ଚେନ୍ନାଇ: ଆଉ କିଛିଦିନ ପରେ ତାମିଲନାଡୁ ନିର୍ବାଚନ । ଏଥର ନିର୍ବାଚନ ଲଢୁଛନ୍ତି ଅଭିନେତା ତଥା ରାଜନେତା Vijay Thalapathy । ଆଉ ନିର୍ବାଚନ ପୂର୍ବରୁ ଦାଖଲ କରିଛନ୍ତି ତାଙ୍କର ନିର୍ବାଚନୀ ସତ୍ୟପାଠ । ବିଜୟ ତାଙ୍କ ନିର୍ବାଚନୀ ସତ୍ୟପାଠରେ ସେୟାର କରିଛନ୍ତି ତାଙ୍କର ଆର୍ଥିକ ବିବରଣୀ । ସେହି ସତ୍ୟପାଠରେ ତାଙ୍କର ସ୍ଥାବର, ଅସ୍ଥାବର ସମ୍ପତ୍ତି ଓ ତାଙ୍କ ପରିବାର ସଦସ୍ୟଙ୍କୁ ଋଣ ଆକାରରେ ଦେଇଥିବା ଟଙ୍କାର ସ୍ପଷ୍ଟ ତଥ୍ୟ ରଖିଛନ୍ତି ।

କହିବାକୁ ଗଲେ ବିଜୟ ଓ ତାଙ୍କ ପତ୍ନୀ Sangeetha ଙ୍କ ମଧ୍ୟରେ ଛାଡପତ୍ର ବିଭ୍ରାଟ ଭିତରେ, ଏହି ସବୁ ତଥ୍ୟ ପ୍ରକାଶ କରିବା ଦ୍ୱାରା ସୋସିଆଲ ମିଡିଆରେ ଖୁବ୍ ଟ୍ରୋଲ କରାଯାଇଥିଲା । ଖାସ୍ କରି ନେଟିଜେନମାନେ ଅନେକ ସମାଲୋଚନା କରିଥିଲେ । ସତ୍ୟପାଠରେ ତାଙ୍କ ପୂର୍ବତନ ପତ୍ନୀ ସଙ୍ଗୀତାଙ୍କ ବିଷୟରେ ଏକ ପ୍ରମୁଖ ଉଲ୍ଲେଖନୀୟ ବିଷୟ ରହିଛି ।

ରିପୋର୍ଟ ଅନୁଯାୟୀ ତାଙ୍କ ପାଇଁ ଜମା ଥିବା ସ୍ଥାୟୀ ରାଶିରୁ ଏକ ବିପୁଳ ମାସିକ ଆୟ ପାଉଛନ୍ତି । ଆହୁରି ବି କୁହାଯାଇଛି କି, ଯେ ସଂଗୀତାଙ୍କ ଲାଭ ପାଇଁ ବ୍ୟାଙ୍କଗୁଡ଼ିକରେ ବିପୁଳ ପରିମାଣର ରାଶି ରଖାଯାଇଥିଲା । ଇଣ୍ଡିଆନ୍ ବ୍ୟାଙ୍କରେ ପ୍ରାୟ ୨୫ କୋଟି ଟଙ୍କା, ଆକ୍ସିସ୍ ବ୍ୟାଙ୍କରେ ୪୦ କୋଟି ଟଙ୍କା ଏବେ ଏଚ୍ଡିଏଫ୍ସି ବ୍ୟାଙ୍କରେ ୨୦ କୋଟି ଟଙ୍କା ଜମା ଅନ୍ତର୍ଭୁକ୍ତ ଅଛି । ଏମିତିକି ତାଙ୍କ ପାଖରେ ୩୯୧ଟି ସୁନା ଅଳଙ୍କାର ବି ଅଛି।

