ନୂଆଦିଲ୍ଲୀ, ୧୦/୦୪ : ମାଡି ଆସୁଛି ବାତ୍ୟା । ଶହେ କିଲୋ ମିଟର ବେଗରେ ବହିବ ପବନ । ଛାରଖାର ହୋଇଯିବ ସବୁ କିଛି । ଭାଙ୍ଗିବ ଘର ଏବଂ ଭୁଶୁଡି ପଡିବ ବଡ ବଡ ଗଛ । ସାମୁଦ୍ରିକ ବାତ୍ୟା ସିନଲାକୁକୁ ନେଇ କିଛି ଏମିତି ଭବିଷ୍ୟବାଣୀ କରିଛନ୍ତି ପାଣିପାଗବିତ୍ ।

ରିପୋର୍ଚ ଅନୁସାରେ, ପଶ୍ଚିମ ପ୍ରଶାନ୍ତ ମହାସାଗରରେ ଏପ୍ରିଲ ୮ ତାରିଖରେ ସୃଷ୍ଟି ହୋଇଥିବା ଲଘୁଚାପ ବାତ୍ୟାର ରୂପ ନେଇଛି । ଏହା ଏବେ ସମୁଦ୍ରରେ ରହିଛି । ଗୁଆମ୍ ରେ ଥିବା ଏୟାରବେସଠୁ ବାତ୍ୟା ସିନଲାକୁ ୯୦୦ କିଲୋମିଟର ଦୂରରେ ଥିବା ଜଣାପଡିଛି । ଏହା ଧିରେ ଧିରେ ମାରିଆନା ଦ୍ୱୀପ ଆଡକୁ ମୁହାଁଉଛି । ଭାରତ ଉପରେ ଏହାର କୌଣସି ପ୍ରଭାବ ପଡିବ ନାହିଁ ।

Also Read :-Cyclone Maila: ୧୯୫୧ ପରେ ସବୁଠୁ ବଡ଼ ବାତ୍ୟା, କରାଳ ରୂପ ଧରି ଉପକୂଳକୁ ମାଡ଼ିଆସୁଛି

ସାଟେଲାଇଟ୍ ଇମେଜ୍ ଅନୁସାରେ, ସିନଲାକୁ ଏବେ ସମୁଦ୍ରରେ ବଳ ଗୋଟାଉଛି । ଏବେ ପବନର ବେଗ ଘଣ୍ଟା ପ୍ରତି ୧୦୨ କିଲୋମିଟର ରହିଛି । ଘଣ୍ଟା ପ୍ରତି ଦୁଇ କିଲୋମିଟର ବେଗରେ ଏହା ସମୁଦ୍ରରେ ଗତି କରୁଛି । ପାଣିପାଗବିତଙ୍କ କହିବାନୁସାରେ ଆସନ୍ତା୧୨ରୁ୪୮ଘଣ୍ଟା ମଧ୍ୟରେ ଏହା ଅଧିକ ଭୟଙ୍କର ରୂପ ଧାରଣ କରିବ ।୭୨ ଘଣ୍ଟା ମଧ୍ୟରେ ପବନର ବେଗ ଘଣ୍ଟା ପ୍ରତି ୨୧୩ କିଲୋମିଟର ଅତିକ୍ରମ କରିପାରେ ବୋଲି କୁହାଯାଉଛି ।

କୁହାଯାଉଛି ଯେ, ବାତ୍ୟା ସିନଲାକୁ ମାରିଆନା ଦ୍ୱୀପରେ ଲ୍ୟାଣ୍ଡଫଲ୍ କରିପାରେ । ଏବେସୁଦ୍ଧା ଏହାର ଲ୍ୟାଣ୍ଡଫଲ୍ ଚିତ୍ର ସ୍ପଷ୍ଟ ହୋଇନାହିଁ । ଆଉ କିଛି ଘଣ୍ଟା ମଧ୍ୟରେ ବାତ୍ୟା କେଉଁଠି ମାଡ ହେବ ନା ସମୁଦ୍ରରେ ହିଁ ଗତି କରିବ ସେନେଇ ତଥ୍ୟ ଆସିବ ।

ସୂଚନାଯୋଗ୍ୟ,ସେହିପରି ଅନ୍ୟ ଏକ ବାତ୍ୟାଅଷ୍ଟ୍ରେଲିଆର କ୍ୱିନ୍ସଲ୍ୟାଣ୍ଡ ଆଡେ ମାଡି ଆସୁଛି । ଏହାକୁ ୧୯୫୧ ପରେ ସୋଲୋମନ ଆଇଲ୍ୟାଣ୍ଡର ସବୁଠୁ ବଡ ବାତ୍ୟା ବୋଲି କୁହାଯାଉଛି ।