙ୍କୁ ଗିରଫ କରିବା ସହିତ ତା’ର ଅନୁସନ୍ଧାନ ଜାରି ରଖିଛି । ଏହି ଘଟଣା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ଶ୍ରୀମତୀ ଶୋଭନା ମହାନ୍ତିଙ୍କ ସହିତ ମଧ୍ୟ ଆଲୋଚନା କରିଛନ୍ତି। ଘଟଣାର ସମସ୍ତ ଦିଗ ପ୍ରତି ସଚେତନ ରହି ପ୍ରକୃତ ସତ୍ୟ ଖୋଜି ବାହାର କରିବା ପାଇଁ ଏହି ଘଟଣାରେ ଯେଉଁ ମହିଳାମାନଙ୍କ ସହିତ ଦୁର୍ବ୍ୟବହାର ହୋଇଥିବାର ଅଭିଯୋଗ ହୋଇଛି, ସେମାନଙ୍କ ସହିତ ଆଲୋଚନା କରିବାକୁ  ଅଧ୍ୟକ୍ଷା ଶ୍ରୀମତୀ ମହାନ୍ତି ଆସନ୍ତା କାଲି ବାଲିଅନ୍ତା ଯିବେ ବୋଲି ଜଣା ଯାଇଛି।

ସୂଚନା ଅନୁଯାୟୀ, ବାଲିଚନ୍ଦ୍ରପୁର କାଜ ନିକଟରେ ୨ଜଣ ଯୁବତୀ ଯାଉଥିବା ବେଳେ ମାତାଲ ଅବସ୍ଥାରେ ଦୁଇ ଜଣ ଯୁବକ ସେମାନଙ୍କ ସହ ବାଇକ୍ ଧକ୍କା କରିଥିଲେ । ଏହା ପରେ ବାଇକରୁ ଓହ୍ଲାଇ ଆସି ଦୁଇ ଯୁବତୀଙ୍କୁ ଅସଦାଚରଣ କରିଥିଲେ । ଏହି ଘଟଣା ପ୍ରଚାର ହେବା ପରେ ସ୍ଥାନୀୟ ଲୋକଙ୍କ ଉପରେ ଉତ୍ତେଜନା ପ୍ରକାଶ ପାଇଥିଲା । ଜଣେ ଯୁବକଙ୍କ ହାତଗୋଡ଼ ବାନ୍ଧି ରାସ୍ତାରେ ଘୋଷାଡ଼ିବା ସହ ଯିଏ ଯେମିତି ପାରିଲା ମାରି ଚାଲିଲେ ।

Also Read: ହଡ଼ପ କରିନେଇଥିଲେ ବ୍ୟାଙ୍କ୍ ଟଙ୍କା, ଲିଭ୍- ଇନ୍ ଦମ୍ପତିଙ୍କୁ ବାନ୍ଧିଲା ଭିଜିଲାନ୍ସ

ଯୁବକଙ୍କ ହାତ ଗୋଡ଼ ବାନ୍ଧି ବାଉଁସରେ ଝୁଲାଇ ପିଟିଥିଲେ ଲୋକେ । ବାଲିଅନ୍ତାରେ ଦେଖିବାକୁ ମିଳିଲା ମଧ୍ୟଯୁଗୀୟ ବର୍ବରତା । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚିଥିଲେ ମଧ୍ୟ ଉତ୍ୟକ୍ତ ଲୋକଙ୍କ ରାଗ ଶାନ୍ତ ହୋଇନଥିଲା । ଶେଷରେ ଗୁରୁତର ଅବସ୍ଥାରେ ଯୁବକଙ୍କୁ କ୍ୟାପିଟାଲ ହସ୍ପିଟାଲ ନେଇଥିଲା ପୋଲିସ । ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର । ମୃତକ ହେଲେ ଓଲଟପୁର ଥାନା ମଉଜପୁର ଗାଁର ସୌମ୍ୟ ରଞ୍ଜନ ସ୍ବାଇଁ ବୋଲି ଜଣାପଡ଼ିଛି । ସେ ଜଣେ ରେଲଓ୍ବେ କନ୍ଷ୍ଟେବଲ ଭାବେ କାର୍ଯ୍ୟ କରୁଥିଲେ । ସୌମ୍ୟଙ୍କ ସହ ଥିବା ଆଉ ଜଣେ ଯୁବକ ହେଲେ ଓମ୍ ପ୍ରକାଶ ମହାନ୍ତି । ତାଙ୍କୁ ପୋଲିସ ଅଟକ ରଖି ପଚରା ଉଚରା ଚଳାଇଛି ।

Also Read: ଅସଲି ହାତରେ ନକଲି ପୋଲିସ, SI ପରିଚୟ ଦେଇ ଠକୁଥିଲେ ବାପା-ପୁଅ

ଏଠି ଲୋକେ କିଭଳି ଆଇନକୁ ହାତକୁ ନେଲେ ତାକୁ ନେଇ ଉଠିଛି ପ୍ରଶ୍ନ । ଯଦି ଯୁବକ ଜଣକ ଭୁଲ୍ କରିଥିଲେ ତାହେଲେ ତାଙ୍କୁ ଧରି ପୋଲିସ ଜିମା ଦେବା ବଦଳରେ ଉତ୍ୟକ୍ତ ଲୋକେ ଏମିତି ପିଟି ପିଟି ମାରିଦେବା କେତେଦୂର ଠିକ୍ ? ଆଇନକୁ ହାତକୁ ନେଇଥିବା ଲୋକଙ୍କ ବିରୋଧୀରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଡିସିପି । ଏଠି ସୀମା ଟପିଛି ବର୍ବରତା । ପୋଲିସ ପହଞ୍ଚିବା ପୂର୍ବରୁ ଯୁବକଙ୍କୁ ପିଟି ପିଟି ମାରିଦେଲେ ଉତ୍ୟକ୍ତ ଲୋକେ ।ଏଭଳି ଘଟଣା ଆମ ସଭ୍ୟ ସମାଜ ପାଇଁ ଅନେକ ପ୍ରଶ୍ନ ଠିଆ କରିଛି ।