ଝାରସୁଗୁଡ଼ା ୧୯।୧୦ : ଝାରସୁଗୁଡାରେ ପୁଣି ଏନକାଉଣ୍ଟର। ଆମଦର ଜଙ୍ଗଲରେ ପୋଲିସ ଗୁଳିରେ ଅଭିଯୁକ୍ତ ଆହତ। ଏହାପରେ ତୁରନ୍ତ ଅଭିଯୁକ୍ତକୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।

ଖବର ଅନୁଯାୟୀ, ସୋମବାର ସକାଳ ପ୍ରାୟ ୬ଟା ସମୟରେ ଆମଦର ଜଙ୍ଗଲ ନିକଟରେ ଚାଲିଥିବା ଏକ ସର୍ଚ୍ଚ ଅପରେସନ୍ ବେଳେ ଓରିଏଣ୍ଟ ପୋଲିସ ବଣ୍ଟି ପ୍ରସାଦ ନାମକ ଜଣେ ଅଭିଯୁକ୍ତକୁ ସାମ୍ନା କରିଥିଲା। ସେ ପୋଲିସର ୱାଣ୍ଟେଡ୍ ଲିଷ୍ଟରେ ଥିଲା। ଏହି ଅପରେସନ୍ ସମୟରେ ଅଭିଯୁକ୍ତ ଜଣକ ପୋଲିସ ଟିମ୍ ଉପରକୁ ଗୁଳି ଚଳାଇଥିଲା। ଏହାର ଜବାବରେ ଆତ୍ମରକ୍ଷା ପାଇଁ ପୋଲିସ ଗୁଳି ଚଳାଇଥିଲା। ଏଥିରେ ବଣ୍ଟି ପ୍ରସାଦର ବାମ ଗୋଡ଼ରେ ଗୁଳି ବାଜିଥିବା ଜଣାପଡ଼ିଛି। ଆହତ ଅଭିଯୁକ୍ତଙ୍କୁ ତୁରନ୍ତ ଚିକିତ୍ସା ପାଇଁ ବ୍ରଜରାଜନଗର ସିଏଚସିକୁ ସ୍ଥାନାନ୍ତର କରାଯାଇଛି।

Also Read:-ଭାରତରେ ଫ୍ରାନ୍ସ ଏବଂ ବାଂଲାଦେଶ ଭଳି ଅରାଜକତା ହୋଇପାରିବନି- କିରେନ୍ ରିଜିଜୁ

ସେପଟେ ଏବେବି ଏନକାଉଣ୍ଟର ହୋଇଥିବା ସ୍ଥାନରେ ପୋଲିସ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରଖାଯାଇଛି । ଏହାସହିତ ସାଇଣ୍ଟିଫିକ୍‌ ଟିମ୍‌ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିବାର ସୂଚନା ମିଳିଛି ।