ଅନୁଗୋଳ ୨୦।୭: ରିଲ୍ସ ନିଶା କଲା ବାୟା । ରିଲ୍ସ କରୁଥିବା ବେଳେ ବ୍ରାହ୍ମଣୀ ନଦୀ ଉପରେ ଥିବା ରେଳବ୍ରିଜରୁ ଖସିପଡ଼ି ଜଣେ ଯୁବକ ନିଖୋଜ । ଅନୁଗୋଳ ଜିଲ୍ଲାରେ ଘଟିଛି ଏଭଳି ଅଭାବନୀୟ ଘଟଣା । ନିଖୋଜ ଯୁବକ ହେଲେ ସମଲ ଥାନା ଅନ୍ତର୍ଗତ ବିଲିଣ୍ଡା ଗ୍ରାମର ଶୁଭ୍ରାଂଶୁ ପ୍ରଧାନ।

ସୂଚନାଯୋଗ୍ୟ ଯେ, ରବିବାର ସନ୍ଧ୍ୟାରେ ଶୁଭ୍ରାଂଶୁ ତାଙ୍କର ଦୁଇ ଜଣ ସାଙ୍ଗଙ୍କ ସହ ବ୍ରାହ୍ମଣୀ ନଦୀ ଉପରେ ଥିବା ରେଳବ୍ରିଜକୁ ରିଲ୍ସ ଭିଡିଓ କରିବା ପାଇଁ ଯାଇଥିଲେ । ରିଲ୍ସ କରୁଥିବା ସମୟରେ ହଠାତ୍ ତାଙ୍କ ଗୋଡ଼ ଖସିଯିବାରୁ ସେ ବ୍ରାହ୍ମମୀ ନଦୀକୁ ଖସିପଡ଼ିଥିଲେ । ଘଟଣା ପରେ ତାଙ୍କ ସାଙ୍ଗମାନେ ଏ ନେଇ ସ୍ଥାନୀୟ ଲୋକଙ୍କୁ ଖବର ଦେଇଥିଲେ ।

Also Read:- ହେରାପଞ୍ଚମୀ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା, କିନ୍ତୁ VIP ଦର୍ଶନକୁ ନେଇ ଏମିତି କହିଲେ କେନ୍ଦ୍ରାଞ୍ଚଳ ଆଇଜି

ଖବର ପାଇ କଣିହାଁ ଅଗ୍ନିଶମ ବିଭାଗ ଓ ସମଲ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା ଅଗ୍ନିଶମ ବାହିନୀ । ତେବେ ଅନେକ ସମୟ ଧରି ଖୋଜାଖୋଜି ଚାଲିଥିଲେ ମଧ୍ୟ ଶୁଭ୍ରାଂଶୁଙ୍କର କୌଣସି ପତ୍ତା ମିଳିନାହିଁ । ନିଖୋଜ ଯୁବକଙ୍କୁ ଖୋଜିବା ପାଇଁ ଉଦ୍ଧାରକାରୀ ଟିମ୍ ଉଦ୍ୟମ ଜାରି ରହିଛି । ଏ ଖବର ପରିବାର ଲୋକ ପାଇବା ପରେ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି । କେମିତି ପୁଅ ସୁରକ୍ଷିତ ଫେରିବ ଅନାଇ ବସିଛନ୍ତି ପରିବାର ।