ସତ୍ୟପାଠରୁ ସ୍ପଷ୍ଟ ଜଣାପଡେ କି, ବିଜୟ ତାଙ୍କ ପରିବାର ଓ ସଂପର୍କୀୟକୁ ଋଣ ଦେଇଛନ୍ତି । ସେ ତାଙ୍କ ପତ୍ନୀ ସଙ୍ଗୀତାକୁ ୧୨.୬୦ କୋଟି ଟଙ୍କା ଦେଇଛନ୍ତି। ସେ ତାଙ୍କ ପିତା ଚନ୍ଦ୍ରଶେଖରଙ୍କୁ ମଧ୍ୟ ୩.୦୨ କୋଟି ଟଙ୍କା ଦେଇଛନ୍ତି। ତାଙ୍କ ମାଆ ଶୋଭାଙ୍କୁ ୮୭.୧୨ ଲକ୍ଷ ଟଙ୍କା ମିଳିଥିଲା। ତାଙ୍କ ପୁଅ ସଞ୍ଜୟ ଜାସନଙ୍କୁ ୮.୭୮ ଲକ୍ଷ ଟଙ୍କା ଓ ଝିଅ ଦିବ୍ୟାଙ୍କୁ ୪.୬ ଲକ୍ଷ ଟଙ୍କା ମିଳିଥିଲା।

Also Read: ‘ପ୍ରେମ ସବୁକିଛି ନୁହେଁ, କିନ୍ତୁ ପ୍ରେମ ବିନା ଜୀବନର କିଛି ମୂଲ୍ୟ ନାହିଁ ’ ବିଜୟଙ୍କ ସହ ଡେଟିଂ ଗୁଜବ ମଧ୍ୟରେ ଅଭିନେତ୍ରୀଙ୍କ କ୍ରିପ୍ଟିକ୍ ପୋଷ୍ଟ

ଏହି ବିବରଣୀରୁ ଜଣାପଡ଼ିଛି ଯେ ବିଜୟ ତାଙ୍କ ପରିବାରକୁ ଆର୍ଥିକ ଭାବରେ ସମର୍ଥନ କରନ୍ତି। ପରିବାର ବ୍ୟତୀତ ସେ ତାଙ୍କ ରାଜନୈତିକ ପରିସରର ଲୋକଙ୍କୁ ମଧ୍ୟ ସାହାଯ୍ୟ କରିଥିଲେ। ସେ ତାଙ୍କ ଦଳ ତାମିଲାଗା ଭେଟ୍ଟ୍ରି କାଝାଗମର ଜଣେ ପ୍ରମୁଖ ସଦସ୍ୟ ଏନ ଆନନ୍ଦଙ୍କୁ ୩ କୋଟି ଟଙ୍କା ଦେଇଥିଲେ।ବିଜୟଙ୍କ ମୋଟ ସଚାଳଚଳ ସମ୍ପତି ପ୍ରାୟ ୪୦୪.୫୮ କୋଟି ଟଙ୍କା ବୋଲି କୁହାଯାଉଛି । ତାଙ୍କର ଅସ୍ଥାବର ସମ୍ପତି ପ୍ରାୟ ୧୧.୫୧ କୋଟି ଟଙ୍କା। ତାଙ୍କ ପାଖରେ ସୁନା ଅଳଙ୍କାର ଏବଂ ପାଞ୍ଚଟି କାର ମଧ୍ୟ ଅଛି ।

ଗୋଟିଏ ଆଶ୍ଚର୍ଯ୍ୟର କଥା ହେଉଛି ବିଜୟଙ୍କ ନିଜ ନାମରେ କୌଣସି ଋଣ ନାହିଁ । ସଙ୍ଗୀତାଙ୍କ ସମ୍ପତ୍ତି ମଧ୍ୟ ଉଲ୍ଲେଖ କରାଯାଇଛି। ତାଙ୍କର ସୁନା, ରୂପା ଏବଂ ହୀରା ଅଛି। ତାଙ୍କର ମୋଟ ସମ୍ପତ୍ତି ୧୫ କୋଟି ଟଙ୍କାରୁ ଅଧିକ ବୋଲି କୁହାଯାଉଛି। ସତ୍ୟାପାଠରେ ବିଜୟଙ୍କ ଆର୍ଥିକ ସ୍ଥିତିର ସମ୍ପୂର୍ଣ୍ଣ ଚିତ୍ର ପ୍ରଦାନ କରାଯାଇଛି । ଏହା ତାଙ୍କର ସଫଳତା ଓ ପରିବାର ତଥା ନିକଟତମ ଲୋକଙ୍କ ପ୍ରତି ତାଙ୍କର ସମର୍ଥନ ଉଭୟକୁ ଦର୍ଶାଏ ।