ବେଙ୍ଗାଲୁର,୧୪ / ୧୧ -;  ଭଲ କମ୍ପାନୀ ,ଉଚ୍ଚ ଅଙ୍କର ଦରମା ଏବଂ ଏକ ଚିକମିକ କରୁଥିବା କର୍ପୋରେଟ ଲାଇଫ ଷ୍ଟାଇଲକୁ ଉପଭୋଗ କରିବା ପାଇଁ ଭାରତର ଲକ୍ଷ ଲକ୍ଷ ଯୁବକ ଆଇଟି କ୍ଷେତ୍ରକୁ ପ୍ରଥମେ ବାଛି ଥାନ୍ତି I ବଡ ବଡ ଆଇଟି କମ୍ପାନୀରେ ଚାକିରୀ କରିବା ପାଇଁ ଲକ୍ଷ ଲକ୍ଷ ଟଙ୍କା ସାରି ରାତି ରାତି ଅନିଦ୍ରା ହୋଇ ଇଣ୍ଟରଭିଉ ପାଇଁ ପ୍ରସ୍ତୁତ କରିଥାନ୍ତି ଯୁବପିଢ଼ି I ଶେଷରେ କିଛି ପିଲାଙ୍କର ଚାକିରୀ ଲାଗିଥାଏ I ଆଉ ଏହାପରେ ଦୁନିଆ ତାଙ୍କୁ ଲାଇଫ ସେଟେଲ ହୋଇଗଲା ବୋଲି କହିଥାଏ I କିନ୍ତୁ ଏହି କର୍ପୋରେଟ ଦୁନିଆର ଭିଡ ଭିତରୁ ଏକ ଏଭଳି ଖବର ଆସିଛି ଯାହା ଅନେକଙ୍କ ପାଇଁ ପ୍ରେରଣାତ ସାଜିବ ତା ସହିତ   ଜୀବନ ବଞ୍ଚିବାର ଭିନ୍ନ ଦିଗକୁ ମଧ୍ୟ ସାମ୍ନାକୁ ଆଣିବ I 

ଭାରତର ଟେକ ସିଟି ବେଙ୍ଗାଲୁର, ଦୁଇ କର୍ମଜୀବି ଦମ୍ପତି ଦିୟା କ୍ରିସ୍ନାକୁମାର ଏବଂ ଆଦିତ୍ୟ ନଟରାଜନ I ଦୁହେଁ ଦିନ  ତମାମ  ଅଫିସରେ କାମ କରୁଥିବା କାରଣରୁ ଘରେ ରୋଷେଇ କରି ଖାଇବା ସମ୍ଭବ ନଥିଲା I ଏଭଳି କ୍ଷେତ୍ରରେ ବାହାରୁ ଖାଦ୍ୟ ମଗେଇ ଖାଇବା ଏକ ପ୍ରକାର ସହଜ ମାଧ୍ୟମ ଥିଲା I କିନ୍ତୁ ସେମାନେ ଚାହୁଁଥିଲେ ସ୍ଵାସ୍ତ୍ୟକର ଓ ଘରେ ପ୍ରସ୍ତୁତ ହୋଇଥିବା ଖାଦ୍ୟ I କିନ୍ତୁ ସେମାନଙ୍କ ମନ ମୁତାବକ ଖାଦ୍ୟ ମିଳିବା ଏତେ ସହଜ ନଥିଲା I ପ୍ରତିଦିନ ଅଫିସରୁ ଫେରିଲା ପରେ ଭଲ ଖାଦ୍ୟ ଖାଇବା ପାଇଁ କ୍ରିଷ୍ଣା ଓ ଆଦିତ୍ୟଙ୍କୁ ଅନେକ କଷ୍ଟ କରିବାକୁ ପଡୁଥିଲା I ବେଙ୍ଗଲୁର ଭଳି ସହରରେ ପ୍ରତିଦିନ ଘରୋଇ ଖାଦ୍ୟ ଖାଇବା ପାଇଁ ସଙ୍ଘର୍ଷ କରୁଥିବା ଏହି ଟେକ ଦମ୍ପତି ଶେଷରେ ଅସୁବିଧା ଭିତରୁ ଆବିଷ୍କାର କଲେ ଏକ ନୂଆ ଉପାୟ I ପ୍ରତିଦିନ ବାହାର ଖାଦ୍ୟ ପାଇଁ ଡହଳ ବିକଳ ହେଉଥିବା ଏହି ଦମ୍ପତି ସ୍ଥିର କଲେ ନିଜେ ଘରେ ରୋଷେଇ କରି ମାର୍କେଟରେ ବ୍ୟବସାୟ କରିବେ I କଥାରେ ଅଛି ଅସୁବିଧା ହିଁ ନୂଆ ଆବିଷ୍କାର ଜନ୍ମଦାତା   I  ଠିକ ସେହି ଭଳି ଏହି ଦୁଇ ଦମ୍ପତିଙ୍କ ଜୀବନରେ ଏକ ନୂଆ ଅଧ୍ୟାୟ ଯୋଡି ହେଲା I 

