Marco Rubio India Visit: ଆମେରିକୀୟ ବୈଦେଶିକ ମନ୍ତ୍ରୀ ମର୍କୋ ରୁବିଓ ଚଳିତ ବର୍ଷ ଦ୍ୱିତୀୟ ଥର ପାଇଁ ଭାରତ ଗସ୍ତରେ ଆସୁଛନ୍ତି। ଆସନ୍ତା ସପ୍ତାହରେ ସେ ଦୁଇଦିନ ପାଇଁ ଭାରତ ଗସ୍ତରେ ଆସିବେ। ଏହି ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ନିଜ ଦେଶ ପାଇଁ ଭାରତରୁ ପୁଞ୍ଜି ନିବେଶ ହାସଲ କରିବା ଓ ଏନର୍ଜି ସୁରକ୍ଷା ବିଷୟରେ ଆଲୋଚନା କରିବା।

ତେଣୁ ଏଥର ରୁବିଓ ଦିଲ୍ଲୀ ନୁହେଁ ବରଂ ଭାରତର ଆର୍ଥିକ ରାଜଧାନୀ ମୁମ୍ବାଇରେ ଓହ୍ଲାଇବେ। ତାଙ୍କର ଭାରତୀୟ ଅଧିକାରୀ ଓ ବ୍ୟବସାୟୀଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ଆମେରିକା ବୈଦେଶିକ ମନ୍ତ୍ରଣାଳୟର ସୂଚନା ଅନୁସାରେ ରୁବିଓ ଶନିବାର ଠାରୁ ୬ଦିନିଆ ବିଦେଶ ଗସ୍ତରେ ଆସିବେ। ପ୍ରଥମେ ଓଜବେକିସ୍ତାନରେ କାମ ସାରିବା ପରେ ଭାରତ ଆସିବେ।

୨୦ ଅକ୍ଟୋବରକୁ ରୁବିଓ ମୁମ୍ବାଇରେ ପହଞ୍ଚିବେ । ଏହାପରେ ୨୧ ତାରିଖରେ ସେ ଗୁଜରାଟର ଜାମନଗର ଗସ୍ତ କରିବେ। ସେଠାରେ ସେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ରିଫାଇନାରୀ କମ୍ପ୍ଲେକ୍ସରେ ପାଖାପାଖି ୯ ଘଣ୍ଟା ବିତାଇବେ। ଏଠାରେ ସେ ରିଲାଏନ୍ସ ଚେୟାରମ୍ୟାନ ଓ ମ୍ୟାନେଜିଂ ଡାଇରେକ୍ଟରେ ମୁକେଶ ଅମ୍ବାନୀଙ୍କୁ ଭେଟିବେ। ମିଡିଆ ରିପୋର୍ଟ ଅନୁସାରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଆମେରିକାର ଟେକ୍ସାସରେ ଏକ ତୈଳ ବିଶୋଧନାଗାରରେ ନିବେଶ କରିବାକୁ ଯାଉଛନ୍ତି। ରବୁଓ ଅମ୍ବାନୀଙ୍କ ସହ ଏ ବିଷୟରେ ଆଲୋଚନା କରିପାରନ୍ତି। ରୁବିଓ ଅନନ୍ତ ଅମ୍ବାନୀଙ୍କ 'ଭନ୍ତାରା' ବନ୍ୟପ୍ରାଣୀ ଏବଂ ପ୍ରାଣୀ ପୁନର୍ବାସ କେନ୍ଦ୍ର ପରିଦର୍ଶନ କରିପାରନ୍ତି।

​​​​​​​Also Read- ଭାରତ-ଆମେରିକା ମଧ୍ୟରେ କାହିଁକି ହୋଇପାରୁନି ଟ୍ରେଡ୍ ଡିଲ୍, କେଉଁଠି ଅଟକିଛି କଥା ?

କେବଳ ଅମ୍ବାନୀ ନୁହଁନ୍ତି ଗୌତମ ଆଦାନୀ ଓ ଟାଟା ଗ୍ରୁପ ସହିତ ମଧ୍ୟ ଆଲୋଚନା କରିପାରନ୍ତି ରୁବିଓ। ଭାରତର ଦୁଇ ବଡ଼ ଶିଳ୍ପକୁ ଆମେରିକାର ନିବେଶ ପାଇଁ ନିମନ୍ତ୍ରଣ ଦେଇପାରନ୍ତି ଆମେରିକା ବୈଦେଶିକ ମନ୍ତ୍ରୀ।

ଆସନ୍ତା ନଭେମ୍ବର ମାସରେ ଆମେରିକାର ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ହେବାର ଅଛି। ବର୍ତ୍ତମାନ ସେଠାକାର ମାର୍କେଟ୍‌ରେ ଡିଜେଲର ଦର ଖୁବ୍ ବଢ଼ିଯାଇଛି। ତେଣୁ ଆମେରିକା ସରକାର ମାର୍କେଟ୍‌ରେ ଯେ କୌଣସି ପ୍ରକାର ଡିଜେଲ୍ ସପ୍ଲାଇ ବଢ଼ାଇବାକୁ ଚାହୁଁଛି। ଆଉ ଗୁଜରାଟର ଜାମନାଗର ରିଫାଇନାରୀରୁ ସାରା ବିଶ୍ୱକୁ ବିପୁଳ ପରିମାଣରେ ବିଶୁଦ୍ଧ ପେଟ୍ରୋଲ ଓ ଡିଜେଲ ରପ୍ତାନୀ କରାଯାଉଛି। ତେଣୁ ଆମେରିକା ମଧ୍ୟ ଜାମନଗର ରିଫାଇନାରୀରୁ ତୈଳ ଆମଦାନୀ କରି ନିଜ ମାର୍କେଟ୍‌ର ଡିଜେଲ ଦର ନିୟନ୍ତ୍ରଣ କରିବାକୁ ଚାହୁଁଛି। ରୁବିଓଙ୍କ ଏହି ଗସ୍ତ ସେ ଦିଗରେ ଖୁବ ଗୁରୁତ୍ୱପୂର୍ଣ୍ଣ।