ପୁରୀ ୭।୧୧: ପିପିଲି ପୋଲିସକୁ ସଫଳତା। ୨୩୦ଟି ଜୀବନ୍ତ କଇଁଛ ଉଦ୍ଧାର। ଧରାପଡିଲେ ଦୁଇ ଚାଲାଣକାରୀ। ଶୁକ୍ରବାର ରାତିରେ ପିପିଲି ପୋଲିସକୁ ଏହି ସଫଳତା ମିଳିଛି।

Also Read:-‘ଏମାର୍ଜେନ୍ସୀ’କୁ ନେଇ ପୁସ୍ତକରେ ଉଲ୍ଲେଖ କରିଛନ୍ତି ସୋନିଆ ଗାନ୍ଧି, ଜାଣନ୍ତୁ ଇନ୍ଦିରାଙ୍କୁ ନେଇ କହିଛନ୍ତି କ’ଣ?

କାର୍‌ରେ ବେଆଇନ ଭାବେ କଇଁଛ ଚାଲାଣ ହେଉଥିବା ସମ୍ପର୍କରେ ପୋଲିସକୁ ସୂଚନା ମିଳିଥିଲା। ଏହି ସୂଚନା ଆଧାରରେ ପୋଲିସ ତୁରନ୍ତ ଚଢ଼ାଉ କରି ପିପିଲି ଟୋଲ୍ ଗେଟ୍ ନିକଟରେ ପଶ୍ଚିମବଙ୍ଗ ନମ୍ବର ବିଶିଷ୍ଟ କାର୍ଟିକୁ ଅଟକାଇ ଯାଞ୍ଚ କରିଥିଲା। ଯାଞ୍ଚ ସମୟରେ ଉକ୍ତ କାର୍ରୁ ୨୩୦ଟି ଜୀବନ୍ତ କଇଁଛ ଉଦ୍ଧାର କରାଯିବା ସହ ଏହି ବେଆଇନ ଚାଲାଣରେ ସମ୍ପୃକ୍ତ ଦୁଇ ଜଣଙ୍କୁ ଧରାଯାଇଥିଲା। ଉଦ୍ଧାର କରାଯାଇଥିବା ୨୩୦ଟି ଜୀବନ୍ତ କଇଁଛ ଏବଂ ଚାଲାଣରେ ବ୍ୟବହୃତ କାର୍କୁ ଆବଶ୍ୟକ ଆଇନଗତ କାର୍ଯ୍ୟାନୁଷ୍ଠାନ ନିମନ୍ତେ ବନ ବିଭାଗକୁ ହସ୍ତାନ୍ତର କରାଯାଇଛି।