ନୂଆଦିଲ୍ଲୀ: ହିନ୍ଦୁ ଧର୍ମରେ ବିଜୟାଦଶମୀ ବା ଦଶହରାର ଏକ ସ୍ୱତନ୍ତ୍ର ମହତ୍ତ୍ୱ ରହିଛି । ଶାସ୍ତ୍ର ଅନୁଯାୟୀ, ଅଧର୍ମ ଉପରେ ଧର୍ମର ଏବଂ ଅସତ୍ୟ ଉପରେ ସତ୍ୟର ବିଜୟର ପ୍ରତୀକ ହେଉଛି ଦଶହରା । ଏହି ଦିନକୁ ବେଶ୍ ଶୁଭ ବୋଲି ବିବେଚନା କରାଯାଏ । ଏମିତିରେ ବିଶ୍ୱାସ ରହିଛି ଯେ, ଏହି ଦିନ କିଛି ବିଶେଷ ସାମଗ୍ରୀ ଘରକୁ ଆଣିବା ଦ୍ୱାରା ମା' ଲକ୍ଷ୍ମୀ ପ୍ରସନ୍ନ ହୁଅନ୍ତି ଏବଂ ଦରିଦ୍ରତା ଦୂର ହୋଇଥାଏ ।

ଦଶହରାରେ କେଉଁ ସବୁ ଜିନିଷ କିଣିବା ଶୁଭ?

ଦଶହରା ଦିନ ସୁନା କିମ୍ବା ରୁପା ଅଳଙ୍କାର ଅବା ମୁଦ୍ରା କିଣିବା ଅତ୍ୟନ୍ତ ମଙ୍ଗଳମୟ। ଏହା ଦ୍ୱାରା ଘରେ ଆର୍ଥିକ ଉନ୍ନତି ହୋଇଥାଏ। ସେହିଭଳି ଯଦି ଆପଣ କାର୍ କିମ୍ବା ବାଇକ୍ କିଣିବାକୁ ଚାହୁଁଛନ୍ତି, ତେବେ ବିଜୟାଦଶମୀ ହେଉଛି ସବୁଠାରୁ ଉତ୍ତମ ଦିନ। ଏହି ଦିନ ଗାଡ଼ି କିଣିବା ଶୁଭଫଳ ପ୍ରଦାନ କରିଥାଏ।

ତେବେ ଯଦି ସୁନା ବା ଗାଡ଼ି କିଣିବା ସମ୍ଭବ ହେଉନାହିଁ, ତା’ହେଲେ ଘର ପାଇଁ ତମ୍ବା କିମ୍ବା ପିତ୍ତଳର କୌଣସି ବାସନ କିଣି ପାରିବେ। ଆହୁରି ମଧ୍ୟ ବିଶ୍ବାସ ରହିଛି ଯେ, ଦଶହରା ଦିନ ଘରକୁ ନୂଆ ଝାଡ଼ୁ ଆଣିଲେ ଘରୁ ନକାରାତ୍ମକ ଶକ୍ତି ଏବଂ ଦରିଦ୍ରତା ଦୂର ହୋଇଥାଏ।

Also Read: ଦଶହରାରେ କରନ୍ତୁ ଏହି ୭ଟି ଉପାୟ, ଖୋଲିବ ଆର୍ଥିକ ଉନ୍ନତି ସହ ସଫଳତାର ବାଟ

ଶମୀ ଗଛ: ଏହି ଦିନ ଶମୀ ଗଛ କିଣି ଘରେ ଲଗାଇବା କିମ୍ବା ପୂଜାର୍ଚ୍ଚନା କରିବା ଦ୍ୱାରା ପରିବାରର କଲ୍ୟାଣ ହୋଇଥାଏ।

ବହି ଓ ଧାର୍ମିକ ଗ୍ରନ୍ଥ: ପିଲାମାନଙ୍କ ପାଠପଢ଼ା ଏବଂ ଜ୍ଞାନ ବୃଦ୍ଧି ପାଇଁ ଏହି ଦିନ ନୂଆ ବହି, କଲମ କିମ୍ବା ଧାର୍ମିକ ପୁସ୍ତକ କିଣିବା ବହୁତ ଲାଭଦାୟକ ହୋଇଥାଏ।

ନୂଆ ପୋଷାକ: ପରିବାର ଲୋକଙ୍କ ପାଇଁ ନୂଆ କପଡ଼ା କିଣିବା ମଧ୍ୟ ଏହି ପବିତ୍ର ଦିନରେ ଶୁଭ ବୋଲି ଧରାଯାଏ।

ବି.ଦ୍ର: ଏହି ଖବରରେ ଥିବା ସୂଚନା ଧାର୍ମିକ ବିଶ୍ୱାସ ଏବଂ ସାଧାରଣ ସୂଚନା ଉପରେ ଆଧାରିତ । ପ୍ରମେୟନ୍ୟୁଜ୭ ଏହାକୁ ସମର୍ଥନ କରେ ନାହିଁ ।