କେନ୍ଦ୍ରାପଡ଼ା ୧୫।୬: ରଜ ପାଇଁ ସାରା ଓଡ଼ିଶାରେ ଉତ୍ସବର ମାହୋଲ । ସାରା ରାଜ୍ୟରେ ଉତ୍ସବ ମନାଉଛନ୍ତି ଲୋକେ । ଏଭଳି ମାହୋଲ ଭିତରେ କେନ୍ଦ୍ରାପଡ଼ାରୁ ଆସିଛି ଦୁଃଖଦ ଘଟଣା । ରଜ ଦୋଳି ଉପରେ ମାଡ଼ିଯାଇଛି ବୋଲେରୋ । ଦୋଳି ଖେଳୁଥିବା ବେଳେ ଦୁଇ ଶିଶୁ ଗୁରୁତର ହୋଇଛନ୍ତି । ଘଟଣାର ତଦନ୍ତ ଜାରି ରଖିଛି ପୋଲିସ ।

Also Read:- କେମିତି ଥିଲା ଚନ୍ଦ୍ରିକା-ଭୀମସେନଙ୍କ ସମ୍ପର୍କ, ଆଉ ଜଣଙ୍କ ଏଣ୍ଟ୍ରିକୁ ନେଇ ଖୋଳତାଡ଼

ସୂଚନାଯୋଗ୍ୟ ଯେ, କେନ୍ଦ୍ରାପଡ଼ା ଜିଲ୍ଲା ନିକିରାଇ ଥାନା ଅନ୍ତର୍ଗତ ତନାର ଗାଁରେ ରଜଦୋଳି ଉପରେ ମାଡ଼ିଗଲା ବୋଲେରୋ l ସୋମବାର ସକାଳ ୯ଟା ବେଳେ ଗାଁ ଭିତରେ ଲାଗିଥିବା ଏକ ରଜ ଦୋଳିକୁ ଘେରି ପିଲାମାନେ ଛିଡା ହୋଇଥିଲେ । ହଠାତ୍ ଏତିକି ବେଳେ ଏକ ବୋଲେରୋ ଭାରସାମ୍ୟ ହରାଇ ଦୋଳି ଉପରକୁ ମାଡି ଯାଇଥିଲା l ଦୋଳିରେ ବସିଥିବା ଦୁଇ ଶିଶୁ ରାଧିକା ଦାସ ଓ ରାହୁଲ ଦାସ ଗୁରୁତର ଆହତ ହୋଇଥିଲେ l ପାଖରେ ଥିବା ଅନ୍ୟ କିଛି ପିଲା ସାମାନ୍ୟ ଆହତ ହୋଇଥିବା ଜଣାପଡିଛି l ଦୁଇ ଆହତଙ୍କୁ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି l ତେବେ ଦୁର୍ଘଟଣା ଘଟାଇ ଡ୍ରାଇଭର୍ ଫେରାର ହୋଇଯାଇଥିବା ଜଣାପଡିଛି l