ଭୁବନେଶ୍ୱର ୨୬।୧୦ : ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା । ବାତ୍ୟାର ଗତିପଥ ଏବଂ ସମୁଦ୍ରର ଅଶାନ୍ତ ଚିତ୍ର ସାମ୍ନାକୁ ଆସିଛି। ବାତ୍ୟା ପ୍ରଭାବରେ ଆନ୍ଧ୍ର ଓ ଦକ୍ଷିଣ ଓଡ଼ିଶା ଉପକୂଳ ପାଇଁ 'ରେଡ୍ ମେସେଜ୍'। 

ବଙ୍ଗୋପସାଗରରେ ଗଭୀର ଅବପାତ ଘନୀଭୂତ ହୋଇ ବାତ୍ୟାରେ ପରିଣତ ହୋଇଛି। ଏହା ବର୍ତ୍ତମାନ ବିଶାଖାପାଟଣାରୁ ୬୫୦ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ରହିଛି। ସୋମବାର ମଧ୍ୟରାତ୍ରି ସୁଦ୍ଧା ଏହା ଭୀଷଣ ସାମୁଦ୍ରିକ ଝଡ଼ ଏବଂ ୨୭ ତାରିଖ ସୁଦ୍ଧା ଅତି ଭୀଷଣ ସାମୁଦ୍ରିକ ଝଡ଼ର ରୂପ ନେଇପାରେ। ଅକ୍ଟୋବର ୨୮ ତାରିଖ ପୂର୍ବାହ୍ନରେ ବାପଟଲା ଏବଂ ବିଶାଖାପାଟଣା ମଧ୍ୟରେ ଏହା ସ୍ଥଳଭାଗ ଅତିକ୍ରମ କରିବ। ସ୍ଥଳଭାଗ ଅତିକ୍ରମ କରିବା ସମୟରେ ପବନର ବେଗ ଘଣ୍ଟାପ୍ରତି ୧୧୫ରୁ ୧୨୫ କିଲୋମିଟର ରହିବା ସହ ଝଟକା ପବନ ୧୪୦ କିଲୋମିଟର ପର୍ଯ୍ୟନ୍ତ ହୋଇପାରେ।

Also Read:-ପାଖେଇ ଆସିଲାଣି 'ଅର୍ଣ୍ଣବ' : ଆଜି ରାତିରୁ ପ୍ରବଳ ବର୍ଷା, ୧୪୦ ଛୁଇଁବ ପବନର ବେଗ !

ତେବେ ବାତ୍ୟାକୁ ଦୃଷ୍ଟିରେ ଓଡ଼ିଶା ଓ ଆନ୍ଧ୍ର ସରକାର ଆଗୁଆ ପଦକ୍ଷେପ ନେଇଛନ୍ତି । ଓଡ଼ିଶା ସରକାର ପ୍ରଭାବିତ ହେବାକୁ ଥିବା ଜିଲ୍ଲାମାନଙ୍କର ବିଶେଷ ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏପିରିକି ବରିଷ୍ଠ ପ୍ରଶାସନିକ ଅଧିକାରୀ ଏବଂ ମନ୍ତ୍ରୀମାନଙ୍କୁ ବିଭିନ୍ନ ଜିଲ୍ଲାର ଦାୟିତ୍ୱ ବଣ୍ଟନ କରାଯାଇଛି । ଆସନ୍ତା ୨୮ ତାରିଖ ପାଇଁ ଓଡ଼ିଶା, ଆନ୍ଧ୍ର, ତେଲେଙ୍ଗାନା, ଛତିଶଗଡ଼ ଆଦି ରାଜ୍ୟର ପ୍ରାୟ ୨୪ ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ରେଡ୍‌ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ ।

Watch Video:-