ସେପ୍ଟେମ୍ବର ୨୦୨୪ରେ ଦୁହେଁ ବିଧିବଧ ଭାବରେ ଆଇଟି କ୍ଷେତ୍ରରୁ ଚାକିରୀ ଛାଡି "ବେଙ୍ଗାଲୁରୁରେ ଏକ ସୁସ୍ଥ ଖାଦ୍ୟ ସବ୍‌ସକ୍ରିପସନ୍ ଷ୍ଟାର୍ଟଅପ୍ 'ୱେଲ୍‌ଫେଡ୍'  ଆରମ୍ଭ କଲେ I ୧୫ ଲକ୍ଷ ଟଙ୍କାରୁ ପ୍ରଥମେ ସେମାନେ ବ୍ୟବସାୟ ଆରମ୍ଭ କଲେ I ଅଧିକାଂଶ  ଟଙ୍କା ସେମାନେ ନିଜର ଜମା ପୁଞ୍ଜିରୁ ହିଁ ବିନିଯୋଗ କରିଥିଲେ Iଜାନୁଆରୀ ଏବଂ ସେପ୍ଟେମ୍ବର ୨୦୨୬ ମଧ୍ୟରେ, ୱେଲଫେଡ୍  ୫୬ ଲକ୍ଷ ଟଙ୍କାର ରାଜସ୍ୱ  ପଞ୍ଜିକଣ କରିଛି। ଖାଲିସେତିକି ନୁହେଁ କମ୍ପାନୀ  ୧,୫୦୦ ରୁ ଅଧିକ ଗ୍ରାହକଙ୍କୁ ସେବା ଯୋଗାଇ ଦେବା ସହ   ୫୫,୦୦୦ ରୁ ଅଧିକ ଖାଦ୍ୟ  ବିତରଣ କରିଛି। 

