ପୁରୀ ୦୮।୦୩ : ଖାତାକୁ ଆସିଲା ସୁଭଦ୍ରା କିସ୍ତି । ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ଆକାଉଣ୍ଟକୁ ଆସିଲା ଚତୁର୍ଥ କିସ୍ତି ଟଙ୍କା । ପୁରୀ ତାଳବଣିଆ ସଭାସ୍ଥଳରୁ ଟଙ୍କା ପଠାଇଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହି ସଭାସ୍ଥଳୀରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମଧ୍ୟ ଉପସ୍ଥିତ ଥିଲେ ।

ଏ ଖବର ବି ପଢନ୍ତୁ:- ବଲାଙ୍ଗୀର ଯାଉଥିଲା ଆମ୍ବୁଲାନ୍ସ, ଭାରସାମ୍ୟ ହରାଇ ଘରେ ପଶିଗଲା ଗାଡ଼ି

ଅନ୍ତର୍ଜାତୀୟ ମହିଳା ଦିବସରେ ମିଳିଲା ସୁଭଦ୍ରା ଟଙ୍କା। ରାଜ୍ୟର ୧ କୋଟିରୁ ଅଧିକ ମହିଳାଙ୍କ ଖାତାକୁ ଗଲା ସୁଭଦ୍ରା କିସ୍ତି। ସୁଭଦ୍ରା ଯୋଜନାର ୪ର୍ଥ କିସ୍ତିରେ ୫ ହଜାର ଟଙ୍କା ଲେଖାଏ ପଠାଇଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏକକାଳୀନ ୫ହଜାର କୋଟିରୁ ଅଧିକ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ମୋଟ ୧ କୋଟି ୨ ଲକ୍ଷ ୧୨ ହଜାର ୬୬୫ ଜଣଙ୍କୁ ସୁଭଦ୍ରା ଟଙ୍କା ଦିଆଯାଇଛି। ୨ ଲକ୍ଷ ୧୩ ହଜାର ୧୯୮ ଜଣ ନୂଆ ହିତାଧିକାରୀଙ୍କୁ ମଧ୍ୟ ମିଳିଛି ସୁଭଦ୍ରା କିସ୍ତି ।

ଏ ଖବର ବି ପଢନ୍ତୁ:- ଅନ୍ତର୍ଜାତୀୟ ମହିଳା ଦିବସରେ ମୁଖ୍ୟମନ୍ତ୍ରୀଙ୍କ ପୋଷ୍ଟ, ‘ନାରୀଶକ୍ତି ହିଁ ସମାଜର ପ୍ରକୃତ ଶକ୍ତି’