ଭୁବନେଶ୍ବର ୨୩।୧୧: ୩ ଦିନ ପରେ ସ୍ୱାଭାବିକ ହେଲା ବିଧାନସଭା କାର୍ଯ୍ୟ । ଆଜି ସ୍ୱାଭାବିକ ଭାବେ ଚାଲିଲା ପ୍ରଶ୍ନକାଳ । ବିଧାନସଭାରେ ମୁଲତବୀ  ଉଠିଲା ଭତ୍ତା ପ୍ରସଙ୍ଗ । ସୁନ୍ଦରଗଡ଼ର କୋଇଡା ଅଞ୍ଚଳରେ ୬ ମାସ ଧରି ଭତ୍ତା ମିଳି ନଥିବାରୁ ଆତ୍ମହତ୍ୟା ଉଦ୍ୟମକୁ ନେଇ ଗୃହରେ ଉତ୍ତର ରଖିଲେ ବିଭାଗୀୟ ମନ୍ତ୍ରୀ ।

ମନ୍ତ୍ରୀଙ୍କ ଉତ୍ତର ଅନୁଯାୟୀ, କେନ୍ଦ୍ରର ନୂତନ ଭତ୍ତା ବିତରଣ ବ୍ୟବସ୍ଥା ଓ ପୋର୍ଟାଲର ବୈଷୟିକ ପରିବର୍ତ୍ତନ ପାଇଁ ଭତ୍ତା ବିଳମ୍ବରେ ମିଳୁଛି । ମଧୁବାବୁ ପେନସନ ଯୋଜନାରେ ୩୬ ଲକ୍ଷ ୭୫ ହଜାର ଓ ଜାତୀୟ ସାମାଜିକ ସହାୟତା ରାଶି ଯୋଜନାରେ ୧୯ ଲକ୍ଷ ୯୦ ହଜାର ୭୨୯ ଜଣ ହିତାଧିକାରୀ ଅଛନ୍ତି ।

Also Read:- ବୁକ୍ ସର୍କୁଲାର-୪୭କୁ ନେଇ ବିଧାନସଭାରେ ହଙ୍ଗାମା, ଅଧିକାରୀଙ୍କ ମନମାନି ନେଇ ବିରୋଧୀଙ୍କ ଅସନ୍ତୋଷ

ଅକ୍ଟୋବର ମାସରୁ ଭତ୍ତା ଦିଆଯାଉଛି । ଏପ୍ରିଲରୁ ଭତ୍ତା ପ୍ରଦାନରେ ବ୍ୟତିକ୍ରମ ଦେଖା ଦେଇଥିଲା । ୨୦୨୬-୨୭ ଆର୍ଥିକ ବର୍ଷରେ ଏପ୍ରିଲ-ମେ’ରେ ଯେଉଁ ଟଙ୍କା ମିଳିବା କଥା ମିଳି ପାରି ନ ଥିଲା । ୫ ଜୁନ୍ରୁ ୧୯ ଲକ୍ଷ ୩୬ ହାଜର ଡିଜିଟାଈଜ ହିତାଧିକାରୀଙ୍କୁ ଭତ୍ତା ଦିଆଯାଇଛି । ଏହି ବ୍ୟବସ୍ଥାରେ ୨୦ ଦିନ ସମୟ ଲାଗୁଥିବାରୁ ଦୁଇ ମାସ ବ୍ୟବଧାନରେ ଭତ୍ତା ଦିଆଯାଉଛି ବୋଲି ମନ୍ତ୍ରୀ କହିଛନ୍ତି ।