ତେବେ ଦିୟା ଓ କ୍ରିଷ୍ଣା ବେଙ୍ଗଲୁରରେ କମ୍ପୁଟର ସାଇନ୍ସରେ ଅଧୟନ କରିଥିବା ବେଳେ ଉଭୟ ଗୋଟିଏ ଆଇଟି  କମ୍ପାନୀରେ ଚାକିରୀ କରୁଥିଲେ I ଦୀର୍ଘ ତିନି ବର୍ଷ ଧରି କର୍ପୋରେଟରେ ଚାକିରୀ କରିବା ପରେ ନିଜର ଖାଦ୍ୟ ଖାଇବାର ଅଭ୍ୟାସରେ ସନ୍ତୁଳନ ବଜାଇ ରଖିବା ଉଭୟଙ୍କ ପାଇଁ ଦିନକୁ ଦିନ କଷ୍ଟ କର ହୋଇପଡିଲା I ଆଦିତ୍ୟଙ୍କ କହିବା ଅନୁସାରେ ଚାକିର ସାରି ଖାଦ୍ୟ ପ୍ରସ୍ତୁତ କରିବା ପାଇଁ ତାଙ୍କୁ ଖୁବ କମ ସମୟ ମିଳୁଥିଲା ,ଅନେକ ଦିନ ଖାଦ୍ୟ ବାହାରୁ ମଗେଇକି ଖାଇବାକୁ ପଡୁଥିଲା ,ଯଦିଓ ବେଳେବେଳେ ରାତିରେ ଘରେ ଖାଦ୍ୟ ପ୍ରସ୍ତୁତ କରିବାକୁ ପଡୁଥିଲା ତାହା ମଧ୍ୟ ଭାରି କଷ୍ଟ ଦାୟକ ଥିଲା I ଦିୟା ସବୁ ବେଳେ ଅନୁଭବ କରୁଥିଲେ ଅଧିକ ସମୟ ଧରି ରୋଷେଇ କରିବା ଅପେକ୍ଷା ବାହାରୁ ଅନଲାଇନରେ ମଗେଇ ଖାଇଦେବା ଭଲ ହେବ I ଏହାପରେ ଦମ୍ପତି ଏପରି ମିଲ୍ ସବସ୍କ୍ରିପସନ୍  ସେବା ଖୋଜିବା ଆରମ୍ଭ କଲେ ଯାହା ଦ୍ୱିପ୍ରହର ଓ ରାତିର ଖାଦ୍ୟ ଯୋଗାଇ ପାରିବ। କିନ୍ତୁ ସେମାନେ ଦେଖିଲେ ଯେ ଅନେକ ସେବା ସରଳ ଭାରତୀୟ ଖାଦ୍ୟ ପରିବର୍ତ୍ତେ ଜଟିଳ ପରିବେଷଣ ଏବଂ ବିଭିନ୍ନ ପ୍ରକାରର ରୋଷେଇ ପ୍ରଦାନ କରୁଛନ୍ତି। ସେମାନେ ଡାଲି , ପନିପରିବା, ରୁଟି ଏବଂ ପୁଷ୍ଟିକର ଖାଦ୍ୟ ପରି ନିୟମିତ ଖାଦ୍ୟ ଚାହୁଁଥିଲେ। ଯେତେବେଳେ ସେମାନେ ଏପରି ଖାଦ୍ୟ ଏକ ସୁଲଭ ମୂଲ୍ୟରେ ପ୍ରଦାନ କରୁଥିବା କୌଣସି ସେବା ପାଇଲେ ନାହିଁ, ସେତେବେଳେ ସେମାନେ ନିଜର ଏକ ସେବା ଆରମ୍ଭ କରିବାକୁ ନିଷ୍ପତ୍ତି ନେଲେ।  

​​​​​​​

ଶେଷରେ ସେହି ଦମ୍ପତି ୨୦୨୪ ମସିହା ସେପ୍ଟେମ୍ବର ମାସରେ ୧୫ ଲକ୍ଷ ଟଙ୍କା ପୁଞ୍ଜିଲଗାଣ ସହିତ 'ୱେଲଫେଡ୍' ଆରମ୍ଭ କରିଥିଲେ। ସେମାନଙ୍କର ପ୍ରଥମ ଟିମ୍‌ରେ ଛଅଜଣ ସଦସ୍ୟ ଥିଲେ, ଯେଉଁଥିରେ ସଂସ୍ଥାପକମାନେ, (ନିଉଟ୍ରିସନିଷ୍ଟ), ଜଣେ ରୋଷେୟା, ଜଣେ ଷ୍ଟୁଆର୍ଡ୍ ଏବଂ ଜଣେ ଡେଲିଭରି ବଏ ସାମିଲ ଥିଲେ। (ନିଉଟ୍ରିସନିଷ୍ଟ) ଜଣକ ଖାଦ୍ୟ ପ୍ରସ୍ତୁତି ଯୋଜନା କରିବା ଏବଂ ସେଗୁଡ଼ିକର ପୁଷ୍ଟିକର ମୂଲ୍ୟ ହିସାବ କରିବାରେ ସାହାଯ୍ୟ କରିଥିଲେ। ବ୍ୟାପକ ଗ୍ରାହକଙ୍କ ପାଖରେ ପହଞ୍ଚିବା ପୂର୍ବରୁ, ଦଳଟି ପ୍ରଥମେ ପ୍ରତିକ୍ରିୟା ସଂଗ୍ରହ କରିବା ପାଇଁ ବନ୍ଧୁ ଏବଂ ପରିବାରବର୍ଗଙ୍କୁ ଖାଦ୍ୟ ପଠାଇଥିଲେ।

