ମୁମ୍ବାଇ: ସାଉଥ୍ ଅଭିନେତ୍ରୀ ତ୍ରିଶା କ୍ରିଷ୍ଣନ୍। ଏବେ ନିଜ ପ୍ରଫେସନାଲ୍ ଲାଇଫ୍ ଅପେକ୍ଷା ପର୍ସନାଲ୍ ଲାଇଫ୍ କୁ ନେଇ ବେଶି ଚର୍ଚ୍ଚାରେ ରହୁଛନ୍ତି। ଅଭିନେତ୍ରୀଙ୍କ ନାଁ ଏବେ ସୁପରଷ୍ଟାର ଥଲାପତି ବିଜୟଙ୍କ ସହ ଯୋଡା ହେଉଛି। କିଛି ଦିନ ହେବ ଦୁହିଁଙ୍କ ଡେଟିଂକୁ ନେଇ ଗୁଜବ ଉଠୁଛି । ଏହାରି ଭିତରେ  ପତ୍ନୀ ସଙ୍ଗୀତା ସୋର୍ନଲିଙ୍ଗମ୍ ଛାଡପତ୍ର ପାଇଁ ଆବେଦନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଯାହାର କାରଣ ବିଜୟ ଏବଂ ତ୍ରିଶାଙ୍କ ମଧ୍ୟରେ ଥିବା ସଂପର୍କକୁ ଦାୟୀ କରାଯାଉଛି। ଦୁହିଁଙ୍କୁ ନେଇ ଚର୍ଚ୍ଚା ଓ ଆଲୋଚନା ଥମିବାର ନାଁ ନେଉନି। ଏହି ଡେଟିଂ ଗୁଜବ ମଧ୍ୟରେ ଉଭୟଙ୍କୁ ଅନେକ ସାର୍ବଜନୀନ କାର୍ଯ୍ୟକ୍ରମରେ ଏକାଠି ଦେଖିବାକୁ ମିଳିଛି। ଏହାରି ଭିତରେ ତ୍ରିଶା ପ୍ରେମ ଏବଂ ଶାନ୍ତିକୁ ନେଇ ଏକ କ୍ରିପ୍ଟିକ୍ ପୋଷ୍ଟ କରିଛନ୍ତି। ଅଭିନେତ୍ରୀ ତାଙ୍କ ଇନଷ୍ଟାଗ୍ରାମରେ ଏହି ଅପଡେଟ୍ ପୋଷ୍ଟ କରିଛନ୍ତି, ଯାହା ପ୍ରଶଂସକମାନଙ୍କୁ ଚର୍ଚ୍ଚାର ଖୋରାକ ଯୋଗାଇଛି।

ତ୍ରିଶାଙ୍କ ଇନଷ୍ଟାଗ୍ରାମ୍ ଷ୍ଟୋରୀ

ତ୍ରିଶା ତାଙ୍କ ଇନଷ୍ଟାଗ୍ରାମ୍ ଷ୍ଟୋରୀରେ ଏକ ପୋଷ୍ଟ ସେଆର କରିଛନ୍ତି। ଯେଉଁଥିରେ ଲେଖା ଅଛି " ପ୍ରେମ ସବୁକିଛି ନୁହେଁ; କିନ୍ତୁ ପ୍ରେମ ବିନା ଜୀବନର କିଛି ମୂଲ୍ୟ ନାହିଁ।" ଏହା ସହିତ, ଅଭିନେତ୍ରୀ ଏକ ଭିଡିଓ କ୍ଲିପ୍ ମଧ୍ୟ ସେୟାର କରିଛନ୍ତି। ଯେଉଁଥିରେ କୁହାଯାଉଛି ଯେ, "ମୁଁ ବର୍ତ୍ତମାନ ମୋ ଜୀବନର ଏକ ପର୍ଯ୍ୟାୟରେ ଅଛି ଯେଉଁଠାରେ, ଯଦି ତୁମେ ମୋତେ କୁହ ଯେ ହାତୀ ଉଡ଼ିପାରେ, ତେବେ ମୁଁ କୌଣସି ଯୁକ୍ତି ବିନା ତୁମ କଥାକୁ ସତ ମାନି ନେବି। ଏହା ଏଥିପାଇଁ ନୁହେଁ ଯେ ମୁଁ ପ୍ରକୃତରେ ସହମତ ବରଂ ଏହା ଏଥିପାଇଁ କାରଣ ତୁମେ କ'ଣ ଭାବୁଛ, ମୋତେ ଏ କଥା କିଛି ଫରକ ପଡ଼େନି। "

ସେ ଆହୁରି ଲେଖିଛନ୍ତି , "ମୁଁ ଏକ ଗୁରୁତ୍ୱପୂର୍ଣ୍ଣ ଶିକ୍ଷା ଶିଖିଛି। ଶାନ୍ତି, ଠିକ୍ ହେବା ଅପେକ୍ଷା ଅଧିକ ଗୁରୁତ୍ୱପୂର୍ଣ୍ଣ। ଅନ୍ୟମାନଙ୍କୁ ଏକ୍ସପ୍ଲାନେସନ୍ ଦେବା ଅପେକ୍ଷା, ନୀରବ ରହିବା ବୁଦ୍ଧିମାନର କଥା। ଏହା ବ୍ୟତୀତ, ସମସ୍ତ ଉପରେ ଅଯୋଥା ସମୟ ବର୍ବାଦ କରନି। କିଛି ଯୁକ୍ତି କେବଳ ଭୁଲ ବୁଝାମଣା ନୁହେଁ। ଇଏ ଏକ ଉପାୟ, ନିଜ ଶକ୍ତି ଦେଖାଇବାକୁ । ବିକାଶ ଏମିତି ଶାନ୍ତିରେ ନଜର ଆସେ ନା କି  କୌଣସି ଶବ୍ଦ କରି।"

ତ୍ରିଶା ଏବଂ ବିଜୟ ତାମିଲ ସିନେମାର ସବୁଠାରୁ ପ୍ରିୟ ଲୋକପ୍ରିୟ କଳାକାରଙ୍କ ମଧ୍ୟରୁ ଜଣେ। ଉଭୟ ବ୍ଲକବଷ୍ଟର ଆକ୍ସନ୍ ଫିଲ୍ମ ଗିଲି (୨୦୦୪) ରେ  ପ୍ରଥମ କରି କାଠି କାମ କରିଥିଲେ। ସେମାନଙ୍କର ଜବରଦସ୍ତ କେମେଷ୍ଟ୍ରି ସେମାନଙ୍କୁ ପ୍ରଶଂସକଙ୍କ ପ୍ରିୟ କରିଛି।

Also Read- ବୁଢା ବୟସରେ ଛାଡୁନି ସାଉଥ ଷ୍ଟାରଙ୍କ ଜବାନୀ, ଅଭିନେତ୍ରୀଙ୍କ ପ୍ରେମରେ ଉବୁଟୁବୁ ବିଜୟ !