ଅନୁଗୋଳ: ପ୍ରେମ ପାଇଁ ହତ୍ୟାକାଣ୍ଡ । ପ୍ରେମିକ ସହ ମିଶି ସ୍ଵାମୀକୁ ନିର୍ମମ ଭାବେ ହତ୍ୟାକଲା ପିଶାଚୀ ସ୍ତ୍ରୀ। ଖାଲି ସେତିକି ନୁହେଁ ହତ୍ୟା ପରେ ପ୍ରେମିକ ସହ ମିଶି ଅପେରା ଦେଖିବାକୁ ଯାଇଥିଲା। ସକାଳେ ଘରକୁ ଫେରି ସ୍ବାମୀକୁ କେହି ମାରି ଦେଇଥିବା ନାଟକ କଲା । ହେଲେ ପୋଲିସ ଆଖିରୁ ବର୍ତ୍ତି ପାରିଲାନି । ସବୁ ସତ ବାହାରି କରିଦେଲା ଅନୁଗୋଳ ପୋଲିସ ।

ସ୍ବାମୀକୁ ପ୍ରେମିକ ସହ ମିଶି ଅତି ନିର୍ମମ ଭାବେ ହତ୍ୟା କଲା । ଆଉ ଏହା ପରେ ରିଲାକ୍ସ ହେବା ପାଇଁ ପ୍ରେମିକ ସହ ଯାତ୍ରା ଦେଖିବାକୁ ଚାଲିଗଲା । ଏଭଳି ଜଣେ ନିଷ୍ଠୁର ସ୍ତ୍ରୀ ଓ ତାର ପ୍ରେମିକକୁ ବାନ୍ଧିଛି ଅନୁଗୋଳ ପୋଲିସ । ଘଟଣା ଥିଲା କିଛି ଏମିତି । ଦଶହରା ଦିନ ଅନୁଗୋଳ ବାଗଡ଼ିଆ କଣଲୋଇ ଗାଁର ଦିଲ୍ଲୀପ ସେଠୀଙ୍କ ଶବ ତାଙ୍କ ଘରୁ ପୋଲିସ ଉଦ୍ଧାର କରିଥିଲା। କିଏ କାହିଁକି ଦିଲ୍ଲୀପଙ୍କୁ ମାରିଲା ସେ ନେଇ ଆରମ୍ଭ ହୋଇଥିଲା ଖୋଳତାଡ଼ ।

Also Read: ବାଲିଅନ୍ତାରେ ପୁଣି ବର୍ବରତା, ଆକ୍ରମଣରେ ଗୁରୁତର ଯୁବକଙ୍କ ମୃତ୍ୟୁ

ସ୍ତ୍ରୀ ସୌଦାମିନୀ ସେଠୀ ଆଉ ତା ପ୍ରେମିକ ନୂଆଗାଁ ବଡ଼ସାହିର ଖଗେଶ୍ବର ସାହୁ ଉପରେ ପରିବାର ଓ ଗାଁ ଲୋକଙ୍କର ସନ୍ଦେହ ହୋଇଥିଲା । କାରଣ ପ୍ରେମିକ ସହ ମିଳାମିଶା କରୁଥିବାରୁ ସ୍ତ୍ରୀକୁ ବାରଣ କରୁଥିଲା ଦିଲ୍ଲୀପ। ହେଲେ ସ୍ତ୍ରୀ ସୌଦାମିନୀ ଏ ନେଇ କର୍ଣ୍ଣପାତ କରୁନଥିଲା । ତେଣୁ ଘରେ ସ୍ବାମୀ ସ୍ତ୍ରୀଙ୍କ ଭିତରେ କଳି ଲାଗି ରହୁଥିଲା । ସାଇଣ୍ଟିପିକ ଟିମ୍ ସହ ପୋଲିସ ଆସି ମୃତଦେହ ଜବତ କରିବା ସହ ସୌଦାମିନୀ ଓ ତାର ପ୍ରେମିକକୁ ଅଟକ ରଖି ଛାନଭିନ ଆରମ୍ଭ କରିଥିଲା। ମାତ୍ର ୪୮ ଘଣ୍ଟା ଭିତରେ ସବୁ ସତ ମାନିଯାଇଥିଲା ସୌଦିମୀନି ଓ ତାର ପ୍ରେମିକ ।

ଦଶହରା ଥିବାରୁ ଘରେ ଚିକେନ୍ ରାନ୍ଧିଥିଲା ସୌଦାମିନୀ । ସେହି ଚିକେନରେ ମୂଷା ବିଷ ମିଶାଇ ଦିଲ୍ଲୀପକୁ ଖାଇବାକୁ ଦେଇଥିଲା । ଦିଲ୍ଲୀପ ନିସ୍ତେଜ ହୋଇଯିବା ପରେ ତାର ତଣ୍ଟିକୁ ଏକ ଗାମୁଛାରେ ସୌଦିମିନୀ ଓ ଖଗେଶ୍ବର ମିଶି ଚିପି ଦେଇଥିଲେ । ଏହା ପରେ ମୁଣ୍ଡକୁ କୁରାଢୀରେ ଛେଚି ଦିଲ୍ଲୀପକୁ ହତ୍ୟା କରିଥିଲେ । ସେହି ରୁମରେ ମୃତଦେହ ପକାଇ ଗାଁ ପାଖରେ ପଡ଼ିଥିବା ଅପେରା ଦେଖିବାକୁ ପଳାଇଥିଲେ । ସକାଳେ ଘରେ କିଛି ନଜାଣିବାର ନାଟକ କରିଥିଲେ । ହେଲେ ପୋଲିସ ଆଖିରୁ ବର୍ତ୍ତି ପାରିନଥିଲେ ସୌଦାମିନୀ ଆଉ ଖଗେଶ୍ବର। ଉଭୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ।

Also Read: ତିନି ଦିନ ଧରି ନିଖୋଜ, ଶେଷରେ ମିଳିଲା ପ୍ରେମୀ ଯୁଗଳଙ୍କ ମୃତଦେହ

ଏହି ହତ୍ୟାକାଣ୍ଡ ଉତ୍ତର ପ୍ରଦେଶ ମିରଟର ସୌରଭ ରାଜପୁତଙ୍କ ହତ୍ୟା ଘଟଣାକୁ ମନେ ପକାଇ ଦେଉଛି । ଯେଉଁଠି ପତ୍ନୀ ମୁସ୍କାନ ଓ ତାର ପ୍ରେମିକ ସାହିଲ ସୌରଭଙ୍କୁ ହତ୍ୟା କରି ନୀଳ ଡ୍ରମରେ ଭର୍ତ୍ତି କରି ବାହାରକୁ ବୁଲିବା ପାଇଁ ଚାଲିଯାଇଥିଲେ । କୋର୍ଟ ନିକଟରେ ମୁସ୍କାନ ଓ ସାହିଲଙ୍କୁ ଫାଶି ଦଣ୍ଡାଦେଶ ଶୁଣାଇଥିବା ବେଳେ ଅନୁଗୋଳର ଏହି ଘଟଣାରେ କଣ ଆଇନଗତ କାର୍ଯ୍ୟାନୁଷ୍ଠାନ ହେଉଛି ତା ଉପରେ ସମସ୍ତଙ୍କ ନଜର ରହିଛି ।