ଭୁବନେଶ୍ୱର ୩୦।୦୭: ରାଜ୍ୟରେ ବନ୍ୟା ସ୍ଥିତି ନେଇ ଆଲର୍ଟରେ ନଗର ଉନ୍ନୟନ ବିଭାଗ । ସ୍ଥିତିକୁ ଦେଖି ନଗର ଉନ୍ନୟନ ବିଭାଗର ସମସ୍ତ ଅଧିକାରୀଙ୍କ ଛୁଟି ବାତିଲ କରାଯାଇଛି । ୨୪ ଘଣ୍ଟିଆ ଆଲର୍ଟରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ସୂଚନା ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ବନ୍ୟା ସ୍ଥିତିକୁ ଦେଖି ଅଧିକାରୀଙ୍କୁ କଣ୍ଟ୍ରୋଲ ରୁମ୍ରେ ରହି ସ୍ଥିତି ଅନୁଧ୍ୟାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଡ୍ରେନେଜ ସିଷ୍ଟମଠାରୁ ଅଧିକରୁ ଅଧିକ ବର୍ଷା ହୋଇଥିବାରୁ, ସହରାଞ୍ଚଳରେ ପାଣି ବିଭିନ୍ନ ସ୍ଥାନରେ ପଶିଛି | ସବୁ ୟୁଏଲବିରେ ଷ୍ଟ୍ରଙ୍ଗ ଡ୍ରେନେଜ ମାଷ୍ଟର ପ୍ଲାନ କରିବା ପାଇଁ ଯୋଜନା କରିଛୁ | ଖୁବଶୀଘ୍ର ଏହାର ଡିପିଆର ଆସିବ ଏବଂ ଏହାକୁ କାର୍ଯ୍ୟକାରୀ କରାଯିବ | ବର୍ତ୍ତମାନ ପମ୍ପସେଟ ଲଗାଯାଇ ପାଣି ଡ୍ରେନେଜ କରାଯାଉଛି | ବିଭାଗ ସତର୍କତାର ସହିତ କାମ କରୁଛନ୍ତି | ନଗର ଉନ୍ନୟନ ବିଭାଗର ଅଧିକାରୀଙ୍କ ଛୁଟି ବାତିଲ କରାଯାଇଛି ।୨୪ ଘଣ୍ଟିଆ ଆଲର୍ଟ ରହିବାକୁ କୁହାଯାଇଛି | କଣ୍ଟ୍ରୋଲ ରୁମରେ ରହି ସ୍ଥିତି ଅନୁଧ୍ୟାନ କରିବାକୁ କୁହାଯାଇଛି । ଏହାସହ ୨୪ ଘଣ୍ଟିଆ ଡ୍ୟୁଟି କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି | ଏହାସହିତ ବନ୍ୟା ପ୍ରଭାବିତ ଅଂଚଳରେ ଯେଉଁଠି ଆବଶ୍ୟକତା ପଡିବ ପାଣି, ଖାଦ୍ୟ ଏବଂ ଲାଇଟର ବ୍ୟବସ୍ତା କରାଯାଇଛି ।

Also Read:-Rath Yatra traditions: ତୁମେ ଚଢ଼ିବା ପରେ ଆମେ ଧନ୍ୟ, ତୁମେ ଓହ୍ଲାଇବା ପରେ ଆମେ ପୂଣ୍ୟ କାଠ

ସେହିପରି ଉତ୍ତର ଓଡିଶାରେ ଅନେକ ସ୍ଥାନ ଜଳମଗ୍ନ ସ୍ଥିତି ଅଛି | ବାଲେଶ୍ୱର ଜିଲ୍ଲାରେ ଏମିତି ପୂର୍ବରୁ କେବେ ହୋଇନଥିଲା | ପାଣି ନିଷ୍କାସନ ପାଇଁ ବ୍ୟବସ୍ଥା କରାଯାଉଛି | ଡ୍ରେନେଜ କରିବା ପାଇଁ ବ୍ୟବସ୍ଥା କରୁଛନ୍ତି | ମୁଖ୍ୟମନ୍ତ୍ରୀ ଏବଂ ରାଜସ୍ବ ମନ୍ତ୍ରୀ ଅନୁଧ୍ୟାନ କରୁଛନ୍ତି | ନଗର ଉନ୍ନୟନ ବିଭାଗ ମିଶିକରି ମନିଟରିଂ କରୁଛନ୍ତି | ଜଳମଗ୍ନ ସ୍ଥାନରୁ ଆଣିବା ଲୋକଙ୍କୁ ସ୍ଥାନାନ୍ତର କରାଯାଉଛି ।