ୱାସିଂଟନ: ମାଇକ୍ରୋସଫ୍ଟ ମେଗା ଆଉଟେଜ ସମାପ୍ତ ହୋଇଛି। ମାଇକ୍ରୋସଫ୍ଟ ୩୬୫ରେ ଦେଖା ଦେଇଥିବା ବଧା ଏବେ ଦୂର ହୋଇଥିବା କମ୍ପାନୀ କହିଛି। ଏହି ସମସ୍ୟା ଯୋଗୁ ୨୪ଘଣ୍ଟାରୁ ଅଧିକ ସମୟ ଧରି ଆଉଟଲୁକ୍, ଟିମ୍ସ ଓ କୋପାଇଲଟ ପ୍ରଭାବିତ ହୋଇଥିଲା। ଏହି ଘଟଣା ପରେ ନିଜର ଫାଇନାଲ ଷ୍ଟାଟସ୍ ଅପଡେଟ୍ କରି କମ୍ପାନୀ କହିଛି ଯେ ଆମେ ଘଟଣାର ମୂଳ କାରଣ ଠିକ କରିବା କାମ ଶେଷ କରିଛୁ ଓ ସେବା ସ୍ୱଭାବିକ ହୋଇଛି। ମାଇକ୍ରୋସ୍ଫ୍ଟରେ ଉପୁଜିଥିବା ସମସ୍ୟାର ପ୍ରଭାବ ଅନୁନ୍ୟ ୭୪ ଦେଶଙ୍କ ୟୁଜରଙ୍କ ଉପରେ ପଡିଛି।

ମାଇକ୍ରୋସଫ୍ଟରେ ଅସୁବିଧା କାରଣରୁ ସରକାର, କମ୍ପାନୀ, ଏୟାରଲାଇନ୍ସ ଓ ସାଧାରଣ ୟୁଜର କାମ ଚଳାଇବା ପାଇଁ ଫୋନ ଲାଇନ, କାଗଜ ରେକର୍ଡ ଓ କିଛି କାର୍ଯ୍ୟାଳୟରେ ଫ୍ୟାକ୍ସ ମେସିନର ସହାୟତା ନିଆଯାଇଥିଲା। ଏହି ସମସ୍ୟା ନଭେମ୍ବର ୧୨ ତାରିଖ ଦିନ ସେତେବେଳେ ଉପୁଜିଥିଲା ଯେତେବେଳେ ଆମେରିକାରେ ୟୁଜର୍ସ ଏକ୍ସଚେଞ୍ଜ ଅନଲାଇନ ମେଲବକ୍ସ ଖୋଲି ପାରୁନଥିବାର ଅଭିଯୋଗ କରିଥିଲେ। ସନ୍ଧ୍ୟା ୫ଟା ୫୪ ମିନିଟ୍ ରେ ସମସ୍ୟା ହୋଇଥିବା ନେଇ ମାଇକ୍ରୋସଫ୍ଟ ସ୍ୱୀକାର କରିଥିଲା। ଏହାର ୧୩ ମିନିଟ୍ ପରେ କମ୍ପାନୀ ଚେତାବନୀ ଦେଇଥିଲା ଯେ ବିଶ୍ୱର କୌଣସି ଦେଶରେ ଉପଯୋଗକର୍ତ୍ତା ଏହି ସମସ୍ୟାର ସମ୍ମୁଖୀନ ହୋଇ ପାରନ୍ତି।

ଏହି ଅସୁବିଧା ପାଇଁ କମ୍ପାନୀ ଗଭୀର ଦୁଃଖ ବ୍ୟକ୍ତ କରିଛି। ଏହି ଘଟଣା କୌଣସି ସାଇବର ଆକ୍ରମଣ ଅଥବା ଏଆଇ କାରଣରୁ ହୋଇ ନଥିଲା। ମାଇକ୍ରୋସଫ୍ଟ ଆଉଟଲୁକ୍ ଆଉଟେଜ ଲାଗି ପୂର୍ବରୁ କରାଯାଇଥିବା ନେଟୱାର୍କ ଅପଗ୍ରେଡକୁ ଦାୟୀ କରିଛି। ମାଇକ୍ରୋସଫ୍ଟର ଜନୈକ ମୁଖପାତ୍ରଙ୍କ ଅନୁସାରେ ନେଟୱାର୍କ କ୍ଷମତା ବଢାଇବା ଲାଗି ପିଛିଲା କାମ ସମୟରେ ହୋଇଥିବା ଏକ ସମସ୍ୟା କାରଣରୁ ହୋଇଛି, ଯାହା ନିକଟରେ ହୋଇଥିବା ନେଟୱାର୍କ ପରିବର୍ତ୍ତନ କାରଣରୁ ସାମ୍ନାକୁ ଆସିଛି। କମ୍ପାନୀ ଏହାକୁ ଏକ ଟେକ୍ନିକାଲ ସମସ୍ୟା ବୋଲି କହିଛି, ଯାହାର ସାଇବର ଅଥବା ଏଆଇ ଏଜେଣ୍ଟସଙ୍କ ସହ କୌଣସି ନେଣଦେଣ ନାହିଁ।

ଏଥି ପାଇଁ ଅନୁନ୍ୟ ୭୪ଟି ଦେଶର ଏୟାରଲାଇନ୍ସ,ହସ୍ପିଟାଲ ଓ କୋର୍ଟ କାର୍ଯ୍ୟ ମାଇକ୍ରୋସଫ୍ଟ ଆଉଟେଜ ଯୋଗୁ ବାଧିତ ହୋଇଛି। ଗତ ଜାନୁୟାରୀରେ ମାଇକ୍ରୋସଫ୍ଟ କହିଥିଲା ଯେ ତାର ୩୬୫ ସେବାର ୪୫୦ ମିଲିୟନରୁ ଅଧିକ ପେଡ କମର୍ସିଆଲ ସବସ୍କ୍ରିପସନ ରହିଛି। ଏହି ବ୍ୟାପକ ପହଞ୍ଚର ପ୍ରଭାବ ସେହିସବୁ ସ୍ଥାନମାନଙ୍କରେ ଅନୁଭୂତ ହୋଇଛି ଯେଉଁମାନେ ଏହାର ସବସ୍କ୍ରାଇବର। ଭାରତରେ ଏହାର ପ୍ରଭାବ ଇଣ୍ଡିଗୋ ଓ ଅକାସା ଏୟାର ଇ-ମେଲ ସପୋର୍ଟ ସର୍ଭିସ ଉପରେ ପଡିଛି। ଏୟାର ଇଣ୍ଡିଆ ଗ୍ରାହକଙ୍କୁ ମ୍ୟାସେଜ ମିଳୁ ସେ ନେଇ ସେ ନିଜ ଇ-ମେଲ ଅନ୍ୟ ବାଟରେ ପଠାଇଥିଲା ଓ ନିଜର ଉଡାଣ ସ୍ୱଭାବିକ ରଖିଥିଲା। ଭାରତର ଏକ ବଡ ବ୍ରୋକରେଜ ଫାର୍ମରେ ଆଉଟ ଲୁକ ଲାଗି ବ୍ୟାକଅପ କାମରେ ଆସିଯାଇଥିଲା, ହେଲେ ଟିମସ୍ ରେ କ୍ଲାଏଣ୍ଟ ଙ୍କ କଲ ସମ୍ଭାଳିବା କଷ୍ଟକର ହୋଇପାଡିଥିଲା।