କେନ୍ଦ୍ରାପଡ଼ା ୧୭।୫: କେନ୍ଦ୍ରାପଡ଼ା କୁପୁଣି ଗାଁରେ ତରଭୁଜ ଖାଇ ଜଣେ ନାବାଳକଙ୍କ ମୃତ୍ୟୁ ଘଟଣା ସାରା ରାଜ୍ୟକୁ ଚକିତ କରିଛି । ଏଭଳି ଘଟଣା ପରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏକ ସ୍ଵତନ୍ତ୍ର ଟିମ୍ ମୃତ ନାବାଳକଙ୍କ ଘରେ ପହଞ୍ଚି ଯାଞ୍ଚ କରିଛନ୍ତି

ଶନିବାର ସନ୍ଧ୍ୟାରେ ଏକ ୭ ଜଣିଆ ଟିମ୍ ମୃତ ନାବାଳକ ସ୍ଵାଧୀନ ସେନାପତିଙ୍କ ଘରେ ପହଞ୍ଚି ବିଭିନ୍ନ ଖାଦ୍ୟ ପଦାର୍ଥ ଓ ରନ୍ଧା ଖାଦ୍ୟ ଯାଞ୍ଚ କରିଥିଲେ । ଘଟଣା ପୂର୍ବଦିନ ଉକ୍ତ ପରିବାର ଖାଦ୍ୟରେ ପୋଇ ତରକାରୀ ଖାଇଥିବା ମେଡିକାଲ ଟିମ୍ ଜାଣିବାକୁ ପାଇଛି । ଅନ୍ୟପକ୍ଷରେ ଫୁଡ୍ ଇନ୍ସିପେକ୍ଟରଙ୍କ ଏକ ଟିମ୍ ତରଭୁଜ କିଣାଯାଇଥିବା ଦୋକାନରେ ପହଞ୍ଚି ତରଭୁଜର ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ଭୁବନେଶ୍ଵର ପଠାଇଛନ୍ତି ।

Also Read:- ମାଟିତଳୁ ଉଦ୍ଧାର ହେଲା ମହିଳାଙ୍କ ମୃତଦେହ, ମୃତ୍ୟୁ ପରେ ସ୍ବାମୀ ପୋତିଦେଇଥିବା ଅଭିଯୋଗ

ଉଲ୍ଲେଖଯୋଗ୍ୟ ଯେ, ମୃତ ନାବାଳକଙ୍କ ପରିବାରର ଅନ୍ୟ ୪ ଜଣ ଏବେବି ମେଡିକାଲରେ ଚିକିତ୍ସାଧିନ ଅଛନ୍ତି ।