ବେଙ୍ଗାଲୁରୁ, ୧୮/୧୦ : ଭାରତ ଏବଂ ଓ୍ୱେଷ୍ଟ୍ ଇଣ୍ଡିଜ୍ ମଧ୍ୟରେ ଖେଳାଯାଇଥିବା ଟି୨୦ ସିରିଜ୍ ଡ୍ର ରହିଛି । ଉଭୟ ଦଳ ଦୁଇଟି ଲେଖାଏଁ ମୁକାବିଲା ଜିତିଥିଲେ । ଶେଷ ତଥା ପଞ୍ଚମ ମୁକାବିଲା ବର୍ଷା ପାଇଁ ଧୋଇଯାଇଥିଲା । ଫଳରେ ଉଭୟ ୨-୨ରେ ବରାବର କରି ମିଳିତ ଭାବେ ବିଜୟୀ ହୋଇଛନ୍ତି । ତେବେ ସିରିଜରେ ସବୁଠୁ ଚର୍ଚ୍ଚାରେ ଥିଲେ ଭାରତୀୟ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀ । ତାଙ୍କୁ କୌଣସି ଗୋଟିଏ ମ୍ୟାଚରେ ସୁଯୋଗ ମିଳିନଥିଲା ।

ଇଣ୍ଡିଜ୍ ବିପକ୍ଷ ସିରିଜରେ ବୈଭବଙ୍କୁ ସୁଯୋଗ ମଳିଥିଲା । କିନ୍ତୁ ସେ ଚୂଡାନ୍ତ ଏକାଦଶରେ ସ୍ଥାନ ପାଇନଥିଲେ । ସବୁ ମ୍ୟାଚରେ ସଞ୍ଜୁ ସାମସନ୍ ଏବଂ ଅଭିଷେକ ଶର୍ମା ଓପନ୍ କରିଥିଲେ । ତେବେ ବୈଭବଙ୍କୁ ସୁଯୋଗ ନମିଳିବାକୁ ନେଇ ମୁହଁ ଖୋଲିଛନ୍ତି ଅଧିନାୟକ ଶ୍ରେୟସ ଆୟର ।

ଶ୍ରେୟସ କହିଛନ୍ତି ଯେ, ଇଣ୍ଡିଜ୍ ଟିମ୍ ବହୁତ ଭଲ ଖେଳିଛି । ସାଇ ହୋପ୍ ଜବରଦସ୍ତ ବ୍ୟାଟିଂ କରିଥିଲେ । ତେବେ ବୈଭବ ସୂର୍ଯ୍ୟବଂଶୀଙ୍କୁ କୌଣସି ମୁକାବିଲା ଖେଳିବାକୁ ଦିଆଯାଇ ନଥିଲା । ତାଙ୍କ ଧୈର୍ଯ୍ୟ ଧରିବାକୁ ହେବ । ସୁଯୋଗକୁ ଅପେକ୍ଷା କରିବାକୁ ପଡିବ । ସେ ଏହାରି ଭିତରେ ନିଜ ବ୍ୟାଟିଂକୁ ଆହୁରି ଅଧିକ ଉନ୍ନତ କରିଛନ୍ତି । ପ୍ରାକ୍ଟିସ୍ କରୁଛନ୍ତି ।

ଆହୁରି ମଧ୍ୟ ଶ୍ରେୟସ କହିଛନ୍ତି ଯେ, ସେ ବୈଭବଙ୍କ ସହ ଲଗାତାର କଥା ହେଉଛନ୍ତି । ନିଶ୍ଚୟ ଭବିଷ୍ୟତରେ ତାଙ୍କୁ ସୁଯୋଗ ଦିଆଯିବ । ପ୍ରାକ୍ଟିସ୍ ଏବଂ ପ୍ରକ୍ରିୟାର ଧାରା ବଜାୟ ରଖିଲେ ସେ ସୁଯୋଗ ପାଇବା ନିଶ୍ଚିତ । ଭାରତ ପାଖରେ ଏମିତି ବି ଦୁଇ ଜଣ ଦମଦାର ଓପନର ରହିଛନ୍ତି । କିନ୍ତୁ ଆଗାମୀ ସିରିଜରେ ସେ ସୁଯୋଗ ପାଇବେ ବୋଲି ଶ୍ରେୟସ ଆଶା ଦେଇଛନ୍ତି ।

Also Read :- ହାତ ଧରି ଧକ୍କା ଦେଲେ ରାହୁଲ ଗାନ୍ଧୀ ! ସାଙ୍ଘାତିକ ଅଭିଯୋଗ ଆଣିଲେ ସାମ୍ବାଦିକା

ସୂଚନାଯୋଗ୍ୟ,ମ୍ୟାଚ୍ ଆରମ୍ଭରୁ ପ୍ରବଳ ବର୍ଷା ହୋଇଥିଲା। ତେଣୁ ମ୍ୟାଚ୍ ବିଳମ୍ବରେ ଆରମ୍ଭ ହୋଇଥିଲା। ୯.୧୫ରେ ପ୍ରଥମ ବଲ୍ ପଡ଼ିଥିଲା। ସମୟ ଅଭାବକୁ ଦେଖି ଅମ୍ପାୟରା ମ୍ୟାଚ୍ ୯-୯ ଓଭରରେ ସୀମିତ କରିବାକୁ ନିଷ୍ପତ୍ତି ନେଇଥିଲେ। ତେଣୁ ଟସ୍ ହାରି ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବା ଇଣ୍ଡିଆ ଆରମ୍ଭରୁ ଆକ୍ରମଣାତ୍ମକ ଖେଳ ପ୍ରଦର୍ଶନ କରିଥିଲା। ହେଲେ ୱେଷ୍ଟ ଇଣ୍ଡିଜ ବୋଲରମାନେ ମଧ୍ୟ ମଝିରେ ମଝିରେ ୱିକେଟ୍ ନେଇ ଭାରତର ସ୍କୋର ଗତିରେ ବ୍ରେକ୍ ଲଗାଇବାକୁ ଚେଷ୍ଟା କରୁଥିଲେ।