ନୂଆଦିଲ୍ଲୀ: ଟ୍ରାଇର ଛାଟ ପରେ ଏବେ ଟେଲିକମ କମ୍ପାନୀଗୁଡ଼ିକ କେବଳ ଏସଏମଏସ୍ ଓ ଟକ୍‌ଟାଇମ ପ୍ରିପେଡ୍ ପ୍ଲାନ ଲଞ୍ଚ କରୁଛନ୍ତି। ପ୍ରଥମେ ଜିଓ ପରେ ଏବେ ଏୟାରଟେଲ୍ ମଧ୍ୟ ପ୍ରିପେଡ୍ ପ୍ଲାନ ଲଞ୍ଚ କରିଛି। ଯେଉଁଥିରେ ଗ୍ରାହକଙ୍କୁ କେବଳ ଟକଟାଇମ ଓ ମେସେଜର ସୁବିଧା ମିଳିବ। ଇଣ୍ଟରନେଟ୍ ଡାଟା ରହିବ ନାହିଁ।

କେନ୍ଦ୍ର ସରକାରଙ୍କର ନୂଆ ଟେଲିକ ନିୟମ ଅନୁସାରେ ଏୟାରେଟଲ ଭଏସ ଆଣ୍ଡ ଏସଏମଏସ୍ ଓନଲି ପ୍ରିପେଡ୍ ପ୍ଲାନ ଲଞ୍ଚ କରିଛି। ଯାହାର ମୂଲ୍ୟ ୧୮୫, ୨୦୩ ଏବଂ ୨୦୬ ଟଙ୍କା ରଖାଯାଇଛି। କେବଳ ଏସଏମଏସ୍ ଓ ଟକଟାଇମ ପ୍ରିପେଡ୍ ପ୍ଲାନ ଲଞ୍ଚ କରିବାକୁ ଭାରତୀୟ ଦୂରସଂଚାର ନିୟାମକ ପ୍ରାଧିକରଣ (TRAI)ର ଅକ୍ଟୋବର ୨୧ ତାରିଖ ଡେଡଲାଇନ ଦେଇଥିଲା। ଏହାର ୩ ଦିନ ପୂର୍ବରୁ ଏୟାରଟେଲ୍ ପ୍ଲାନ ଲଞ୍ଚ କରିଛି।

ବର୍ତ୍ତମାନ ଗ୍ରାହକ ନିଜ ଏୟାରଟେଲ୍ ଆପ୍‌ରେ ଚେକ୍ କଲେ ନୂଆ ପ୍ରିପେଡ୍ ପ୍ଲାନ ପାଇପାରିବେ। ଯେଉଁ ଗ୍ରାହକମାନେ ଇଣ୍ଟରନେଟର ବ୍ୟବହାର ଜାଣନ୍ତି ନାହିଁ, କେବଳ ଫୋନ ଓ ଏସଏମଏସ୍‌ରେ କାମ ଚଳାନ୍ତି, ସେମାନଙ୍କୁ ଏହା ଖୁବ୍ ଲାଭ ଦେବ। ଏୟାରଟେଲ ଲଞ୍ଚ କରିଥିବା ଏହି ୩ ନୂଆ ପ୍ରିପେଡ୍ ପ୍ଲାନରେ ଗ୍ରାହକଙ୍କୁ ଅନଲିମିଟେଡ୍ କଲ, ଏସଟିଡି ଓ ରୋମିଂ କଲ ସହ ୩୦୦ ଏସଏମଏସ୍‌ର ସୁବିଧା ମିଳିବ। ଏହାର ବୈଧତା କେତେ ରହିବ ଆସନ୍ତୁ ଜାଣିବା।

