ଭୁବନେଶ୍ୱର ୧୭।୧୦: ଜାପାନ ଏସୀୟ କ୍ରୀଡ଼ାରେ ଭାରତ ପାଇଁ ଗୌରବ ଆଣିଥିବା ହକି ତାରକାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ନବୀନ ନିବାସ ଠାରେ ଭାରତୀୟ ପୁରୁଷ ଏବଂ ମହିଳା ହକି ଦଳର ଖେଳାଳିମାନଙ୍କୁ ଭେଟି ସେମାନଙ୍କ ସଫଳତା ପାଇଁ ଶୁଭେଚ୍ଛା ଜଣାଇଛନ୍ତି ।

ଜାପାନରେ ଅନୁଷ୍ଠିତ ଏସୀୟ କ୍ରୀଡ଼ାରେ ଭାରତୀୟ ହକି ଦଳ ଶ୍ରେଷ୍ଠ ପ୍ରଦର୍ଶନ କରି ସ୍ୱର୍ଣ୍ଣ ପଦକ ହାସଲ କରିଛି । ଏହି ଐତିହାସିକ ବିଜୟ ପରେ ଆଜି ଖେଳାଳିମାନେ ନବୀନ ନିବାସରେ ପହଞ୍ଚିଥିଲେ । ହକି ଇଣ୍ଡିଆର ଅଧ୍ୟକ୍ଷ ଦିଲୀପ ତିର୍କୀଙ୍କ ଉପସ୍ଥିତିରେ ନବୀନ ପଟ୍ଟନାୟକ ଉଭୟ ପୁରୁଷ ଓ ମହିଳା ଦଳର ଖେଳାଳିମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।

Also Read:- ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ, ଜାଣନ୍ତୁ କେଉଁଦିନ କେଉଁଠି କାର୍ଯ୍ୟକ୍ରମ

ଓଡ଼ିଶା ସବୁବେଳେ ଭାରତୀୟ ହକିର ପ୍ରୋତ୍ସାହନ ପାଇଁ କାର୍ଯ୍ୟ କରିଆସିଛି ଏବଂ ଖେଳାଳିଙ୍କ ଏହି ସଫଳତା ଦେଶ ପାଇଁ ଗର୍ବର ବିଷୟ ବୋଲି ନବୀନ କହିଛନ୍ତି । ଏହି ଅବସରରେ ଖେଳାଳିମାନେ ମଧ୍ୟ ନବୀନଙ୍କୁ ଭେଟି ବେଶ ଉତ୍ସାହିତ ଥିବା ଦେଖିବାକୁ ମିଳିଥିଲା ।

Watch Video: