ଦିୱାଲୀ ଆସିଲେ ଓଡ଼ିଆ ପରିବାରରେ ଦେଖିବାକୁ ମିଳିଥାଏ ପିଠା ପଣାର ମାହୋଲ l ଠିକ ସେହି ପରି ଘର ତିଆରି ପାରମ୍ପରିକ ପିଠା ବିନା ଦିୱାଲୀ ଅଧୁରା l ବିଶେଷ କରି ଘରେ ପ୍ରସ୍ତୁତ ମିଠାର ସ୍ୱାଦ ହିଁ ନିଆରା। ତେବେ ଏଥର ଦୀପାବଳିରେ ପରିବାର ସଦସ୍ୟ ଓ ଅତିଥିଙ୍କୁ କିଛି ନୂଆ ଏବଂ ସ୍ୱାଦିଷ୍ଟ ମିଠା ଖୁଆଇବାକୁ ଚାହୁଁଥିଲେ ଘରେ ପ୍ରସ୍ତୁତ କରିପାରିବେ ସେଫ୍ ସଞ୍ଜୀବ କପୁରଙ୍କ ଖୋୟା କୁରମୁରା ବର୍ଫି।

​​​​​​​

ଖୋୟାର ଭରପୂର ସ୍ୱାଦ ସାଙ୍ଗକୁ କୁରମୁରାର କୁରକୁରାପଣ ଏହି ମିଠାକୁ ଆହୁରି ସ୍ୱାଦିଷ୍ଟ କରିଥାଏ। ଏହାର ବିଶେଷତ୍ୱ ହେଉଛି, ଏହାକୁ ପ୍ରସ୍ତୁତ କରିବା ପାଇଁ ଅଧିକ ସମୟ କିମ୍ବା ଜଟିଳ ସାମଗ୍ରୀର ଆବଶ୍ୟକତା ପଡ଼େ ନାହିଁ। ମାତ୍ର ୨୦ରୁ ୩୦ ମିନିଟ୍ ମଧ୍ୟରେ ଏହାକୁ ପ୍ରସ୍ତୁତ କରିହେବ। ଆସନ୍ତୁ ଜାଣିବା ଏହି ସ୍ୱାଦିଷ୍ଟ ବର୍ଫି ପ୍ରସ୍ତୁତ କରିବା ପାଇଁ କେଉଁ ସାମଗ୍ରୀ ଆବଶ୍ୟକ ଏବଂ ଏହାର ପ୍ରସ୍ତୁତି ପ୍ରଣାଳୀ କ’ଣ।

ଆବଶ୍ୟକୀୟ ସାମଗ୍ରୀ -;

- ଘଷା ହୋଇଥିବା ଖୋୟା ବା ମାୱା – ଅଢ଼େଇ କପ୍- କୁରମୁରା – ଦେଢ଼ କପ୍- ଘିଅ – ୨ରୁ ୩ ଚାମଚ- ସୁଗାର ଫ୍ରି ଗ୍ରୀନ୍ ପାଉଡର – ୪ ଚାମଚ (୩୭.୬ ଗ୍ରାମ)- ଗୁଜୁରାତି ଗୁଣ୍ଡ – ଅଧା ଚାମଚ- ଜାଇଫଳ ଗୁଣ୍ଡ – ଏକ ଚିମୁଟା- କଟା କାଜୁ – ୧ ଚାମଚ- ପତଳା କଟା ପିସ୍ତା ବାଦାମ – ୧ ଚାମଚ- ପତଳା କଟା ବାଦାମ – ୧ ଚାମଚ