ଏହି ପ୍ରତିକ୍ରିୟା ସେମାନଙ୍କୁ ପରିଚିତ ଭାରତୀୟ ଖାଦ୍ୟ ଯୋଗାଇବାର ଧାରାକୁ ଜାରି ରଖିବାକୁ ଉତ୍ସାହିତ କରିଥିଲା।'ୱେଲଫେଡ୍'ର ମେନୁରେ ଡାଲି, ଆଳୁ ଗୋବି, ଜୋଆର ରୁଟି, ଅଦ୍ରାକି ଚିକେନ୍ ଏବଂ ଛୋଲେ ଚାଟ୍ ପରି ବ୍ୟଞ୍ଜନ ସାମିଲ ଅଛି। ଏହା ପନିର, ଟୋଫୁ, ସୋୟା ଏବଂ ଚିକେନ୍ ପରି ପ୍ରୋଟିନ୍ ଉତ୍ସ ମଧ୍ୟ ଯୋଗାଇଥାଏ। ଅନ୍ୟ ବିକଳ୍ପ ଖୋଜୁଥିବା ଗ୍ରାହକଙ୍କ ପାଇଁ ମେନୁରେ ରାପ୍ସ , ବିରିଆନୀ ଏବଂ ଇଣ୍ଡୋ-ଚାଇନିଜ୍ ଡିସ୍ ମଧ୍ୟ ରହିଛି। ବେଙ୍ଗାଲୁରୁର ଜଣେ ପୁଷ୍ଟିକର ବିଶେଷଜ୍ଞ ସୋସିଆଲ ମିଡ଼ିଆରେ ଏହି ଷ୍ଟାର୍ଟଅପ୍ ବିଷୟରେ ଏକ ରିଲ୍ ସେୟାର କରିବା ପରେ ଏକ ପ୍ରାରମ୍ଭିକ ସଫଳତା ମିଳିଥିଲା। ଏହା 'ୱେଲଫେଡ୍'କୁ ପ୍ରଥମ ୧୦୦ ଜଣ ଗ୍ରାହକଙ୍କୁ ଆଣିବାରେ ସାହାଯ୍ୟ କରିଥିଲା।


