ବରଗଡ଼ ୮।୧୧: ଦୀପାବଳି ପୂର୍ବରୁ ଲିଭିଗଲା ଜୀବନ ଦୀପ l ମାଛ ଧରିବା ହେଲା କାଳ l ଜାଲରେ ଛନ୍ଦି ହୋଇ ଚାଲିଗଲା ୨ ଜଣଙ୍କ ଜୀବନ l ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଅନ୍ତର୍ଗତ ବୁଗବୁଗା ଗ୍ରାମରୁ ସାମ୍ନାକୁ ଆସିଛି ଏଭଳି ଦୁଃଖଦ ଖବର l ଦୁଇ ମୃତକ ହେଲେ ରିଙ୍କୁ ବର୍ଗେ ଓ ରମେଶ ମହାକୁର l

Also Read:- ଦୀପାବଳିରେ କଣାସରୁ ୧୦ ଟନ୍‌ରୁ ଅଧିକ ଗୋମାଂସ ଜବତ, ଜଣେ ଅଟକ

ଉଭୟେ ଶନିବାର ସନ୍ଧ୍ୟା ସମୟରେ ଗାଁ ପାଖରେ ଥିବା ଏକ ପୋଖରୀକୁ ମାଛ ଧରିବା ପାଇଁ ଯାଇଥିଲେ । ସେଠାରେ ଜାଲ ପକାଇ ପୋଖରୀ ଭିତରକୁ ଦୁହେଁ ପ୍ରବେଶ କରିଥିଲେ । ହେଲେ ଭିତରେ ଜାଲ ସହ ଛନ୍ଦି ହେବାରୁ ଆଉ ବାହାରି ପାରିନଥିଲେ। ପରେ ଖୋଜାଖୋଜି କରିବା ପରେ ଗ୍ରାମବାସୀ ଓ ପରିବାର ଲୋକେ ଉଭୟଙ୍କୁ ଉଦ୍ଧାର କରି ଅତାବିରା ଡାକ୍ତରଖାନାକୁ ନେବାପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ l ଏନେଇ ଅତାବିରା ପୋଲିସ ପହଞ୍ଚି ଶବ ବ୍ୟବଚ୍ଛେଦ ପାଇଁ ବରଗଡ ମୁଖ୍ୟ ଡାକ୍ତରଖାନାକୁ ପଠାଇ ଥିବା ବେଳେ ଘଟଣାର ତଦନ୍ତ କରୁଛି l ଏନେଇ ପୋଲିସ କିମ୍ବା ପରିବାର ଲୋକଙ୍କର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ l