Thermos Recall: ଆପଣ କେବେ ଭାବିଛନ୍ତି କି ଯେଉଁ ଥର୍ମୋସରେ ଆପଣ ଖାଦ୍ୟ, ଜୁସ ଆଦି ରଖି ସୁରକ୍ଷିତ ବୋଲି କହୁଛନ୍ତି,ସେହି ଥର୍ମୋସ୍ ଆପଣଙ୍କ ଦୃଷ୍ଟିଶକ୍ତି ଛଡ଼ାଇ ନେଇପାରେ। ? ଶୁଣିବାକୁ ଡର ଲାଗୁଥିଲେ ବି କଥାଟି ସତ। ଏନେଇ ଏକାଧିକ ଅଭିଯୋଗ ଆସିବା ପରେ ଥର୍ମସ୍ କମ୍ପାନୀ ସାରା ବିଶ୍ୱରୁ ଲକ୍ଷ ଲକ୍ଷ ପ୍ରଡକ୍ଟ ଫେରାଇ ଆଣିଛି। ପ୍ରାୟ ୮.୨ ନିୟୁତ ଜାର ଏବଂ ବୋତଲକୁ ଫେରାଇ ଆଣିବାକୁ ନିଷ୍ପତ୍ତି ନେଇଛି କମ୍ପାନୀ।​​​​​​​​​​​​​​​​​​​​

ଣ ପୂରା ମାମଲା ପଢ଼ନ୍ତୁ

ଆମେରିକାର କଞ୍ଜ୍ୟୁମର ପ୍ରଡକ୍ଟ ସେଫ୍ଟି କମିଶନ (ସିପିଏସସି) ୮.୨ ନିୟୁତ ଥର୍ମସ୍ ଫୁଡ୍ ଜାର୍ ଏବଂ ବୋତଲକୁ ପ୍ରତ୍ୟାହାର କରିବାକୁ ନିର୍ଦ୍ଦେଶ ଦେଇଛି। କାରଣ ଏଗୁଡ଼ିକର ଷ୍ଟପର୍ ହଠାତ୍ ଛିଟିକି ଆସିବା ଯୋଗୁ ଲୋକେ ଗୁରୁତର ଆହତ ହେଉଛନ୍ତି, ଏଥିରେ ଏକାଧିକ ଲୋକେ ଦୃଷ୍ଟିଶକ୍ତି ହରାଇବାର ଅଭିଯୋଗ ଆସିଛି। ତେଣୁ ମାର୍କେଟ୍ରୁ ଏଗୁଡ଼ିକୁ ପ୍ରତ୍ୟାହାର କରିନେବାକୁ କମ୍ପାନୀକୁ ନିର୍ଦ୍ଦେଶ ଦେଇଛି ସିପିଏସସି।

କମ୍ପାନୀ ବର୍ତ୍ତମାନ ପ୍ରାୟ ୫.୮ ନିୟୁତ ଷ୍ଟେନଲେସ୍ କିଙ୍ଗ ଫୁଡ୍ ଜାର୍ ଏବଂ ୨.୩ ନିୟୁତ ସ୍ପୋର୍ଟସମ୍ୟାନ୍ ବୋତଲ ଫେରାଇ ଆଣିବାକୁ ପ୍ରସ୍ତୁତ ହେଉଛି। ଏଗୁଡ଼ିକ ଗତ କିଛିବର୍ଷ ହେଲା କମ୍ପାନୀ ବିକ୍ରି କରିଥିଲା।

Also Read- End-of-Life Vehicles Rules 2025 : ନୂଆ ସରକାରୀ ନିୟମ ପାଇଁ ୨୫,୦୦୦ କୋଟି କ୍ଷତି ସହିପାରେ ଅଟୋମୋବାଇଲ ଶିଳ୍ପ

କମ୍ପାନୀ ଅନୁଯାୟୀ, ଏହି ସମସ୍ୟା ପ୍ରଡକ୍ଟଗୁଡ଼ିକର ଢାଙ୍କୁଣୀ କିମ୍ବା ଷ୍ଟପର୍ ନେଇ ସୃଷ୍ଟି ହୋଇଛି। ଯଦି ଜାର କିମ୍ବା ବୋତଲରେ ଖାଦ୍ୟ କିମ୍ବା ପାନୀୟକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ରଖାଯାଉଛି, ତେବେ ଏହା ଭିତରେ ଚାପ ସୃଷ୍ଟି କରୁଛି। ତେଣୁ ବୋଟଲ କିମ୍ବା ଜାର ଖୋଲିବାରୁ ଷ୍ଟପର୍ ବା ଢାଙ୍କୁଣୀ ହଠାତ୍ ବାହାରକୁ ଛିଟିକି ଆସୁଛି। ଫଳରେ ଲୋକେ ଆହତ ହେବାର ଆଶଙ୍କା ରହିଛି।

