ଯାଜପୁର ୧୭।୫: ମାଟିତଳୁ ଉଦ୍ଧାର ହେଲା ମହିଳାଙ୍କ ମୃତଦେହ । ମୃତ୍ୟୁ ପରେ ସ୍ବାମୀ ପୋତି ଦେଇଥିବା ଅଭିଯୋଗ । ଯାଜପୁର ଜିଲ୍ଲା ଜେନାପୁର ଥାନା ଅଧୀନ ଗୋବିନ୍ଦପୁର ଅଞ୍ଚଳର କେଳାସାହିରୁ । ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ପୋଲିସ କରୁଛି ତଦନ୍ତ

ସୂଚନାଯୋଗ୍ୟ ଯେ, ସ୍ଥାନୀୟ ଅଞ୍ଚଳର ଶରତ ଦାସଙ୍କ ଝିଅ ପ୍ରମିଳା ଦାସ ସ୍ଥାନୀୟ ଗ୍ରାମର ରଞ୍ଜନ ଦାସଙ୍କୁ ଦୁଇ ମାସ ହେବ ବିବାହ କରିଥିଲେ । ହେଲେ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡାରୁ ସ୍ତ୍ରୀର ବିଷ ଖାଇଦେଇଥିଲେ । ତେବେ ତାଙ୍କର ମୃତ୍ୟୁ ହୋଇଥିବା ବେଳେ ସ୍ତ୍ରୀର ମୃତଦେହକୁ ସ୍ବାମୀ ପୋତି ଦେଇଥିବା ଅଭିଯୋଗ ହୋଇଛି । ମୃତ ମହିଳାଙ୍କ ବାପା ଜେନାପୁର ଥାନାରେ ଲିଖିତ ଅଭିଯୋଗ କରିବା ପରେ ଘଟଣାସ୍ଥଳରେ ଜେନାପୁର ପୋଲିସ ପହଞ୍ଚିଥିଲା । ସାଇଣ୍ଟିଫିକ୍ ଟିମ୍ ପହଞ୍ଚିବା ପରେ ଧର୍ମଶାଳା ଅତିରିକ୍ତ ତହସିଲଦାରଙ୍କ ଉପସ୍ଥିତିରେ ମାଟି ତଳୁ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି ।

Also Read:- ପୋଲିସ ଉପରକୁ ବୋମାମାଡ଼ ବେଳେ ଦୁର୍ଦ୍ଦାନ୍ତ ଅପରାଧୀକୁ Encounter, ବାମ ଗୋଡ଼ରେ ବାଜିଛି ଗୁଳି

ମହିଳାଙ୍କ ମୃତଦେହ ପୋତା ଯାଇଥିବା ସ୍ଥାନରୁ ଖୋଳାଯାଇ ମୃତଦେହକୁ ଉଦ୍ଧାର କରାଯାଇ ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଦିଆଯାଇଛି । ତେବେ ମହିଳାଙ୍କ ମୃତ୍ୟୁ କେମିତି ହୋଇଛି ସେ ନେଇ ପୋଲିସ ଘଟଣାର ଅଧିକ ତଦନ୍ତ ଚଳାଇଛି ।