ସମ୍ବଲପୁର ୭।୧୦: ଛାତ୍ର ସଂସଦ ନିର୍ବାଚନ ପାଇଁ ଆଜି ବିଜ୍ଞପ୍ତି ପ୍ରକାଶ ପାଇବାକୁ ଥିବାବେଳେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଦେଖାଦେଇଛି ଉତ୍ସାହ । ସାରା ରାଜ୍ୟରେ କଲେଜ ନିର୍ବାଚନକୁ ନେଇ ମାହୋଲ ସରଗରମ ଥିବାବେଳେ ସମ୍ବଲପୁର ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟରେ ହେବନାହିଁ ପ୍ରତ୍ୟକ୍ଷ ନିର୍ବାଚନ । ପୂର୍ବଭଳି GMUରେ ହେବ ସିଲେକ୍ସନ । କିଛି ନିର୍ଦ୍ଦିଷ୍ଟ ଛାତ୍ରଛାତ୍ରୀ ପ୍ରତିନିଧି ବାଛିବେ । ୭୫ ପ୍ରତିଶତ ଉପସ୍ଥାନ ଥିଲେ ଚୟନ କରିବାକୁ ସେମାନେ ଯୋଗ୍ୟ ହେବେ ।

Also Read:- ଜଟଣୀ-ସୁନ୍ଦରପଦା ରାସ୍ତାରେ ବାଘ ଆତଙ୍କ, ସତ କହିଲା ବନ ବିଭାଗ

ଶେଷ ଥର ପାଇଁ ୧୯୯୮ ମସିହାରେ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟରେ ନିର୍ବାଚନ ହୋଇଥିଲା । ଏନେଇ GMU ଲୋକ ସମ୍ପର୍କ ଅଧିକାରୀ ଡକ୍ଟର ଅତୁଳ କୁମାର ପ୍ରଧାନ କ'ଣ କହୁଛନ୍ତି ଶୁଣନ୍ତୁ ।

Watch Video: