ରେଢ଼ାଖୋଲ ୧୯।୧୦: ୮ ଦିନ ଧରି ଶିକାରୀର ଗୁଳିବିଦ୍ଧ ହୋଇ ଯନ୍ତ୍ରଣାରେ ଜଙ୍ଗଲରେ ଘୂରି ବୁଲୁଥିଲା ଦନ୍ତା ହାତୀ । ଚିକିତ୍ସା ଅଭାବରୁ ଶେଷରେ ଆଖିବୁଜିଲା ଗଜରାଜ । ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବନଖଣ୍ଡ ଅନ୍ତର୍ଗତ ନାକଟିଦେଉଳ ବନାଞ୍ଚଳ ଅଧୀନ ଖେସଡା ଜଙ୍ଗଲରେ ଗୁଳିବିଦ୍ଧ ଦନ୍ତା ହାତୀର ମୃତ୍ୟୁ ଘଟିଛି ।

ଗତ ୮ ଦିନ ଧରି ହାତୀଟି ଆହତ ଅବସ୍ଥା ଯନ୍ତ୍ରଣାରେ ଜଙ୍ଗଲରେ ଘୂରି ବୁଲୁଥିବା ବେଳେ ରବିବାର ତାର ମୃତ୍ୟୁ ହୋଇଯାଇଥିଲା । ଏହି ଘଟଣାକୁ ନେଇ ବନ୍ୟଜନ୍ତୁ ସୁରକ୍ଷା ଏବଂ ବନ ବିଭାଗର କାର୍ଯ୍ୟଶୈଳୀ ଉପରେ ସାଧାରଣରେ ପ୍ରଶ୍ନ ଉଠିଛି । ଅନ୍ୟପଟେ ରେଢ଼ାଖୋଲ ବନଖଣ୍ଡରେ ୨ ବର୍ଷ ମଧ୍ୟରେ ୭ଟି ହାତୀ ମୃତ୍ୟୁ ହୋଇଥିବା ଜଣାପଡ଼ିଛି ।

Also Read:- ଚିକିତ୍ସା ପାଇଁ ମେଡିକାଲ ଯାଉଥିଲେ, ଦୁର୍ଘଟଣାରେ ଚାଲିଗଲା ଆଈ-ନାତୁଣୀଙ୍କ ଜୀବନ

ଉଲ୍ଲେଖଯୋଗ୍ୟ ଯେ, ମୃତ ଦନ୍ତା ହାତୀର ଆଗ ବାମ ଗୋଡ଼ରେ ଗୁଳି ବାଜିଥିବା ଜଣାପଡୁଛି । ଗତ ୮ ଦିନ ଧରି ହାତୀଟି ଗୁଳିବିଦ୍ଧ ଅବସ୍ଥାରେ ଯନ୍ତ୍ରଣାରେ ଛୋଟେଇ ଛୋଟେଇ ଜଙ୍ଗଲରେ ଘୂରି ବୁଲୁଥିଲା । ହାତୀଟିକୁ ଠାବ କରି ଚିକିତ୍ସା ଯୋଗାଇଦେବା ପାଇଁ ବନ ବିଭାଗର ଦୁଇଟି ଟିମ୍ ଡ୍ରୋନ୍ କ୍ୟାମେରା ସହାୟତାରେ ଖୋଜାଖୋଜି କରି ନଜର ରଖିଥିଲେ ।

Watch Video: