ବାଲିପାଟଣା ୦୮।୦୯ : ଟଙ୍କପାଣି ବ୍ରିଜରେ ପୁଣି ଅଘଟଣ । ପୁଣି ଜଣେ ଯୁବକ ଟଙ୍କପାଣି ବ୍ରିଜରୁ ଡେଇଁପଡ଼ିଲେ । ଭୁବନେଶ୍ବରର ଟଙ୍କପାଣି ବ୍ରିଜ ନିକଟ କୁଆଖାଇ ନଦୀରେ ସର୍ଚ୍ଚ ଅପରେସନ୍ ଆରମ୍ଭ ହୋଇଛି ।

ଖବର ଅନୁଯାୟୀ, ଟଙ୍କପାଣି ବ୍ରିଜରୁ ସୋମବାର ରାତିରେ ଡେଇଁ ଜଣେ ଯୁବକ ନିଖୋଜ ହୋଇଯାଇଛନ୍ତି। ଯୁବକ ଜଣକ ଜଣେ ଅଟୋ ଚାଳକ । ସେ ହେଉଛନ୍ତି, ପୁରୁଣା ଭୁବନେଶ୍ଵର ହରଚଣ୍ଡି ସାହିର ସଂଜୟ ସ୍ଵାଇଁ । ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ ସଞ୍ଜୟ ରାତି ପ୍ରାୟ ୧୦ଟା ରେ ଅଟୋରେ ଆସି ଅଟୋକୁ ଟଙ୍କପାଣି ବ୍ରିଜ ଉପରେ ରଖିଥିଲେ। ନିଜ ମୋବାଇଲ୍ , ଚପଲ, ଅଟୋ ଚାବି ରଖି କୁଆଖାଇ ନଦୀକୁ ଡେଇଁ ପଡିଥିଲେ ।

Also Read:-ଆଶୁତୋଷ ମୃଦଙ୍ଗିଆ ହତ୍ୟା ମାମଲା : ଅସନ୍ତୋଷ ପ୍ରକାଶ କଲେ ହାଇକୋର୍ଟ, କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ଦେଲେ ନିର୍ଦ୍ଦେଶ

ସେପଟେ ଘଟଣାସ୍ଥଳରେ ଲୋକମାନେ ରୁଣ୍ଡ ହେବା ସହ ପୋଲିସକୁ ଖବର ଦେଇଥିଲେ । ବାଲିଅନ୍ତା ଥାନା ପୋଲିସ ଏବଂ ବାଲିଅନ୍ତା ଅଗ୍ନିଶମ ବାହିନୀ ପହଁଞ୍ଚି ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ । ମାତ୍ର ସଂଜୟଙ୍କର କୌଣସି ପତ୍ତା ମିଳି ପାରିନାହିଁ । ଗତ ଶନିବାର ଦିନ ଡେଲିଭରି ବଏ ଭବାନୀ ଖଟେଇ ଏହି ସ୍ଥାନରୁ ଡେଇଁ ଜୀବନ ହାରିଥିଲେ । ୨ ଦିନ ପରେ ପୁଣି ସମାନ ଘଟଣା ଘଟିଛି।