ୱାଶିଂଟନ : ଟେକ୍ ଦୁନିଆରେ କୋଟି କୋଟି ଡଲାରର ସାମ୍ରାଜ୍ୟ... ହାତରେ ବିଶ୍ୱର ସବୁଠୁଶକ୍ତିଶାଳୀ ଟେକ୍ନୋଲୋଜିର କଣ୍ଟ୍ରୋଲ୍। କିନ୍ତୁ ଠିକ୍ ଚାଲିନି ଏହିପାୱାରଫୁଲ୍ ବିଜନେସମ୍ୟାନଙ୍କ ପର୍ସନାଲ ଲାଇଫ୍। କାରଣ ସେମାନଙ୍କବ୍ୟକ୍ତିଗତ ଜୀବନରେ ଦେଖିବାକୁ ମିଳିଛି ଅନେକ ଝଡ଼ । ବିବାହ କରି ମଧ୍ୟପରକୀୟା ପ୍ରୀତି ପାଇଁ ସୀମା ପାର୍ କରିଛନ୍ତି କ୍ଷମତାର ଶୀର୍ଷରେ ଥିବା ଏହି ନାମୀଦାମୀ ଚେହେରା । ବିବାହ ବାହାରେ ଚୋରା ପୀରତି, ଗୁପ୍ତ ସମ୍ପର୍କ ଏବଂ କର୍ପୋରେଟ୍ ନୀତି ଉଲ୍ଲଂଘନ ପାଇଁ ମୁଣ୍ଡାଇଛନ୍ତି କଳଙ୍କ। ଯେଉଁଥି ପାଇଁ ଘାଟା ସହିଛି କୋଟି କୋଟି ଟଙ୍କାର କମ୍ପାନୀ ଏବଂ ମଳିନ ପଡିଛି ଚରିତ୍ର। କେବଳ ଏନଭିଡିଆର ପୂର୍ବତନ ସିଇଓ ଜେନସେନ୍ ହୁଆଙ୍ଗ୍ ନୁହେଁ । ଆହୁରି ଅନେକ୍ ଟେକ୍ ଜିଆଣ୍ଟଙ୍କ ଚୋରା ପ୍ରେମ ଏବେ ଚର୍ଚ୍ଚାରେ ।

ତେବେ ଟେକ୍ ଜଗତରେ ଏଭଳି ଘଟଣା ନୂଆ ନୁହେଁ । ପୂର୍ବରୁ ହାଇଲାଇଟ୍ ହୋଇଛି ଅନେକଟେକ୍ ମଙ୍ଗୁଆଳଙ୍କ ଏକ୍ସଟ୍ରା ମାରିଟାଲ ଆଫେୟାର୍ସ। ସେମାନଙ୍କ ବୈବାହିକ ସମ୍ପର୍କ, ବ୍ୟୟବହୁଳ ଛାଡ଼ପତ୍ର ଏବଂ କାର୍ଯ୍ୟସ୍ଥଳ ସମ୍ପର୍କିତ ଆଦି ଖବର ପାଲଟିଛି ସିରୋନାମା। କିଏ ପଦ ହରାଇଛନ୍ତି । କାହାଙ୍କୁ ଛାଡ଼ପତ୍ର ବାବଦରେ କୋଟି କୋଟି ଡଲାର ଦେବାକୁ ପଡ଼ିଛି।

ଆଣ୍ଡ୍ରୋଏଡ୍ କ୍ରିଏଟର୍ ଆଣ୍ଡି ରୁବିନ। ଛାଡ଼ିବାକୁ ପଡ଼ିଥିଲା ଗୁଗଲ। ଏହାର କାରଣ ଥିଲା ଜଣେ ମହିଳା କର୍ମଚାରୀଙ୍କ ସହ ତାଙ୍କର ଅନୈତିକ ସମ୍ପର୍କ। ମହିଳାଜଣକ ତାଙ୍କ ବିରୋଧରେ ଆଣିଥିଲେ ଯୌନ ନିର୍ଯାତନା ଅଭିଯୋଗ । ଯଦିଓ ରୁବିନ ଅଭିଯୋଗକୁ ଖଣ୍ଡନ କରିଥିଲେ। କିନ୍ତୁ ଗୁଗୁଲ୍ ଏକ୍ଜିଟ୍ ପ୍ୟାକେଜ୍ ବାବଦମଞ୍ଜୁର କରିଥିଲା ପାଖାପାଖି ୭୯୨ କୋଟି ଟଙ୍କା।

ପୂର୍ବତନ ଇଣ୍ଟେଲ ସିଇଓ ବ୍ରାୟନ୍ କ୍ରେନିଚ । କମ୍ପାନି ନୀତିର ଉଲଂଘନ କରି ଜଣେ କର୍ମଚାରୀଙ୍କ ସହ ସହମତି ଭିଭିରେ ସମ୍ପର୍କକୁ ନେଇ ଯାଞ୍ଚ ପରେ ଇଣ୍ଟେଲ ସିଇଓ ଇସ୍ତଫା ଦେଇଥିଲେ। ଏଥିସହିତ ସିଇଓ ଭାବେ ତାଙ୍କର ୫ ବର୍ଷିଆ କାର୍ଯ୍ୟ କାଳରେ ପୂର୍ଣଚ୍ଛେଦ ପଡ଼ିଥିଲା। ଇଣ୍ଟେଲ ତାଙ୍କୁ୩.୮ କୋଟି ଡଲାରର ଡିପାଚର ପ୍ୟାକେଜ ଅଫରକରିଥିଲା।

