ଗୁଣପୁର ୯।୯: ରାୟଗଡା ଜିଲ୍ଲା ପଦ୍ମପୁର ଥାନା ଗୁଲୁଗୁଡାର ତାରପାଗୁଡାରେ ଅଘଟଣ । ପାଇଖାନା ଟାଙ୍କିରେ ଶ୍ବାସରୁଦ୍ଧ ହୋଇ ଚାଲିଗଲା ୩ ଜଣଙ୍କ ଜୀବନ । ପାଇଖାନା ଟାଙ୍କି ଭିତରକୁ ଓହ୍ଲାଇ ଜଣଙ୍କ ପରେ ଜଣେ ତିନି ଜଣ ଶ୍ଵାସରୁଦ୍ଧ ହୋଇଯାଇଥିଲେ । ଫଳରେ ଶ୍ବାସରୁଦ୍ଧ ହୋଇ ୩ ଜଣଙ୍କ ଜୀବନ ଚାଲିଯାଇଛି । ମୃତକଙ୍କ ମଧ୍ୟରେ ଦୁଇ ଜଣ ମିସ୍ତ୍ରୀଙ୍କ ସହ ଜଣେ ଶ୍ରମିକ ଅଛନ୍ତି ।

Also Read:- ଝଗଡ଼ା ପରେ ବୋହୂକୁ ଘରେ ବନ୍ଦ କରିଦେଲେ, ପୁଅକୁ ଆକ୍ରମଣ କରି ମାରିଦେଲେ !

ତେବେ ପାଇଖାନା ଟାଙ୍କି ଭିତରେ କେଉଁ କାରଣରୁ ତିନି ଜଣ ଶ୍ୱାସରୁଦ୍ଧ ହେଲେ, ତଦନ୍ତ ପରେ ହିଁ ପ୍ରକୃତ କାରଣ ସାମ୍ନାକୁ ଆସିବ । ଏହି ଦୁଃଖଦ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

Watch Video: