ନୂଆଦିଲ୍ଲୀ: ଅଡୁଆରେ ଗଲ୍ଫ ସୁପରଷ୍ଟାର ଟାଇଗର ଉଡ୍ସ । ଫ୍ଲୋରିଡାରେ ଏକ କାର ଦୁର୍ଘଟଣାରେ ସମ୍ପୃକ୍ତି ଅଭିଯୋଗରେ ଗିରଫ । ପ୍ରସିଦ୍ଧ ଆମେରିକୀୟ ଗଲ୍ଫର ଟାଇଗର ଉଡ୍ସଙ୍କୁ ଗିରଫକରିଛି ପୋଲିସ । ଆମେରିକା ଫ୍ଲୋରିଡାରେ କାର୍ ଦୁର୍ଘଟଣା ପରେ ଗିରଫ ହୋଇଛନ୍ତି ଟାଇଗର । ନିଶାସକ୍ତ ଅବସ୍ଥାରେ କାର୍ ଚଳାଇବା ଅଭିଯୋଗରେ ଗିରଫ କରାଯାଇଛି । ତାଙ୍କ କାର ଏକ ଟ୍ରକ ସହିତ ଧକ୍କା ହୋଇ ଓଲଟି ପଡ଼ିଥିଲା ।

 

ମାର୍ଟିନ୍ କାଉଣ୍ଟି ସେରିଫ୍ ଜନ୍ ବୁଡେନସିକ୍ କହିଛନ୍ତି ଯେ ୫୦ ବର୍ଷୀୟ ଉଡ୍ସ ନିଶାଗ୍ରସ୍ତ ଥିବା ନଜର ଆସିଥିଲେ । ପରେ ବ୍ରେଥଆଲାଇଜର ପରୀକ୍ଷାରେ ସେ ମଦ୍ୟପାନ କରି ଗାଡି ଚଲାଉଥିବା ଧରାପଡିଥିଲେ । ହେଲେ ୟୁରିନ ପରୀକ୍ଷା ପାଇଁ କୁହାଯିବାରୁ ସେ ସଂଗେ ସଂଗେ ମନା କରିଦେଇଥିଲେ । ସେରିଫ୍ ଅଫିସ୍ ଦୁର୍ଘଟଣାର କାରଣ କିମ୍ବା ଉଡ୍ସଙ୍କ ଅବସ୍ଥା ବିଷୟରେ ତୁରନ୍ତ କୌଣସି ସୂଚନା ପ୍ରକାଶ କରିନାହିଁ । ପୋଲିସ ଘଟଣାର ତଦନ୍ତ କରୁଛି । ଜଣେ କାଉଣ୍ଟି ସେରିଫ୍ ଅଧିକାରୀ ସନ୍ଧ୍ୟା ୫ଟା ETରେ ସାମ୍ବାଦିକଙ୍କ ସହ କଥା ହେବେ ।

Also Read...ଟଙ୍କାକୁ ନେଇ ବିବାଦ, ହେଡ୍ କୋଚ୍ ଏବଂ ଖେଳାଳିଙ୍କୁ ମିଳିଲାନି ଷ୍ଟାଡିୟମରେ ଏଣ୍ଟ୍ରି

ମାର୍ଟିନ୍ କାଉଣ୍ଟି ସେରିଫ୍ ଅଫିସ୍ ର ଜଣେ ମୁଖପାତ୍ର ESPN କୁ କହିଛନ୍ତି ଯେ ଦୁର୍ଘଟଣା ମଧ୍ୟାହ୍ନ ୨ଟା ET ପରେ ଘଟିଛି । ସେହି ସହରରେ ଘଟିଛି ଯେଉଁଠାରେ ଉଡ୍ସ ରୁହନ୍ତି । ଫ୍ଲୋରିଡାର ୱେଷ୍ଟ ପାମ୍ ବିଚ୍ ରେ WPTV ଦ୍ୱାରା ଜାରି ଫଟୋରେ ଦେଖିବାକୁ ମିଳିଛି ଯେ, ଉଡ୍ସଙ୍କ SUV ଗାଡି ପାର୍ଶ୍ୱରେ ଓଲଟି ପଡ଼ିଛି । ଥେବେ ଉଡ୍ସ କିମ୍ୱା ତାଙ୍କ ଡ୍ରାଇଭରଙ୍କ କୌଣସ କ୍ଷତି ହୋଇନି । କ୍ନିତୁ ନିଶାସକ୍ତ ହୋଇ ଗାଡ଼ି ଚଳାଇବା ଏବେ ତାଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇପାରେ ।