ପାଟଣା : ବାହାଘର ନା ରାଜକୀୟ ମହୋତ୍ସବ ? ଯୁଆଡ଼େ ଦେଖିବେ ସିଆଡ଼େଖାଲି ଭବ୍ୟ ଆୟୋଜନର ଚର୍ଚ୍ଚା। ୧୦ ଏକର ଜମିରେ ତିଆରି ହେଉଛି ବିଶାଳ ବିବାହ ପେଣ୍ଡାଲ। ସାଜସଜ୍ଜା ପାଇଁଚୀନ୍ ଏବଂ ବେଙ୍ଗାଲୁରୁରୁ ଅର୍ଡର ହୋଇଛି ଦାମୀ ଫୁଲ।ଅତିଥି ତାଲିକାରେ ପାଖାପାଖି ୪ ଲକ୍ଷ ଲୋକ। ଖାଇବା ପାଇଁ୧୫୦ରୁ ଅଧିକ ପ୍ରକାରର ଭୋଜନ। ଆଉମନୋରଞ୍ଜନ ପାଇଁ ରହିଛି ଘୋଡ଼ା ଦୌଡ଼ ପ୍ରତିଯୋଗିତା। ଏତେ ବଡ଼ ଆୟୋଜନକୁ ନେଇ ଚର୍ଚ୍ଚାରେବିହାରର ବାହୁବଳୀ ବିଧାୟକଅନନ୍ତ ସିଂହଙ୍କ ଝିଅ ଶିବାଙ୍ଗୀଙ୍କ ବିବାହ ଉତ୍ସବ। ଜଣେ ଶକ୍ତିଶାଳୀ ବ୍ୟକ୍ତି ଏବଂ ଜନନେତା ଭାବରେ ତାଙ୍କର ଖ୍ୟାତି ରହିଛି। ତେବେ ଏହିଗ୍ରାଣ୍ଡ ୱେଡିଂ ପାଇଁ କେତେ କୋଟି ଟଙ୍କା ଖର୍ଚ୍ଚ ହେବ?କେଉଁ କେଉଁ ଅତିଥି ଏଥିରେ ସାମିଲ ହେବେ ? ବାହାଘର ଡେକୋରେସନ କିଭଳି କରାଯିବ ତାକୁ ନେଇ ଏବେ ଲୋକଙ୍କ ମଧ୍ୟରେ ଅନେକ ଚର୍ଚ୍ଚା ।

ବିହାରର ମୋକାମା ବିଧାୟକ ଅନନ୍ତ ସିଂହଙ୍କ ଝିଅ ଶିବାଙ୍ଗୀ ସିଂହଙ୍କ ବାହାଘରକୁ ନେଇ ଚାଲିଛି ଏବେଠୁ ପ୍ରସ୍ତୁତି । ଆସନ୍ତାନଭେମ୍ବର ୨୫ ତାରିଖରେ ହେବାକୁ ଯାଉଛି ଭବ୍ୟ ବିବାହ। ପୈତୃକ ଗାଁଲଦମାରେ ଚାଲିଛି ଜୋରଦାର ପ୍ରସ୍ତୁତି। ପ୍ରାୟ ୧୦ ଏକର ଜମିରେ ତିଆରି ହେଉଛିଏସି ଓ ୱାଟରପ୍ରୁଫ୍ ପେଣ୍ଡାଲ। ଏଥିପାଇଁଉତ୍ତର ପ୍ରଦେଶରରୁ ସ୍ୱତନ୍ତ୍ର କାରିଗରଙ୍କୁ ଡକାଯାଇଛି । ଏହାର ସାଜସଜ୍ଜା ପାଇଁ ଚୀନ୍ ଏବଂ ବେଙ୍ଗାଲୁରୁରୁ ଆସୁଛି ଦାମୀ ଫୁଲ। ପ୍ରାୟ୩୦ ଫୁଟ୍ ଉଚ୍ଚର ଜୟମାଳା ଷ୍ଟେଜ୍ମଧ୍ୟ ନିର୍ମାଣ କରାଯାଉଛି। ବାହାଘରର ସବୁଠୁ ବଡ଼ ଆକର୍ଷଣ ହେଉଛି ଅତିଥିଙ୍କ ସଂଖ୍ୟା। ପ୍ରାୟ ୪ ଲକ୍ଷ ଲୋକଙ୍କ ଆଗମନକୁ ଆଖି ଆଗରେ ରଖି କରାଯାଉଛି ବ୍ୟବସ୍ଥା। ମେନୁରେ ରହିଛି ୧୫୦ରୁ ଅଧିକ ପ୍ରକାରର ଆଞ୍ଚଳିକ ଖାଦ୍ୟ। ବିହାରର ପ୍ରସିଦ୍ଧ ଲିଟି ଚୋଖା, ମାଲପୁଆ, ଖଜାଠାରୁ ଆରମ୍ଭ କରି ପନିର୍, ଶାହି କୋଫ୍ତା, ଡାଲ୍ ମଖନୀ, କାଶ୍ମୀରୀ ପୁଲାଓ ଏବଂ ଅନେକ ରାଜକୀୟ ବ୍ୟଞ୍ଜନ ପରଷାଯିବ। ଏଥିପାଇଁ ଦେଶର ବିଭିନ୍ନ ସ୍ଥାନରୁ ହଜାରରୁ ଅଧିକ ରୋଷେୟାଙ୍କୁ ଡକାଯାଇଛି।