କ. ୧୮୫ ଟଙ୍କିଆ ପ୍ରିପେଡ୍ ପ୍ଲାନ୍- ଏୟାରଟେଲର ଏହା ସବୁଠାରୁ ଶସ୍ତା ପ୍ରିପେଡ୍ ପ୍ଲାନ୍ ହେବ। ଏଥିରେ ଅନଲିମିଟେଡ୍ କଲ, ଏସଟିଡି ଓ ରୋମିଂ କଲ ସହ ୩୦୦ ଏସଏମଏସର ସୁବିଧା ମିଳିବ। ହେଲେ ବୈଧତା ମାତ୍ର ୨୮ ଦିନ ପାଇଁ ରହିବ।

ଖ. ୨୦୩ ଟଙ୍କିଆ ପ୍ରିପେଡ୍ ପ୍ଲାନ୍- ଏଥିରେ ଅନଲମିଟେଡ୍ କଲ ସହ ୩୦୦ ଏସଏମଏସର ସୁବିଧା ମିଳିବ। କିନ୍ତୁ ବୈଧତା ୩୦ ଦିନ ପାଇଁ ରହିବ।
 

ଗ. ୨୦୬ ଟଙ୍କିଆ ପ୍ଲାନ୍- ଏହି ପ୍ଲାନର ବି ସମାନ ସୁବିଧା ମିଳିବ। ହେଲେ ଏହାର ବୈଧତା ନିର୍ଦ୍ଦିଷ୍ଟ ୩୦ ଦିନ ପରିବର୍ତ୍ତେ କ୍ୟାଲେଣ୍ଡର ମାସ ଅନୁଯାୟୀ ବୈଧତା ହେବ। ଅର୍ଥାତ୍ ଯଦି ଆପଣ ଅକ୍ଟୋବର ୧୮ ତାରିଖରେ ରିଚାର୍ଜ କରୁଛନ୍ତି ତେବେ ପରବର୍ତ୍ତି ରିଚାର୍ଜ ଆପଣ ନଭେମ୍ବର ୧୮ ତାରିଖରେ ହିଁ କରିବେ।

Also Read- ଭାରତ ଠାରୁ ବଡ ସହଯୋଗ ଚାହୁଁଛି ଆମେରିକା ! ଗୁଜରାଟ ଆସି ଅମ୍ବାନୀ, ଆଦାନୀ ଓ ଟାଟାଙ୍କୁ ଭେଟିବେ ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ

ଲଞ୍ଚ ହୋଇଥିବା ୩ ଯାକ ପ୍ଲାନରେ ମାଗଣା 'ହେଲୋଟ୍ୟୁନ୍ସ' (HelloTunes)ସୁବିଧା ମିଳିବ।

କ’ଣ ଥିଲା ଟ୍ରାଇର ନୂଆ ନିୟମ ?

ସେପ୍ଟେମ୍ବର ୨୦୨୬ ରେ ଟ୍ରାଇ ଟେଲିକମ ଅପରେଟରଗୁଡ଼ିକ ପାଇଁ ନୂଆ ଫ୍ରେମୱର୍କ ଜାରି କରିଥିଲା। ୩୦ ଦିନର ପ୍ରିପେଡ ପ୍ଲାନ୍ ନିୟମ ପାଳନ କରିବାକୁ କହିଥିଲା ନିୟାକମ। ବିନା ଇଣ୍ଟରନେଟ ଡାଟାରେ କେବଳ କଲ ଓ ଏସଏମଏସ୍ ପ୍ରିପେଡ୍ ପ୍ଲାନ୍ ଲଞ୍ଚ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଏଥିରେ ସ୍ୱଳ୍ପ ଓ ଦୀର୍ଘ ବୈଧତାଯୁକ୍ତ ପ୍ଲାନର ବିକଳ୍ପ ଦେବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଥିଲା। ସେହି ଅନୁସାରେ ଏୟାରଟେଲ୍ ୨୮ ଦିନ, ୩୦ ଦିନ ଓ କ୍ୟାଲେଣ୍ଡର ମାସ ବୈଧତା ଥିବା ପ୍ୟାକ ଲଞ୍ଚ କରିଛି। ଗ୍ରାହକ ନିଜ ସୁବିଧା ଅନୁସାରେ ପ୍ଲାନ ବାଛିପାରିବେ।