ପାରାଦୀପ: ଧୁମ୍‌ଧାମ୍‌ରେ ଆରମ୍ଭ ହେଲା କଳିଙ୍ଗ ବାଲିଯାତ୍ରା-୨୦୨୬ । ପାରାଦୀପଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ କରକମଳରେ ଏହି ମହୋତ୍ସବର ଶୁଭ ଉଦ୍ଘାଟନ ହୋଇଛି । ଏହି ଅବସରରେ ବହୁ ମନ୍ତ୍ରୀ, ଜନପ୍ରତିନିଧି ଓ ପ୍ରଶାସନିକ ଅଧିକାରୀ ଯୋଗଦେଇଥିଲେ।

ଉଦଘାଟନୀ ଉତ୍ସବରେ ମୁଖ୍ୟମନ୍ତ୍ରୀଙ୍କ ସହ ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ସାଂସଦ ବିଭୁ ପ୍ରସାଦ ତରାଇ, ତିର୍ତ୍ତୋଲ ବିଧାୟକ ରମାକାନ୍ତ ଭୋଇ, ପାରାଦୀପ ପୌରାଧ୍ୟକ୍ଷ ବସନ୍ତ କୁମାର ବିଶ୍ୱାଳ, ଜିଲ୍ଲାପାଳ ଜେ. ସୋନାଲ ଏବଂ ପାରାଦୀପ ବନ୍ଦର ଅଧ୍ୟକ୍ଷ ସୁଶାନ୍ତ କୁମାର ପୁରୋହିତଙ୍କ ସମେତ ବହୁ ପ୍ରଶାସନିକ ଅଧିକାରୀ ଉପସ୍ଥିତ ଥିଲେ।

ଏହି ଅବସରରେ ବକ୍ତାମାନେ ରାଜ୍ୟର ବିକାଶ କ୍ଷେତ୍ରରେ ପାରାଦୀପର ଗୁରୁତ୍ୱପୂର୍ଣ୍ଣ ଅବଦାନ ଉପରେ ଆଲୋକପାତ କରିଥିଲେ । ଏଥିସହ ଓଡ଼ିଶାର ପ୍ରାଚୀନ ନୌବାଣିଜ୍ୟ ପରମ୍ପରା ଓ ଗୌରବମୟ ଇତିହାସକୁ ମନେ ପକାଇଥିଲେ । କଳିଙ୍ଗ ବାଲିଯାତ୍ରା ମାଧ୍ୟମରେ ଓଡ଼ିଶାର ସମୃଦ୍ଧ ସାମୁଦ୍ରିକ ଐତିହ୍ୟ, ବାଣିଜ୍ୟିକ ପରମ୍ପରା ଓ ସାଂସ୍କୃତିକ ପରିଚୟକୁ ପୁଣିଥରେ ଉଜ୍ଜୀବିତ କରିବାର ପ୍ରୟାସ କରାଯାଇଛି ।