ଭୁବନେଶ୍ୱର ୨୫।୧୦ : ଆସନ୍ତା ୨୮ତାରିଖରେ ସ୍ଥଳଭାଗ ଛୁଇଁବ ଅତି ଭୀଷଣ ବାତ୍ୟା ଅର୍ଣ୍ଣବ। ଆନ୍ଧ୍ରର ବପାଟଲା ଓ ବିଶାଖାପଟନମ ମଧ୍ୟରେ ସ୍ଥଳ ଭାଗ ଛୁଇଁବା ନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ସ୍ଥଳ ଭାଗ ଛୁଇଁଲାବେଳେ ଏହା ଅତି ଭୀଷଣ ବାତ୍ୟା ରୂପରେ ଅତିକ୍ରମ କରିବ । ସେ ସମୟ ରେ ପବନର ବେଗ ୧୧୫ ରୁ ୧୨୫ କିଲୋମିଟର ଓ ଝଟକା ପବନ ୧୪୦ କିଲୋମିଟର ପ୍ରତି ଘଣ୍ଟା ବୋହିବା ଥିବା କହିଛି ପାଣିପାଗ ବିଭାଗ ।

ବର୍ତ୍ତମାନ ଏହା ପୂର୍ଵକେନ୍ଦ୍ର ବଙ୍ଗୋପସାଗର ଓ ସଲଗ୍ନ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଠାରେ ଅଵପାତ ସ୍ଥିତିରେ ରହିଛି। ଏହା ଆଜି ଗଭୀର ଅଵପାତର ରୂପ ନେବ । 26 ତାରିଖ ସକାଳ ସୁଦ୍ଧା ବାତ୍ୟା ରୂପ ନେଇ ପଶ୍ଚିମ ଉତ୍ତର ପଶ୍ଚିମ ଦିଗ ଆଡ଼କୁ ଗତି କରିବ । ଏବେ ଏହା ଗତ 6 ଘଣ୍ଟାରେ ଏହା ଘଣ୍ଟା ପ୍ରତି 5 କିଲୋମିଟର ବେଗ ରେ ଗତି କରୁଛି। ଆସନ୍ତାକାଲି ସକାଳ ସୁଦ୍ଧା ଏହା ବାତ୍ୟାର ପରିଣତ ହେବ । ୨୭ତାରିଖ ସକାଳ ସୁଦ୍ଧା ଭୀଷଣ ବତ୍ୟାର ରୂପ ନେବ । ୨୮ତାରିଖ ମଧ୍ୟାହ୍ନ ସୁଦ୍ଧା ଆନ୍ଧ୍ରପ୍ରଦେଶ ୟାନମ୍ ଉପକୂଳ ଅତିକ୍ରମ କରିବା ସମ୍ଭାବନା ରହିଛି । ଏହି ସମୟରେ ପବନର ବେଗ ରହିବ ୧୧୫ରୁ ୧୨୫ କିଲୋମିଟର । ଝଟକା ପବନ ବେଗ ୧୪୦ କିମି ଛୁଇଁପାରେ।

ସୋଆ ପାଣିପାଗ କେନ୍ଦ୍ରର ମୁଖ୍ୟ ଶରତ ସାହୁଙ୍କ ଆକଳନ କହୁଛି, ବିଶାଖପାଟଣା ଦକ୍ଷିଣରେ ବାତ୍ୟା ସ୍ଥଳଭାଗରେ ପ୍ରବେଶ କରିବ। କିନ୍ତୁ ପରେ ଗତିପଥ ବଦଳାଇ ଉତ୍ତର ଦିଗକୁ ଅର୍ଥାତ୍ କୋରାପୁଟ ଆଡ଼କୁ ମୁହାଁଇବ। ଦକ୍ଷିଣ ଓଡ଼ିଶାଠାରୁ ଆ ଆରମ୍ଭ କରି ଉପକୂଳ ପଶ୍ଚିମ ଓଡ଼ିଶା ପର୍ଯ୍ୟନ୍ତ ଭୀଷଣ ପ୍ରଭାବ ପକାଇବ। ୭୫ରୁ ୧୦୦ କିଲୋମିଟର ବେଗର ପବନ ସାଙ୍ଗକୁ ଅତି ପ୍ରବଳ ବର୍ଷା ହେବ। ତେବେ ଲ୍ୟାଣ୍ଡଫଲ ଦିନକୁ ଆହୁରି ତିନି ଦିନ ରହିଛି । ଏହି ସମୟରେ ସମ୍ଭାବ୍ୟ ବାତ୍ୟାର ଗତିପଥ ଏବଂ ଏବଂ ତୀବ୍ରତା ବଦଳିବାର ସମ୍ଭାବନା ଏଡ଼ାଇ ହେବ ନାହିଁ ବୋଲି ପାଣିପାଗ ବିଶେଷଜ୍ଞ କହିଛନ୍ତି ।

Also Read:-ଡରାଇଲାଣି ସମ୍ଭାବ୍ୟ ବାତ୍ୟା, ୩୦ ଯାଏଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା

