ଭୁବନେଶ୍ୱର ୦୭।୦୫ : ନକଲି ହାତରେ ଧରାପଡ଼ିଲେ ଅସଲି । ନକଲି SI ପୋଲିସ ଅଫିସର ପରିଚୟ ପଡ଼ିଲା ମହଙ୍ଗା । କମିଶନରେଟ୍ ପୋଲିସ ହାତରେ ଧରାପଡ଼ିଲେ ନକଲି ପୋଲିସ ଅମିତ କୁମାର ଓଝା ।

ଖବର ଅନୁଯାୟୀ, ନିଜକୁ ପୋଲିସ ଅଫିସରର ପରିଚୟ ଦେଇ ଲୋକଙ୍କ ଠାରୁ ଟଙ୍କା ଠକୁଥିଲେ । ଖେଳ ଟିକେଟ୍ ଦେବା ନାଁରେ ଲୋକଙ୍କୁ ଭୁଆଁ ବୁଲାଇ ଟଙ୍କା ଲୁଟୁଥିବାର ଅଭିଯୋଗ ହୋଇଥିଲା । ଯଦି ଟଙ୍କା ଫେରସ୍ତ ମାଗିବେ, ତେବେ ପୋଲିସ ପରିଚୟ ଦେଇ ଲୋକଙ୍କ ଧମକ ଚମକ ଦେଉଥିଲେ । ଠକ ଅମିତ ସମସ୍ତ ଠକେଇ ଟଙ୍କାକୁ ବାପା ଅଶୋକ ଓଝାଙ୍କ ଆକାଉଣ୍ଟଙ୍କୁ ପଠାଉଥିଲେ । ଏପିରିକି ଲୋକଙ୍କୁ ଠକିବା ପାଇଁ ଅଭିଯୁକ୍ତ ଏକାଧିକ ମୋବାଇଲର ବ୍ୟବହାର ମଧ୍ୟ କରୁଥିଲେ । ଏୟାରଫିଲ୍ଡ ଥାନାରେ ଅଭିଯୋଗ ପରେ ତଦନ୍ତ ଆରମ୍ଭ କରିଥିଲା ପୋଲିସ ।

Also Read:-ସାମ୍ନାକୁ ଆସିଲା ଏପଷ୍ଟେଇନ୍ ର ସୁଇସାଇଡ୍ ନୋଟ୍...ମୃତ୍ୟୁର ଠିକ୍ ପୂର୍ବରୁ ଲେଖାଯାଇଛି ଛାତିଥରା କଥା

ଦୀର୍ଘ ଦିନର ଖୋଳତାଡ଼ ପରେ ପୋଲିସ ଶେଷରେ ଠକ ବାପା-ପୁଅଙ୍କୁ ଗିରଫ କରିଛି । ଗିରଫ ପରେ ସେମାନଙ୍କୁ ଜେରା ମଧ୍ୟ କରିଛି ପୋଲିସ । ଏହି ଜେରା ସମୟରେ ପୋଲିସକୁ ଅନେକ ତଥ୍ୟ ମିଳିଥିବା ସୂଚନା ମିଳିଛି । କିପରି ଲୁଟ୍ କରୁଥିଲେ, କିପରି ଠକେଇ କରୁଥିଲେ । ଏନେଇ ଅନେକ ତଥ୍ୟ ପୋଲିସର ହସ୍ତଗତ ହୋଇଛି ।

Watch Video:-