ଦିଗପହଣ୍ଡି ୨୬।୧୦ : ଦିଗପହଣ୍ଡି ବ୍ଲକ ସହଦେବଟିକରପଡ଼ା ଗାଁର କାଳୁ ଗୌଡ଼ ନାମକ ଜଣେ ଯୁବକଙ୍କୁ ୧୦ ରୁ ଉର୍ଦ୍ଧ୍ବ ଯୁବକ ସଂଘବଦ୍ଧ ଭାବେ ମରଣାନ୍ତକ ଆକ୍ରମଣ କରିଛନ୍ତି। ତାଙ୍କ ଡାହାଣ ହାତ,ମୁଣ୍ଡ ଓ ବାମ ଗୋଡ ସମେତ ଶରୀରର ଅନେକ ସ୍ଥାନରେ ଖଣ୍ଡା ଆଘାତ ଲାଗିଛି।

ଖବର ଅନୁଯାୟୀ, କାଳୁ ଗାଁ ଛକକୁ ଯାଇଥିବା ବେଳେ ସେଠାରେ ଛକି ରହିଥିବା ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀର ୧୦ରୁ ଉର୍ଦ୍ଧ୍ବ ବ୍ୟକ୍ତି ତାଙ୍କୁ ଚାରିପଟୁ ଘେରି ଯାଇ ଖଣ୍ଡା ଓ ଠେଙ୍ଗା ରେ ଆକ୍ରମଣ କରିଥିଲେ। ରକ୍ତ ଜୁଡୁବୁଡୁ ହୋଇ ପଡ଼ିଥିବା କାଳୁଙ୍କୁ ପ୍ରଥମେ ଦିଗପହଣ୍ଡି ମେଡିକାଲ ପରେ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି। ପ୍ରାୟ ୨୫ ବର୍ଷ ଧରି ଗାଁରେ ଦୁଇ ଗୋଷ୍ଠୀ ମଧ୍ୟରେ ଉତ୍ତେଜନା ରହିଛି । ଉଭୟ ଗୋଷ୍ଠୀର ସଦସ୍ୟମାନଙ୍କ ନାଁରେ କେ.ନୂଆଗାଁ ଥାନାରେ ୧୨ ରୁ ଉର୍ଦ୍ଧ୍ବ ମାମଲା ରହିଛି। କାଳୁ ଗୌଡ଼ ଙ୍କ ନାଁ ରେ ମଧ୍ୟ ପୂର୍ବରୁ ଏକ ହତ୍ୟା ମାମଲା ରହିଛି। ସର୍ତ୍ତ ମୂଳକ ଜାମିନ ରେ ସେ ଜେଲରୁ ଫେରିଥିଲେ ।

Also Read:-ବଙ୍ଗୋପସାଗରରେ ବାତ୍ୟା ରୂପ ନେଲା ଘୂର୍ଣ୍ଣିବଳୟ, ଓଡ଼ିଶା ଉପରେ ବଢ଼ିଲା ବିପଦ ?