ବ୍ରହ୍ମପୁର ୦୮।୦୯ : ଓଡ଼ିଶା ମୋଟର ଭେହିକଲ୍ ବିଭାଗର କନଷ୍ଟେବଲ୍ ଆଶୁତୋଷ ମୃଦଙ୍ଗିଆ ହତ୍ୟା ମାମଲା ନେଇ ବ୍ରହ୍ମପୁର ପୋଲିସ ତଦନ୍ତରେ ଅସନ୍ତୋଷ ପ୍ରକାଶ କଲେ ହାଇକୋର୍ଟ । କ୍ରାଇମବ୍ରାଞ୍ଚକୁ ତଦନ୍ତ ଭାର ହସ୍ତାନ୍ତର ପାଇଁ ଦେଲେ ନିର୍ଦ୍ଦେଶ ।

ଖବର ଅନୁଯାୟୀ, ମୃତକଙ୍କ ଭଉଣୀ ଏନେଇ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ଆଶୁତୋଷଙ୍କର ଦୁଇ ଥର ମୃତ୍ୟୁକାଳୀନ ଜମାନବନ୍ଦୀ ରେକର୍ଡ ହୋଇଥିଲା । ପତ୍ନୀ ସନ୍ଧ୍ୟା ଓ ଶଳା ମିଶି ଯୋଜନାବଦ୍ଧ ଭାବେ ହତ୍ୟା କରିଥିବା ଅଭିଯୋଗ ହୋଇଛି । ତେବେ ସଂଧ୍ୟା ପୋଲିସ କନେଷ୍ଟବଲ ହୋଇଥିବାରୁ ଗିରଫ କରାଯାଉନଥିବା ଅଭିଯୋଗ ଆଣିଛନ୍ତି ମୃତ କନେଷ୍ଟବଳଙ୍କ ପରିବାର ଲୋକ । ଗତ ଜୁନ ମାସ ୫ ତାରିଖରେ ଘଟଣା ଘଟିଥିବା ବେଳେ ୧୫ ତାରିଖରେ ଭୁବନେଶ୍ୱରରେ ଚିକିତ୍ସାଧୀନ ଅବସ୍ଥାରେ କନେଷ୍ଟବଳଙ୍କ ମୃତ୍ୟୁ ଘଟିଥିଲା ।

Watch Video:-