ଭିଆଇପି ଅତିଥିମାନଙ୍କ ପାଇଁ ଖାଦ୍ୟ ଏବଂ ପାନୀୟ ସମ୍ବନ୍ଧୀୟ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଭିଆଇପି ଅତିଥି ଏବଂ ସାଧାରଣ ଲୋକଙ୍କ ପାଇଁପୃଥକ ଡାଇନିଂ ହଲ୍ ନିର୍ମାଣକରାଯାଉଛି। ଭୋଜିଭାତ , ସାଜସଜ୍ଜା ଛଡା ଅତିଥିଙ୍କ ମନୋରଞ୍ଜନ ପାଇଁ ମଧ୍ୟ ରହିଛି ଖାସ୍ ବ୍ୟବସ୍ଥା। ବାହାଘର ଅବସରରେ ଆୟୋଜନ ହେବ ଘୋଡ଼ା ଦୌଡ଼ ପ୍ରତିଯୋଗିତା। ଅନ୍ୟପଟେ ରହିଛି ଜ୍ୱାଇଁଙ୍କ ବିଶେଷ ଖାତିରଦାର । ଭାବୀ ଜ୍ୱାଇଁଙ୍କ ପାଇଁ ଉପହାର ମଧ୍ୟ କିଛି କମ୍ ନୁହେଁ। ସୂଚନାନୁଯାୟୀ,ରିଷିକେଶ କୁମାର ଓରଫ୍ ଅଙ୍କିତଙ୍କୁ ବିବାହ କରିବେ ବିଧାୟକ ଅନନ୍ତଙ୍କ ଝିଅଶିବାଙ୍ଗୀ ସିଂହ । ବିବାହରେ ତାଙ୍କୁ ଉପହାର ସ୍ୱରୂପ ଦିଆଯିବ ପ୍ରାୟ୩ କୋଟି ଟଙ୍କାର ଲ୍ୟାଣ୍ଡ ରୋଭର ଡିଫେଣ୍ଡର୍।

ତେବେ ଇଏ ତ ରହିଲା ଆୟୋଜନର କଥା । କିନ୍ତୁ ସବୁଠୁ ବଡ଼ ପ୍ରଶ୍ନ, ଏହି ରାଜକୀୟ ବାହାଘରରେ ମୋଟ କେତେ ଟଙ୍କା ଖର୍ଚ୍ଚ ହେବ? ବଜାର ଏବଂ ଇଭେଣ୍ଟ କମ୍ପାନୀର ଆକଳନ ଅନୁସାରେ, ପେଣ୍ଡାଲ , ସାଜସଜ୍ଜା, ଖାଦ୍ୟପେୟ, ଅତିଥି ଚର୍ଚ୍ଚା ଏବଂ ଅନ୍ୟାନ୍ୟ ଆୟୋଜନକୁ ମିଶାଇ ମୋଟ ଖର୍ଚ୍ଚ ୪୦ରୁ ୫୦ କୋଟି ଟଙ୍କା ଛୁଇଁପାରେ। ତେବେ ଏତେ ସବୁ ଚର୍ଚ୍ଚା ଭିତରେ ଆଶ୍ଚର୍ଯ୍ୟର କଥା ହେଉଛି ଏହା କୌଣସି ସରକାରୀ ବା ପରିବାର ପକ୍ଷରୁ ଘୋଷିତ ବଜେଟ୍ ନୁହେଁ। ଏସବୁରେ ତାଙ୍କର ନିଜସ୍ୱ ଖର୍ଚ୍ଚ ବହୁତ କମ୍। ତାଙ୍କ ବନ୍ଧୁ ଓ ଶୁଭଚିନ୍ତକମାନେ ନିଜ ନିଜ ପକ୍ଷରୁ ପେଣ୍ଡାଲ , ଗାଡ଼ି ଓ ଅନ୍ୟାନ୍ୟ ବ୍ୟବସ୍ଥା କରୁଛନ୍ତି । ତେବେ ଏହି ବାହାଘର କେବଳ ଗୋଟିଏ ପରିବାରର ଉତ୍ସବ ନୁହେଁ, ବରଂ ଏବେ ଦେଶରସବୁଠୁ ଚର୍ଚ୍ଚିତ ରାଜକୀୟ ବାହାଘରମଧ୍ୟରୁ ଗୋଟିଏ। ୧୦ ଏକରର ପେଣ୍ଡାଲ , ଲକ୍ଷାଧିକ ଅତିଥି ଓ କୋଟି କୋଟି ଟଙ୍କାର ଖର୍ଚ୍ଚ ମଧ୍ୟରେ ଏହି ରାଜକୀୟ ବିବାହ କେତେ ଚର୍ଚ୍ଚା ସାଉଁଟୁଛି, ତାହା ଉପରେ ଏବେ ସମସ୍ତଙ୍କ ନଜର।