ପ୍ରସ୍ତୁତି ପ୍ରଣାଳୀ-; ପ୍ରଥମେ ଏକ ନନ୍ଷ୍ଟିକ୍ ପ୍ୟାନ୍ରେ ୧ ଚାମଚ ଘିଅ ଗରମ କରନ୍ତୁ। ଘିଅ ଗରମ ହୋଇଗଲେ ସେଥିରେ କୁରମୁରା ପକାଇ ମଧ୍ୟମ ଆଞ୍ଚରେ ଭଲ ଭାବେ ଭାଜନ୍ତୁ। କୁରମୁରା କୁରକୁରା ହୋଇଗଲେ ଏହାକୁ ଏକ ପ୍ଲେଟ୍କୁ କାଢ଼ି ଥଣ୍ଡା ହେବାକୁ ଛାଡ଼ିଦିଅନ୍ତୁ। ଏହାପରେ ସେହି ପ୍ୟାନ୍ରେ ବଳକା ଘିଅ ଗରମ କରି ଖୋୟା ପକାନ୍ତୁ। ଏହାକୁ କମ୍ ଆଞ୍ଚରେ ୨ରୁ ୩ ମିନିଟ୍ ପର୍ଯ୍ୟନ୍ତ ଭଲ ଭାବେ ଭାଜନ୍ତୁ। ଏବେ ସେଥିରେ ସୁଗାର ଫ୍ରି ଗ୍ରୀନ୍ ପାଉଡର ମିଶାଇ ଭଲ ଭାବେ ଗୋଳାନ୍ତୁ। ପୁଣି କମ୍ ଆଞ୍ଚରେ ୩ରୁ ୪ ମିନିଟ୍ ପର୍ଯ୍ୟନ୍ତ ଲଗାତାର ଘାଣ୍ଟନ୍ତୁ, ଯାହାଦ୍ୱାରା ମିଶ୍ରଣଟି ପ୍ୟାନ୍ରେ ଲାଗି ନଯାଏ।

ଏହାପରେ ଭାଜି ରଖିଥିବା କୁରମୁରାକୁ ଏଥିରେ ପକାଇ ଭଲ ଭାବେ ମିଶାନ୍ତୁ। ଏବେ ଗୁଜୁରାତି ଗୁଣ୍ଡ, କଟା କାଜୁ, ପିସ୍ତା ବାଦାମ ଓ କଟା ବାଦାମ ପକାଇ ସମସ୍ତ ସାମଗ୍ରୀକୁ ଭଲ ଭାବେ ଗୋଳାଇ ଦିଅନ୍ତୁ। ଏହାକୁ ଆହୁରି ପୁଷ୍ଟିକର କରିବା ପାଇଁ ନିଜ ପସନ୍ଦ ଅନୁସାରେ ବିଭିନ୍ନ ପ୍ରକାର ମଞ୍ଜି ମଧ୍ୟ ମିଶାଇ ପାରିବେ । ଏବେ ଏକ ବର୍ଫି ଟ୍ରେ ବା ଥାଳିରେ ଘିଅ ଲଗାଇ ପ୍ରସ୍ତୁତ ମିଶ୍ରଣକୁ ସେଥିରେ ଢାଳନ୍ତୁ। ଏହାକୁ ଚାମଚ ସାହାଯ୍ୟରେ ସମାନ ଭାବେ ଚାରିଆଡ଼େ ବିଛାଇ ଦିଅନ୍ତୁ। ଉପରେ କିଛି କଟା କାଜୁ, ପିସ୍ତା ଓ ବାଦାମ ପକାନ୍ତୁ। ଏହାପରେ ଚାମଚର ପଛପଟ ସାହାଯ୍ୟରେ ମିଶ୍ରଣକୁ ହାଲୁକା ଭାବେ ଚାପି ସମତଳ କରିଦିଅନ୍ତୁ।

also read - ରାବଣ ଏହି ଗାଁ'ର ଜ୍ୱାଇଁ ; ଦୀପାବଳୀରେ ଜଳେନି ଦୀପ, ଶୋକ ପାଳନ୍ତି ଗ୍ରାମବାସୀ

ଏହାକୁ ୨ରୁ ୩ ଘଣ୍ଟା ପର୍ଯ୍ୟନ୍ତ ରଖିଦିଅନ୍ତୁ, ଯାହାଦ୍ୱାରା ବର୍ଫି ଭଲ ଭାବେ ଜମିଯିବ। ଜମିଗଲା ପରେ ଏହାକୁ ନିଜ ପସନ୍ଦ ଅନୁସାରେ ଚତୁର୍ଭୁଜ ଆକାରରେ କାଟି ଏକ ପରିବେଷଣ ପ୍ଲେଟ୍ରେ ସଜାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ସ୍ୱାଦିଷ୍ଟ ଖୋୟା କୁରମୁରା ବର୍ଫି।କେତେ ସମୟ ଲାଗିବ ? ଏହି ବର୍ଫି ପ୍ରସ୍ତୁତ କରିବାକୁ ପ୍ରାୟ ୨୦ରୁ ୩୦ ମିନିଟ୍ ସମୟ ଲାଗିଥାଏ। ଏହା ୪ ଜଣଙ୍କ ପାଇଁ ଯଥେଷ୍ଟ।