ତଦନ୍ତରୁ ଜଣାପଡ଼ିଛି ଯେ କମ୍ପାନୀର କିଛି ପ୍ରଡକ୍ଟରେ ପ୍ରେସର ରିଲିଜ୍ କରିବାକୁ କୌଣସି ବ୍ୟବସ୍ଥା ନାହିଁ। ଏହାର ଅର୍ଥ ହେଉଛି ଭିତରେ ସୃଷ୍ଟି ହୋଇଥିବା ଚାପ ଧୀରେ ଧୀରେ ବାହାରକୁ ଆସିପାରୁ ନାହିଁ। ହଠାତ୍ ଢାଙ୍କୁଣୀ ଦେଇ ବାହାରକୁ ଆସିବା ଫଳରେ ଏହା ଛିଟିକି ଆସୁଛି। ଫଳରେ ଏହା ଆଖି ମୁହଁ ଆଦିରେ ବାଜି ଲୋକେ ଆହତ ହେଉଛନ୍ତି। ଏଥିରେ ଏକାଧିକ ଲୋକେ ଦୃଷ୍ଟିଶକ୍ତି ହରାଇଥିବା ଅଭିଯୋଗ ହୋଇଛି।

ଦୃଷ୍ଟି ଶକ୍ତି ହରାଇବା ଅଭିଯୋଗ

ଏହି ମାମଲାରେ କମ୍ପାନୀ ଏପର୍ଯ୍ୟନ୍ତ ୨୭ଟି ଅଭିଯୋଗ ପାଇଲାଣି। ଏଥିରେ ତିନୋଟି ମାମଲାରେ ଗ୍ରାହକ ସମ୍ପୂର୍ଣ୍ଣ ଦୃଷ୍ଟିଶକ୍ତି ହରାଇ ଥିବା ଅଭିଯୋଗ ହୋଇଛି। ଅନ୍ୟ କିଛି କ୍ଷେତ୍ରରେ ଗୁରୁତର ଆହତ ହୋଇଛନ୍ତି। ଯାହା ପାଇଁ ଡାକ୍ତରି ଚିକିତ୍ସା ଆବଶ୍ୟକ ରହିଛି।

ତେଣୁ ବିପଦକୁ ଦୃଷ୍ଟିରେ ରଖି କମ୍ପାନୀ ଷ୍ଟେନଲେସ୍ କିଙ୍ଗ ଫୁଡ୍ ଜାର୍ସ ମଡେଲ୍ SK3000 ଏବଂ SK3020 (ଜୁଲାଇ 2023 ପୂର୍ବରୁ ନିର୍ମିତ) ଓ Sportsman Food & Beverage Bottles (ମଡେଲ୍ SK3010)କୁ ବଜାରରୁ ପ୍ରତ୍ୟାହାର କରି ନେଇଛି।

ଏହି ପ୍ରଡକ୍ଟ ଗୁଡ଼ିକ ତଳେ ଥର୍ମସ୍ ବ୍ରାଣ୍ଡ୍ ନାଁ ଏବଂ ମଡେଲ୍ ନମ୍ବର ଲେଖାଯାଇଛି। ଏହି ଜାର୍ ଏବଂ ବୋତଲଗୁଡ଼ିକ ପ୍ରମୁଖ ଖୁଚୁରା ଦୋକାନ ଏବଂ ଅନଲାଇନ୍ ପ୍ଲାଟଫର୍ମରେ ବିକ୍ରି ହେଉଥିଲା। ଏଗୁଡ଼ିକ ମାର୍ଚ୍ଚ ୨୦୦୮ ରୁ ଜୁଲାଇ ୨୦୨୪ ମଧ୍ୟରେ ବିକ୍ରି ହୋଇଛି।

ଗ୍ରାହକଙ୍କୁ କମ୍ପାନୀର ଅନୁରୋଧ

ଏହି ମଡେଲଗୁଡ଼ିକୁ ତୁରନ୍ତ ବ୍ୟବହାର ବନ୍ଦ କରିବାକୁ ଥର୍ମୋସ୍ ଗ୍ରାହକମାନଙ୍କୁ ଅନୁରୋଧ କରୁଛି। ଥର୍ମୋସ୍ ଗ୍ରାହକମାନଙ୍କୁ ମାଗଣାରେ ବୋତଲ କିମ୍ବା ଜାରର ଢାଙ୍କୁଣୀ ବଦଳାଇବା କିମ୍ବା ଏକ ନୂଆ ପ୍ରଡକ୍ଟ ଦେବାକୁ ଅଫର ଦେଉଛି।

କମ୍ପାନୀ କହିଛି ଯେ ଗ୍ରାହକମାନେ କମ୍ପାନୀର ୱେବସାଇଟ୍ କିମ୍ବା ହେଲ୍ପଲାଇନ୍ ମାଧ୍ୟମରେ ବଦଳ ପାଇଁ ଆବେଦନ କରିପାରିବେ। କିଛି ମଡେଲ ପାଇଁ, ଗ୍ରାହକମାନଙ୍କୁ ତ୍ରୁଟିପୂର୍ଣ୍ଣ ଷ୍ଟପର୍ର ଏକ ଫଟୋ ପଠାଇବାକୁ ପଡିବ, ନୂଆ ମଡେଲ ପାଇଁ ଗ୍ରାହକଙ୍କୁ ପ୍ରିପେଡ୍ ସିପିଂ ଲେବଲ୍ ସହିତ ସମ୍ପୂର୍ଣ୍ଣ ପ୍ରଡକ୍ଟ ଫେରାଇବାକୁ ପଡିବ।