ଭଦ୍ରକ ୯।୯: ବାପର ଧାରୁଆ ଅସ୍ତ୍ର ଆକ୍ରମଣରେ ପୁଅ ମୃତ । ପାରିବାରିକ କଳହ ପାଇଁ ହତ୍ୟା ସୂଚନା । ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧିନ ଚୁନିଦା ଅଞ୍ଚଳର ଘଟଣା ।

Also Read:- ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ନୂଆ ମୋଡ଼ : ୫୨୪ କି.ମି. ଦୂରତା ଯୁକ୍ତି ଖାରଜ, କୋର୍ଟରେ ହାଜର ହେବେ ବିଦ୍ୟାଭାରତୀ

ରବି ସାହୁଙ୍କ ପୁଅ ବିକାଶ ସାହୁଙ୍କ ମଧ୍ୟରେ କୌଣସି କାରଣ ପାଇଁ ବିବାଦ ଥିଲା । ବୁଧବାର ସକାଳ ସମୟରେ ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିଲା । ପରେ ଶ୍ବଶୁର ବୋହୂକୁ ଘରେ ବନ୍ଦ କରି ଦେଇଥିଲେ । ଏହାପରେ ଏକ ଧାରୁଆ ଅସ୍ତ୍ରରେ ବାପା ପୁଅକୁ ଆକ୍ରମଣ କରିଥିଲେ । ବାପାର ଆକ୍ରମଣରେ ପୁଅ ବିକାଶ ଗୁରୁତର ହୋଇପଡିଥିଲେ । ଫଳରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ତେବେ ଡାକ୍ତର ଚିକିତ୍ସା କରିବା ପରେ ତାଙ୍କୁ ମୃତ ଘୋଷଣା କରିଛନ୍ତି ।