ନୂଆଦିଲ୍ଲୀ, ୧୯/୧୦:ବିରୋଧୀଙ୍କ‘କ୍ଷମତା ପରିବର୍ତ୍ତନ'ଟିପ୍ପଣୀ ଉପରେ ରବିବାର କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ ରିଜିକୁ କଡ଼ା ଜବାବ ଦେଇଛନ୍ତି। କହିଛନ୍ତି,ବାଂଲାଦେଶ ଓ ଫ୍ରାନ୍ସ ଭଳି ଭାରତରେ ମଧ୍ଯ ହିଂସାକାଣ୍ଡ ଘଟାଇବା ଲାଗି ଷଡ଼ଯନ୍ତ୍ର କରଯାଇଥିଲା। କିଛି ନେତା ଯୁବ ଗୋଷ୍ଠୀଙ୍କୁ ଉସୁକାଇ ଦେଶବ୍ୟାପୀ ହିଂସା ଘଟାଇବାକୁ ଉଦ୍ୟମ କରିଥିଲେ। କିନ୍ତୁ ସେମାନଙ୍କର ଏହି ଷଡ଼ଯନ୍ତ୍ର ଫେଲ୍ ମାରିଛି। ଭାରତ ବାଂଲାଦେଶ କିମ୍ବା ଫ୍ରାନ୍ସ ନୁହେଁ । ଏଠାରେ କ୍ଷମତା ପରିବର୍ତ୍ତନ ନିଶ୍ଚିତ ହୋଇପାରିବ। କିନ୍ତୁ କେବଳ ନିର୍ବାଚନ ଜରିଆରେ ଏହା ସମ୍ଭବ। ସୋରୋସ (ଆମେରିକୀୟ ନିବେଶକ ଜର୍ଜ ସୋରୋସ)ଙ୍କ ଜରିଆରେ ଏହା ହୋଇପାରିବ ନାହିଁ ।

Also Read :- ଦଶହରାକୁ ଫିକା କରିବ ବର୍ଷା : ଏହି ସବୁ ଜିଲ୍ଲାରେ ଦୁଇ ଦିନ ପ୍ରବଳ ବର୍ଷିବ

ସୋସିଆଲ ମିଡିଆରେ ରିଜିକୁ ଲେଖିଛନ୍ତି,ବାଂଲାଦେଶରେ ହିଂସା ଘଟଣା ପରେ ଫ୍ରାନ୍ସରେ ଦଙ୍ଗା,ପୋଡ଼ାଜଳା ଏବଂ ଲୁଟପାଟ ଘଟଣା ଘଟିଛି। ଏହିଭଳି ଘଟଣା ଭାରତରେ ଘଟାଇବାକୁ ବି ଷଡ଼ଯନ୍ତ୍ର ହୋଇଥିଲା। କିନ୍ତୁ ସେମାନେ ଭୁଲିଯଉଛନ୍ତି ଯେ ଏହା ଭାରତ। ବାଂଲାଦେଶ ଓ ଫ୍ରାନ୍ସ ଭଳି ଘଟଣା ଏଠାରେ ଘଟିପାରିବ ନାହିଁ।

ଉଲ୍ଲେଖଯୋଗ୍ୟ,ସିଇସିଙ୍କ ଇସ୍ତଫା ଦାବିରେ ଆନ୍ଦୋଳନ କରିଥିବା ଏଆଇଏସଏର ମୁଖ୍ୟ ନେହା ବୋରା ବାଂଲାଦେଶର ସୋସାଲିଷ୍ଟ ଷ୍ଟୁଡେଣ୍ଟସ ଫ୍ରଣ୍ଟ(ଏସଏସଏଫ)କୁ ସେମାନଙ୍କ ଷଷ୍ଠ କେନ୍ଦ୍ରୀୟ ସମ୍ମିଳନୀ ପାଇଁ ଶୁଭେଚ୍ଛା ଜଣାଇ ଏକ ଭିଡିଓ ବାର୍ଭା ପଠାଇଥିଲେ। ଏଥିରେ ସେ ଲେଖିଥିଲେ,ଭାରତର ଜେନ୍ -ଜି ଆନ୍ଦୋଳନ ବାଂଲାଦେଶ ଆନ୍ଦୋଳନରୁ ପ୍ରେରିତ ହୋଇଛି। ଆମେ ଆପଣଙ୍କଠାରୁ ପ୍ରେରଣା ନେଉଛୁ। ମୋର ଆଶା ଯେ ଆପଣ ବାଂଲାଦେଶ ଏବଂ ଆମେ ଭାରତରେ ଏକଜୁଟ ହୋଇ ଉନ୍ନତ ଦକ୍ଷିଣ ଏସିଆ ଏବଂ ସମୃଦ୍ଧ ଭାରତ ପାଇଁ ଲଢ଼ିପାରିବୁ । ଏସଏସଏଫ୍ ବାଂଲାଦେଶର ଛାତ୍ର ଆନ୍ଦୋଳନ ଏବଂ କ୍ଷମତା ପରିବର୍ତ୍ତନ ଘଟଣାକ୍ରମରେ ସକ୍ରିୟ ଥିଲା।

ନେହାଙ୍କ ଏହି ଟିପ୍ପଣୀ ଉପରେ ବିଜେପି ନେତା ପ୍ରଦୀପ ଭଣ୍ଡାରୀ କହିଥିଲେ,ବାଂଲାଦେଶରେ ଏକ ଇସଲାମବାଦୀ ଗୋଷ୍ଠୀ ଲୋକଙ୍କୁ ବ୍ୟବହାର କରି ଅରାଜକତା ସୃଷ୍ଟି କରିଥିଲା ଏବଂ ସମ୍ପୂର୍ଣ ବ୍ୟବସ୍ଥାକୁ ଶେଷ ପାଇଁ ଉଦ୍ୟମ କରିଥିଲା। କ୍ଷମତା ପରିବର୍ତ୍ତନ ସେମାନଙ୍କ ଉଦ୍ଦେଶ୍ୟ ଥିଲା । ନେହା ବୋରା ବି ଭାରତରେ ବାଂଲାଦେଶ ଭଳି ଅରାଜକ ଆନ୍ଦୋଳନ ଚାହୁଁଛନ୍ତି। ଏଥିରୁ ସ୍ପଷ୍ଟ ହୋଇଛି ଯେ ରାହୁଲ ଗାନ୍ଧୀ ଯେତେବେଳେ ଗଣତାନ୍ତ୍ରିକ ଉପାୟରେ ନିଜ ପରିବାରକୁ କ୍ଷମତାସୀନ କରିବାରେ ବିଫଳ ହୁଅନ୍ତି,ସେତେବେଳେ ସେ ନିଜ ପୂରା ଇକୋସିଷ୍ଟମ ସହିତ ଭାରତର ଗଣତନ୍ତ୍ରକୁ ନଷ୍ଟ ଲାଗି ଷଡ଼ଯନ୍ତ୍ର କରନ୍ତି ।