ଜୟପୁର ୨୩।୦୩ : ବାଇକକୁ ଧକ୍କା ଦେଲା ବୋଲେରୋ । ଘଟଣାସ୍ଥଳରେ ହିଁ ଚାଲିଗଲା ୨ ଜୀବନ । କୋରାପୁଟ ଜିଲ୍ଲା ପାତ୍ରପୁର ନିକଟସ୍ଥ ଥୋଡରିପୁଟ ନିକଟରେ ଘଟିଛି ଏଭଳି ମର୍ମନ୍ତୁଦ ଦୁର୍ଘଟଣା ।

Also Read:-ଟ୍ରେନ୍‌ରେ ଝୁଲିପଡିଥିଲା ଜୀବନ, ଭଗବାନଙ୍କ ପରି ଆସିଲେ ଆଉ ମୃତ୍ୟୁ ମୁଖରୁ ଟାଣି ଆଣିଲେ

ଖବର ଅନୁଯାୟୀ, ଦୁଇ ଜଣ ଆରୋହୀ ବାଇକ୍ ଯୋଗେ ନିଜ ଗନ୍ତବ୍ୟସ୍ଥଳ ଅଭିମୁଖେ ଯାଉଥିଲେ । ଏହି ସମୟରେ ପାତ୍ରପୁଟ ଥୋଡ଼ରିପୁଟ ନିକଟରେ ବାଇକ୍କୁ ଏକ ବୋଲେରୋ ଗାଡ଼ି ଧକ୍କା ଦେଇଥିଲା । ଯାହାଫଳରେ ଗାଡ଼ିରେ ଥିବା ଦୁଇ ଜଣ ଛିଟ୍‌କି ପଡ଼ିଥିଲେ । ଏହାପରେ ସେମାନଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଛନ୍ତି ।

ଅନ୍ୟପଟେ ପୋଲିସ ଦୁର୍ଘଟଣା ସଂପର୍କରେ ଖବର ପାଇ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା । ଏହାସହ ଦୁଇ ମୃତକଙ୍କ ମୃତଦେହକୁ ଜବତ କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ବ୍ୟବଚ୍ଛେଦ ନିମନ୍ତେ ପଠାଇଛି । ତେବେ ମୃତକ ଦୁଇ ଜଣ ହେଲେ ଜୟପୁର ଅଞ୍ଚଳର ଲାଲୁ ଖରା ଓ ପିତୁ ଜାନୀ ।

Watch Video:- କାହିଁକି ବଢେ ୟୁରିକ ଏସିଡ ?