ୱେଲଫେଡ୍  ଏହାର କାର୍ଯ୍ୟର ପ୍ରଥମ ବର୍ଷରେ ପ୍ରାୟ ୪୫ ଲକ୍ଷ ଟଙ୍କା ରାଜସ୍ୱ ସୃଷ୍ଟି କରିଥିଲା। ୨୦୨୬ ମସିହାର ଜାନୁଆରୀରୁ ସେପ୍ଟେମ୍ବର ମଧ୍ୟରେ କମ୍ପାନୀଟି ୫୬ ଲକ୍ଷ ଟଙ୍କା ରୋଜଗାର କରିଛି, ଯାହା ମାତ୍ର ନଅ ମାସ ଭିତରେ  ପ୍ରଥମ ବର୍ଷର ରାଜସ୍ୱକୁ ଅତିକ୍ରମ କରିଯାଇଛି। ଏହି ଷ୍ଟାର୍ଟଅପ୍ ସାମ୍ନାରେ କିଛି କାର୍ଯ୍ୟକ୍ଷେତ୍ରର ଅସୁବିଧା ମଧ୍ୟ ଆସିଛି। ୨୦୨୬ ମସିହାର ପ୍ରାରମ୍ଭରେ, ଏଲ୍‌ପିଜି  ଅଭାବ ଏହାର ହାଣ୍ଡିଶାଳକୁ  ପ୍ରଭାବିତ କରିଥିଲା। ସଂସ୍ଥାପକମାନଙ୍କୁ ମେନୁରେ ପରିବର୍ତ୍ତନ କରିବାକୁ ପଡିଥିଲା, ଯାହା ସେହି ସମୟ ମଧ୍ୟରେ କମ୍ପାନୀର ଅଭିବୃଦ୍ଧିକୁ ମନ୍ଥର କରିଦେଇଥିଲା।
ବର୍ତ୍ତମାନ ୱେଲଫେଡ୍ ତିନୋଟି ସବସ୍କ୍ରିପସନ୍ ପ୍ଲାନ୍ ପ୍ରଦାନ କରୁଛି। ଏହାର ତିନି ଦିନିଆ ଟ୍ରାଏଲ୍ ପ୍ଲାନ୍ ପ୍ରତି ମିଲ୍ (ଭୋଜନ) ପିଛା ୨୮୯ ଟଙ୍କା ଖର୍ଚ୍ଚ ହୁଏ। ଦୁଇ ସପ୍ତାହିକ ସବସ୍କ୍ରିପସନ୍ ପ୍ରତି ମିଲ୍ ପିଛା ୨୭୯ ଟଙ୍କା, ଯେବେକି ମାସିକ ପ୍ଲାନ୍ ପ୍ରତି ମିଲ୍ ପିଛା ୨୬୯ ଟଙ୍କା ଧାର୍ଯ୍ୟ କରାଯାଇଛି। ଏହି ପ୍ଲାନଗୁଡ଼ିକରେ ମଧ୍ୟାହ୍ନ ଭୋଜନ  ଏବଂ ରାତ୍ରୀ ଭୋଜନ , ମାଗଣା ଡେଲିଭରି ଏବଂ ଜଣେ ପୋଷଣ ବିଶେଷଜ୍ଞ ଙ୍କ ମାର୍ଗଦର୍ଶନ ସାମିଲ ରହିଛି। ସଂସ୍ଥାପକମାନେ ବର୍ତ୍ତମାନ ବେଙ୍ଗାଲୁରୁରେ ୱେଲଫେଡ୍ ର ଡେଲିଭରି କଭରେଜ୍ ବୃଦ୍ଧି କରିବାକୁ ଏବଂ ରୋଷେଇ ଘରର କ୍ଷମତାକୁ ଉନ୍ନତ କରିବାକୁ ଚାହୁଁଛନ୍ତି। ସେମାନେ ସହରର ଆଇଟି ଏବଂ ଷ୍ଟାର୍ଟଅପ୍ ଅଞ୍ଚଳ ବାହାରେ ଥିବା ଗ୍ରାହକମାନଙ୍କ ପାଖରେ ମଧ୍ୟ ପହଞ୍ଚିବାକୁ ଯୋଜନା କରୁଛନ୍ତି।

ALSO READ- ଅସଲି ଓ ନକଲି କ୍ଷୀର ଚିହ୍ନଟ କରିବେ କେମିତି ? ଘରକୁ ଆଣିବା ପରେ ଆପଣାନ୍ତୁ ଏହି ସରଳ ଉପାୟ

ନୀତି ଦିନର ଅସୁବିଧାରେ କେହି କେହି ବ୍ୟସ୍ତ ହୋଇପଡୁଥିବା ବେଳେ ଏହି ଦୁଇ ଦମ୍ପତି ସେହି ଅସୁବିଧା ଭିତରୁ ଅଧିକ ରୋଜଗାର କରିବାର ବାଟ ବାହାର କରିବାରେ ସକ୍ଷମ ହୋଇପାରିଛନ୍ତି  I  ଭାରତୀୟ ହାଣ୍ଡି ସାଳର ରୋଷେଇକୁ ନେଇ ବଡବଡ଼ ସହର ଗୁଡିକରେ ଲୋକଙ୍କ ଚାହିଦା ବଢୁଥିବା ବେଳେ ଏଭଳି ଏକ ଆବଶ୍ୟକତାକୁ ପୂରଣ କରିବାକୁ ଯାଇ ବ୍ୟବସାୟର ରୂପରେଖ  ପ୍ରସ୍ତୁତ କରିବା ଯେତିକି ସହଜ ସେତିକି କଷ୍ଟ I କିନ୍ତୁ ପରିଶେଷରେ ଏ କାହାଣୀ  ଆମକୁ ଗୋଟିଏ ଶିକ୍ଷା ଦେଉଛି ଅସୁବିଧା କେବଳ ଆମକୁ କଷ୍ଟ ଦେବା ପାଇଁ ଆସିନଥାଏ ବେଳେ ବେଳେ ଏହା ଆମକୁ ଏକ ନୂଆ କିଛି କରିବା ପାଇଁ ରାସ୍ତା ଦେଖାଉ ଥାଏ ଯାହା ଆମକୁ ଜାଣିବା ପାଇଁ ପଡିବ I