ଦିଗପହଣ୍ଡି ୨୫।୧୦: ଦଶହରା ଛୁଟିରେ ଘରେ ପଡିଥିଲା ତାଲା । ଏହାର ସୁଯୋଗ ନେଇ ଘରେ କଳାକନା ବୁଲାଇଦେଲେ ଲୁଟେରା । ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ସହରରେ ଘଟିଛି ଏକ ବଡ଼ ଧରଣର ଚୋରି ଘଟଣା ।

ଖବର ଅନୁଯାୟୀ, ଜଣେ ପ୍ରଧାନ ଶିକ୍ଷକଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର, ଘରର ବିଭିନ୍ନ ମୂଲ୍ୟବାନ ସାମଗ୍ରୀ ସହ ଏକ ସ୍କୁଟି ଚୋରି ହୋଇଥିବା ଅଭିଯୋଗ ହୋଇଛି । ଦିଗପହଣ୍ଡି ସହରରେ ରହୁଥିବା ପ୍ରଧାନ ଶିକ୍ଷକ ପଦ୍ମନ ଶବରଙ୍କ ପରିବାର ଦଶହରା ଛୁଟି ଅବସରରେ ନିଜ ଗାଁକୁ ଯାଇଥିଲେ । ଏହି ସମୟରେ ଘରେ କେହି ନଥିବାର ସୁଯୋଗ ନେଇ ଦୁର୍ବୃତ୍ତମାନେ ଘରେ ପଶି ଚୋରି କରିଥିବା ଜଣାପଡ଼ିଛି । ଚୋରମାନେ ଘରୁ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଓ ଅନ୍ୟାନ୍ୟ ମୂଲ୍ୟବାନ ସାମଗ୍ରୀ ନେଇଯିବା ସହ ଏକ ସ୍କୁଟି ମଧ୍ୟ ଚୋରି କରିଥିବା ଅଭିଯୋଗ ରହିଛି । ତେବେ ଦିଗପହଣ୍ଡି ସହରରେ ଏଭଳି ଚୋରି ଘଟଣା ବାରମ୍ବାର ଘଟୁଥିବା ଯୋଗ୍ୟ ସାଧାରଣରେ ଚିନ୍ତା ପ୍ରକାଶ ପାଇଛି ।

Also Read:-କୋଟିଆ ପ୍ରସଙ୍ଗରେ ସରକାରଙ୍କୁ ଘେରିଲେ ବିରୋଧୀ, କଂଗ୍ରେସ-ବିଜେଡିର ଟାର୍ଗେଟ୍

ସେପଟେ ପୋଲିସ ଲୁଟ ସଂପର୍କରେ ଖବର ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍‌ ଆରମ୍ଭ କରିଛି । ଏପିରିକି ସ୍ଥାନୀୟ ଅଞ୍ଚଳରେ ଲାଗିଥିବା ସିସିଟିଭି ଫୁଟେଜକୁ ମଧ୍ୟ ତନତନ କରି ଯାଞ୍ଚ କରୁଛି । କିଏ ଓ କେମିତି ଏତେ ବଡ଼ଧରଣର ଲୁଟ୍‌ କରିଲେ । ସେନେଇ ମଧ୍ୟ ତଦନ୍ତ କରୁଛି ପୋଲିସ