ରାୟଗଡା: ଟିକିଏ ଟିକିଏରେ ଫେରିଲା ନିଶ୍ୱାସ । ଜୀବନ ନାଟିକା ବନ୍ଦ ହେଉ ହେଉ ରହିଗଲା । କାରଣ ଯାହାକୁ ରଖିବେ ଅନନ୍ତ କେ କରିପାରେ ବଳବନ୍ତ । ଅର୍ଥାତ୍ ଯାତ୍ରୀଙ୍କୁ ମୃତ୍ୟୁ ମୁଖରୁ ବଞ୍ଚାଇ ମାନବିକାତର ଉଦାହରଣ ସୃଷ୍ଟି କରିଛନ୍ତି ଜଣେ ଆରପିଏଫ୍ କନଷ୍ଟେବଲ । ଦେବଦୂତ ସାଜିଛନ୍ତି ଏହି ଆର୍ପିଏଫ୍ ଅଧିକାରୀ ଜଣଙ୍କ । ସେ ହେଉଛନ୍ତି କନଷ୍ଟେବଲ ଅଙ୍କୁର ଚୌଧୁରୀ । ଏହି ଆରପିଏଫ କନଷ୍ଟେବଲଙ୍କ ଉପସ୍ଥିତ ବୁଦ୍ଧି ଓ ସହଯୋଗ କାରଣରୁ ମୃତ୍ୟୁମୁଖରୁ ଅଳ୍ପକେ ବର୍ତିଯାଇଛନ୍ତି ଯାତ୍ରୀ । ରାୟଗଡ଼ା ରେଳ ଷ୍ଟେସନରେ ଦେଖିବାକୁ ମିଳିଛି ଏହି ଦୃଶ୍ୟ ।

ଖସିପଡୁଥିଲେ ଯାତ୍ରୀ:

ସୂଚନାଥାଉକି, ଜଣେ ଯାତ୍ରୀ ରାୟଗଡ଼ାରୁ ବିଶାଖାପାଟଣା ଅଭିମୁଖେ ଯାଉଥିବା ନାଗାବଳୀ ଏକ୍ସପ୍ରେସ(୨୦୮୯୦) ଟ୍ରେନ୍ରେ ଚଢ଼ିଥିଲେ । ତେବେ ଚଢିବା ବେଳେ ଅଚାନକ ଟ୍ରେନରୁ ଖସି ପଡ଼ୁଥିଲେ । ଏହି ଦୃଶ୍ୟକୁ ଦେଖିଥିଲେ ସେଠାରେ କାର୍ଯ୍ୟରତ କନଷ୍ଟେବଲ ଅଙ୍କୁର ଚୌଧୁରୀ । ସଂଗେ ସଂଗେ ଆଗ ପଛ ଚିନ୍ତା ନକରି ହଠାତ୍ ଦୌଡିଆସି ଯାତ୍ରୀଙ୍କୁ ଧରିନେଇଥିଲେ । ଯାହାଫଳରେ ଟ୍ରାକ୍‌ରେ ପଡ଼ିବା ଭଳି ଅଘଟଣରୁ ବର୍ତ୍ତି ଯାଇଥିଲେ ଯାତ୍ରୀ ଜଣକ ।

Also Read...ମଣ୍ଡଳ କାରାଗାରରେ ପୋଲିସର ରେଡ୍‌, ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ଚାଲିଛି ଚଢାଉ

ଏମିତି ଜୀବନ ବଞ୍ଚାଇବା କାମ କରିବାରେ କନଷ୍ଟେବଲ ଚୌଧୁରୀଙ୍କ ରେକର୍ଡ ରହିଛି । ପୂର୍ବରୁ ମଧ୍ୟ ଏହିଭଳି ଅନେକଥର ଯାତ୍ରୀଙ୍କ ଜୀବନ ବଞ୍ଚାଇଛନ୍ତି । ଆଉ ତାଙ୍କର ଏପରି କର୍ତ୍ତବ୍ୟ ପରାୟଣ କାର୍ଯ୍ୟ ପାଇଁ ସାଧାରଣରେ ପ୍ରଶଂସାର ପାତ୍ର ହୋଇଛନ୍ତି କନଷ୍ଟେବଲ ଚୌଧୁରୀ ।