ଆମାଜନ ପ୍ରତିଷ୍ଠାତା ଜେଫ୍ ବେଜୋସ। ଟିଭି ଆଙ୍କର ଲରେନ୍ ସାଂଚେଜଙ୍କ ସହ ଜେଫ୍ ବେଜୋସଙ୍କ ସମ୍ପର୍କକୁ ନେଇ ଅନ୍ତର୍ଜାତୀୟ ଗଣମାଧ୍ୟମରେ ଜୋରଦାର ଚର୍ଚ୍ଚା ପରେ ମାକେଞ୍ଜି ବେଜୋସଙ୍କ ସହ ଜେଫ୍ଙ୍କ ୨୫ ବର୍ଷର ବିବାହ ସମାପ୍ତ ହୋଇଥିଲା। ଆମାଜନ ସେୟାର ବାବଦମାକେଞ୍ଜିଙ୍କୁ ମିଳିଲା ୩୮.୩ ବିଲିୟନ ଡଲାର ବା ୩.୩୭ ଲକ୍ଷ କୋଟି ଟଙ୍କା। ଏହା ବିଶ୍ୱର ଏକ ବ୍ୟୟବହୁଳ ଛାଡ଼ପତ୍ର ଭାବେ ଗଣା । ପରେ ଜେଫ୍ ଲରେନ୍ଙ୍କୁ ବିବାହ କରିଥିଲେ।

ସେଭଳିମାଇକ୍ରୋସଫ୍ଟ ସହ-ପ୍ରତିଷ୍ଠାତା ବିଲ୍ ଗେଟ୍ସ, ।ବର୍ଷ ବର୍ଷ ଧରି ଜଣେ ମାଇକ୍ରୋସଫ୍ଟ କର୍ମଚାରୀଙ୍କ ସହ ସମ୍ପର୍କରେ ରହିବା ପରେ ଶେଷରେ ସ୍ଵୀକାର କରିଥିଲେ ବିଲ୍। ଏହି ଖବର ପରେ ୨୦୨୧ରେବିଲ୍ ଗେଟ୍ସ ଏବଂ ପତ୍ନୀ ମିଲିଣ୍ଡା ପରସ୍ପରଙ୍କଠୁ ଛାଡ଼ପତ୍ରନେଇଥିଲେ।

ଏହାପରେଟେସ୍ଲା ଓ ସ୍ପେସ୍ଏକ୍ସ ସିଇଓ ଏଲନ୍ ମସ୍କ। ତାଙ୍କ ବୃତ୍ତିଗତ ସଫଳତା ଯେତିକି ଚର୍ଚ୍ଚାରେ, ବ୍ୟକ୍ତିଗତ ଜୀବନ ମଧ୍ୟ ସେତିକି ବିବାଦୀୟ । ପୂର୍ବ ପତ୍ନୀ ଜଷ୍ଟିନ ୱିଲସନ, ମ୍ୟୁଜିସିଆନ୍ ଗ୍ରିମ୍ସ ଏବଂ ନ୍ୟୁରାଲିଙ୍କର କାର୍ଯ୍ୟନିର୍ବାହୀ ଶିଭନ୍ ଜିଲିସ୍ଙ୍କ ସହ ତାଙ୍କର ସନ୍ତାନ ଅଛନ୍ତି । ୨୦୨୨ରେ ୱାଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲରେଗୁଗୁଲ୍ ସହ-ପ୍ରତିଷ୍ଠାତା ସର୍ଗି ବ୍ରିନ୍ଙ୍କ ପୂର୍ବ ପତ୍ନୀ ନିକୋଲ ସନାହନଙ୍କ ସହ ତାଙ୍କ ସମ୍ପର୍କପଦାକୁ ଆସିଥିଲା। କିନ୍ତୁ ଉଭୟ ମସ୍କ ଏବଂ ସନାହନ ଏହାକୁ ଖଣ୍ଡନ କରିଥିଲେ। ତେବେ ମସ୍କଙ୍କୁ ଏଥିପାଇଁ ପଦ ହରାଇବାକୁ ପଡ଼ିନାହିଁ ।

ଶେଷରେସବୁଠୁ ଚର୍ଚ୍ଚିତ ଏନ୍ଭିଡିଆ ସିଇଓ ଜେନ୍ସେନ୍ ହୁଆଙ୍ଗ। ୨୦୨୬ ନଭେମ୍ବର ୮ରେ ଜେନ୍ସେନ୍ ସ୍ୱୀକାର କରିଥିଲେ ଯେ, ସେଚୀନ୍ର ଜଣେ ମହିଳା ଆଲିସ ହୁଆଙ୍ଗଙ୍କ ସହ ସମ୍ପର୍କରେରହି ନିଜ ପତ୍ନୀଙ୍କ ସହ ବିଶ୍ବାସଘାତ କରିଛନ୍ତି। ଆମେରିକାର ଗୁଇନ୍ଦା ଏଜେନ୍ସି ସନ୍ଦେହ କରୁଛି ଯେ,ମହିଳା ଜଣକ ଚୀନର ଗୁଇନ୍ଦା ବିଭାଗ ପାଇଁ କାର୍ଯ୍ୟ କରୁଥିଲେ। ଏନେଇ ଏନ୍ଭିଡିଆର ବୋର୍ଡ ଏକ ସ୍ବତନ୍ତ୍ର ଯାଞ୍ଚ ଆରମ୍ଭ କରିଛି। ତେବେ ବୋର୍ଡକୁ କୌଣସି ପ୍ରମାଣ ମିଳିନାହିଁ ଯେ, କମ୍ପାନିର ଗାପନୀୟ ତଥ୍ୟ ବିପଦରେ ଅଛି। ଯାଞ୍ଚ ଚାଲିଥିବାବେଳେ ଗୁରୁବାରସିଇଓ ପଦରୁ ଇସ୍ତଫା ଦେଇଛନ୍ତି ଜେନ୍ସେନ ହୁଆଙ୍ଗ।