ସେହିପରି ଆଇଏମଡି ଆକଳନ ଅନୁସାରେ ଓଡ଼ିଶାରେ ବାତ୍ୟାର ସିଧା ପ୍ରକୋପ ପଡ଼ିନପାରେ। କିନ୍ତୁ, ବାତ୍ୟାର ବାହ୍ୟ ମଣ୍ଡଳର ପ୍ରଭାବରେ ୨୭ ତାରିଖ ସନ୍ଧ୍ୟାରୁ ୨୮ ତାରିଖ ସନ୍ଧ୍ୟା ପର୍ଯ୍ୟନ୍ତ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଏବଂ ପବନ ହୋଇପାରେ। ପବନ ବେଗ ଦକ୍ଷିଣ ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାରେ ଘଣ୍ଟା ପ୍ରତି ୪୦-୫୦ କିଲୋମିଟର ରହିପାରେ। ପବନ ଝଟକା ୬୦ କିମି ପର୍ଯ୍ୟନ୍ତ ଯାଇପାରେ। ୨୯ ତାରିଖରେ ବି ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ଅଛି ଓଡ଼ିଶାରେ। ୨୬ରୁ ଓଡ଼ିଶାରେ ପାଗ ବଦଳିପାରେ। ୨୮ ତାରିଖ ସକାଳ ସାଢ଼େ ୫ଟାବେଳକୁ କାକିନାଡ଼ାର ଦକ୍ଷିଣରେ ୟାନମ ଉପକୂଳରୁ କିଛି ଦୂରରେ ସମୁଦ୍ର ଭିତରେ ଅତି ଭୀଷଣ ବାତ୍ୟା ଥିବ। ସେ ସମୟରେ ବାତ୍ୟାର କେନ୍ଦ୍ରୀୟ ବଳୟରେ ୧୧୫ରୁ ୧୨୫ କିମି ପବନ ବହୁଥିବ। ଝଟକା ପବନ ୧୪୦ କିମି ଛୁଇଁପାରେ। ଏହି ତୀବ୍ରତାରେ ହିଁ ବାତ୍ୟା ସ୍ଥଳଭାଗକୁ ପ୍ରବେଶ କରିବା ସମ୍ଭାବନା ଅଛି। ଲ୍ୟାଣ୍ଡଫଲ୍ ପରେ ଏହାର ବଳ କ୍ରମଶଃ କମିବ। ତଥାପି ସନ୍ଧ୍ୟା ସାଢ଼େ ୫ଟା ବେଳକୁ କାଲିମେଳାର ଦକ୍ଷିଣରେ ଆନ୍ଧ୍ରର ଚିଣ୍ଟରୁରେ ୮୫ରୁ ୯୫ କିଲୋମିଟର ବେଗରେ ପବନ ବହୁଥିବ । ପବନ ଝଟକା ୧୦୫ କିମି ଛୁଇଁପାରେ। ସେତେବେଳେ ଭୀଷଣ ବାତ୍ୟା ଅବସ୍ଥା ସ୍ଥାରେ ଥିବ।

ସୋଆ ପାଣିପାଗ କେନ୍ଦ୍ର ମୁଖ୍ୟ ଶରତ ସାହୁଙ୍କ ଆକଳନ କହୁଛି ୨୭ ତାରିଖ ବିଳମ୍ବିତ ରାତିରେ ବାତ୍ୟା ଆନ୍ଧ୍ର ଦେଇ ପ୍ରବେଶ କଲା ପରେ କୋରାପୁଟ ମୁହାଁ ହେବ । କିନ୍ତୁ ତା ପୂର୍ବରୁ ୨୬ ତାରିଖ ରାତିରୁ ଓଡ଼ିଶାରେ ପ୍ରବଳ ବର୍ଷା ଆରମ୍ଭ ହୋଇ ଯାଇଥିବ। ଗଜପତି, ଗଞ୍ଜାମ, ରାୟଗଡ଼ା, ମାଲକାନଗିରି, କେରାପୁଟ, ନବରର ରରଙ୍ଗପୁର କନ୍ଧମାଳ, କଳାହାଣ୍ଡି, ବଲାଙ୍ଗୀର, ସୋନପୁର, ଖୋର୍ଦ୍ଧା, ନୟାଗଡ଼, କଟକ ଓ ବୌଦ୍ଧ ଜିଲ୍ଲାରେ ୨୮ ତାରିଖ ସକାଳୁ ପ୍ରବଳ ବର୍ଷା ସାଙ୍ଗକୁ ୭୫ରୁ ୧୦୦ କିଲୋମିଟର ବେଗରେ ପବନ ବହିବ। ୨୯ ତାରିଖ ବେଳକୁ ପଶ୍ଚିମ ଓଡ଼ିଶାକୁ ବ୍ୟାପିବ। କେନ୍ଦ୍ରାପଡ଼ା, ଯାଜପୁର, ବାଲେଶ୍ବର, ଭଦ୍ରକ, ଢେଙ୍କାନାଳରେ ବି ୬୦ରୁ ୮୦ କିମି ବେଗରେ ପବନ ଚାଲିବା ଆଶଙ୍କା ରହିଛି ବୋଲି ସେ ଅନୁମାନ କରିଛନ୍ତି। ୨୭ରୁ ୨୯ ତାରିଖ ଯାଏ ସମୁଦ୍ର ଅତ୍ୟନ୍ତ ଅଶାନ୍ତ ରହିବ। ତେଣୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ସମୁଦ୍ର ଭିତରକୁ ଯିବା ପାଇଁ ବାରଣ କରାଯାଇଛି।

Watch Video:-