ପୁରୀ ୧୪।୧୧: ପୁରୀରେ ଜାତୀୟ ମହିଳା କମିଶନ ଆୟୋଗର ଅଧ୍ୟକ୍ଷା ବିଜୟା ରାହତକର । ସବୁ ସ୍କୁଲ, କଲେଜ ସମେତ ୧୦ରୁ ଅଧିକ ବ୍ୟକ୍ତି ଥିବା ସମସ୍ତ ସଂସ୍ଥାରେ POSH କମିଟି ଗଠନ କରିବା ବାଧ୍ୟତାମୂଳକ । ଦେଶର ୨୦୦ ସ୍ଥାନରେ ଗ୍ରାଉଣ୍ଡକୁ ଯାଇ ଜନ ଶୁଣାଣି ମାଧ୍ୟମରେ କଲେଣି ସମସ୍ୟା ସମାଧାନ । ତେବେ ଜାତୀୟ ମହିଳା ଆୟୋଗ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି । ମହିଳାଙ୍କ ସୁରକ୍ଷା ପ୍ରସଙ୍ଗରେ ସଚେତନତା କାର୍ଯ୍ୟକ୍ରମ କରିଛନ୍ତି । ଏହିଭଳି ଅଘଟଣ ଘଟିଲେ ମହିଳା ମାନେ କିପରି ବିନା ଭୟରେ ଅଭିଯୋଗ କରିବେ ଏବଂ ଆବଶ୍ୟକୀୟ ପଦକ୍ଷେପ ନେବେ, ସେନେଇ ସୂଚନା ଦିଆଯାଇଛି ।

Also Read:- ପ୍ରୋଜେକ୍ଟ କରୁଥିଲେ, ହଠାତ୍ ଲାଗିଗଲା ନିଆଁ ; ପୋଡ଼ି ହୋଇ ଛାତ୍ର ଗୁରୁତର

ଶନିବାର ପୁରୀ ଜିଲ୍ଲାରେ କମିଶନଙ୍କ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଛି । ବିଶେଷକରି ଜିଲ୍ଲା ପ୍ରଶାସନ ସହ ବୈଠକ କରାଯାଇ ମହିଳାଙ୍କ ସ୍ୱାସ୍ଥ୍ୟ, ପୋଷଣ ଏବଂ ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକର ଆର୍ଥିକ ସ୍ୱାଧୀନତା ଓ ଦକ୍ଷତା ବୃଦ୍ଧି ସମ୍ପର୍କରେ ଆଲୋଚନା କରାଯାଇଛି । ମାତୃତ୍ୱଲାଭ କରିବାକୁ ଥିବା ମହିଳା ମାନଙ୍କ ଅଲଟ୍ରାସାଉଣ୍ଡ ଓ ସ୍ୱାସ୍ଥ୍ୟ ଯତ୍ନ ପାଇଁ ଜିଲ୍ଲା ପ୍ରଶାସନର 'ନିରୀକ୍ଷଣ' ପଦକ୍ଷେପକୁ ପ୍ରଶଂସା କରାଯାଇଛି । ଯେଉଁ ସବୁ ସ୍ଥାନରେ ୧୦ ବା ତଦୁର୍ଦ୍ଧ୍ୱ ବ୍ୟକ୍ତି କାର୍ଯ୍ୟ କରନ୍ତି, ସେଠାରେ POSH କମିଟି ରହିବା ବାଧ୍ୟତାମୂଳକ । ଆଗାମୀ ଗୋଟିଏ ମାସ ଭିତରେ ସମସ୍ତ ସ୍କୁଲ, କଲେଜ ଏବଂ ସରକାରୀ ଅନୁମୋଦିତ ଅନୁଷ୍ଠାନରେ ଏହି କମିଟି ଗଠନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।