ନୂଆଦିଲ୍ଲୀ, ୨୬/୧୦ : ବ୍ରାଜିଲର ରାଷ୍ଟ୍ରପତି ଲୁଇଜ୍ ଇନାସିୟୋ ଲୁଲା ଡା ସିଲଭା ପୁଣି ଥରେ ନିର୍ବାଚିତ । ରବିବାର ଅନୁଷ୍ଠିତ ରାଷ୍ଟ୍ରପତି ନିର୍ବାଚନରେ ସେ ନିଜ ପ୍ରତିଦ୍ୱନ୍ଦ୍ୱୀ ଫ୍ଲାଭିୟୋ ବୋଲସୋନାରୋଙ୍କୁ ପରାସ୍ତ କରି ନିର୍ବାଚିତ ହୋଇଛନ୍ତି । ଦେଶର ନିର୍ବାଚନ ଅଧିକାରୀ ଏନେଇ ଘୋଷଣା କରିଛନ୍ତି । ଏବେ ଲାଟିନ ଆମେରିକାର ସବୁଠୁ ବଡ଼ ଅର୍ଥବ୍ୟବସ୍ଥା ପୁଣି ବାମପନ୍ଥୀ ନେତୃତ୍ୱ ଅଧିନରେ ରହିବ । 

Also Read :- ମୂର୍ତ୍ତି ବିସର୍ଜନ ଶୋଭାଯାତ୍ରା ବେଳେ ମାଡ଼ିଗଲା କାର୍, ୪ ମୃତ

ରୟଟର୍ସ ଅନୁସାରେ, ଦେଶରେ ୯୯ ପ୍ରତିଶତରୁ ଅଧିକ ଭୋଟ୍ ଗଣତି ସରିଛି । ଏଥିରେ ଲୁଲା ୫୧.୨୧ ପ୍ରତିଶତ ଭୋଟ୍ ପାଇଛନ୍ତି । ଅନ୍ୟ ଦିଗରେ ବୋଲସୋନାରୋଙ୍କୁ ୪୮. ୭୯ ପ୍ରତିଶତ ଭୋଟ୍ ମିଳିଛି । ନିର୍ବାଚନ ଅଧିକାରୀ ଲୁଲାଙ୍କ ବିଜୟ ଘୋଷଣା କରିବା ପୂର୍ବରୁ ସେ ଜିତିବେ ବୋଲି ଅନୁମାନ କରାଯାଇଥିଲା ।

ଟ୍ରମ୍ପଙ୍କୁ ଝଟକା

ନିର୍ବାଚନର ଫଳାଫଳ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପାଇଁ ଶକ୍ତ ଝଟକା ବୋଲି କୁହାଯାଉଛି । ବୋଲସୋନାରୋ ଜିତିଥିଲେ ଦେଶରେ ଦକ୍ଷୀଣପନ୍ଥୀଙ୍କ ଦବଦବା ରହିଥାନ୍ତା । ଯାହା ଟ୍ରମ୍ପ୍ ଚାହୁଁଥିଲେ । ତେବେ ଲୁଲାଙ୍କ ବିଜୟ ପରେ ଏବେ ଉଭୟ ବ୍ରାଜିଲ ଏବଂ ମେକ୍ସିକୋରେ ବାମପନ୍ଥୀ ବିଚାରଧାରାର ନେତା ରହିଛନ୍ତି ।

ବୋଲସୋନାରୋ ନିର୍ବାଚନ ପ୍ରଚାର ବେଳେ ଓ୍ୱାଶିଂଟନ ସହ ଭଲ ସମ୍ପର୍କ ପ୍ରସଙ୍ଗରେ ଲଢିଥିଲେ । ଏହାସହ ଆଗକୁ ଆମେରିକା ସହ ଅଧିକ ମଜବୁତ ସମ୍ପର୍କ ପ୍ରତିଷ୍ଠା କରିବେ ବୋଲି ଦର୍ଶାଇଥିଲେ । ହେଲେ ଭୋଟର ଏସବକୁ ପ୍ରତାଖ୍ୟାନ କରିଛନ୍ତି ।

ଅନ୍ୟ ଦିଗରେ ଲୁଲା ବ୍ରାଜିଲ ପ୍ରତି ଆମେରିକାର ନୀତିକୁ କଟୁ ସମାଲୋଚନା କରୁଥିଲେ । ଆମେରିକାର ଟାରିଫ୍ କୁ ସେ ବିରୋଧ କରିଥିଲେ । ଏହାସହ ସେ ନିଶା ଦ୍ରବ୍ୟ ଚାଲାଣ କରୁଥିବା ସଂସ୍ଥାକୁ ବିଦେଶୀ ଆତଙ୍କବାଦୀ ଘୋଷଣା କରିବା ପ୍ରସଙ୍ଗରେ ନିର୍ବାଚନ ଲଢିଥିଲେ ।